ପୁଅ ୮୭ ଟଙ୍କାରେ ବିକ୍ରି କରିଦେଲେ ୧୩୫ ମହଲା ବିଶିଷ୍ଟ କୋଠାଘର,ବାପା ଯାଇ ରହୁଛନ୍ତି ଅନ୍ୟତ୍ର ଲଜରେ

ନୂଆଦିଲ୍ଲୀ:ଏହା ସତ୍ୟ ଯେ କେତେବେଳେ କାହାର ସମୟ ପାଲଟି ପାରେ|ରାଜା କେତେବେଳେ ରଙ୍କ ମଧ୍ୟ ହୋଇପାରନ୍ତି ଓ ରଙ୍କ ମଧ୍ୟ ରାଜା ହୋଇପାରେ|ଏପର୍ଯ୍ୟନ୍ତ ଆପଣ ଫିଲ୍ମରେ ରାଜାଙ୍କ ବରବାଦ କାହାଣୀ ଦେଖିଥିବେ କିନ୍ତୁ ଜର୍ମାନୀରେ ଏମିତି ଏକ ଘ-ଟ-ଣା ଘଟିଛି,ଯାହା ଆଶ୍ଚର୍ଯ୍ୟ ଚକିତ କରିଛି|ଜର୍ମାନୀର ହନବୋର ସହରର ରାଜା ଆର୍ନେଷ୍ଟ ଅଗଷ୍ଟଙ୍କ ଜୀବନ ପୂରାପୂରି ବଦଳି ଯାଇଛି|

ଖାଦ୍ୟ,ଵସ୍ତ୍ର, ବାସଗୃହ ଆଦି ସାଧାରଣ ଜିନିଷ ପୁରା କରିବା ପରେ ମଣିଷ ଅନ୍ୟ ଖର୍ଚ୍ଚ ଉପରେ ଫୋକସ କରେ|ସମସ୍ତେ ଚାହାଁନ୍ତି ନିଜର ଏକ ଘର ହେଉ ସେ ଯେଉଁଠି ସୁଖରେ ରହନ୍ତୁ|ଜର୍ମାନୀର ରାଜା ଆର୍ନେଷ୍ଟ ଅଗଷ୍ଟ ଏଭଳି ଏକ ବିଳାସମୟ ଜୀବନ ଯାପନ କରୁଥିଲେ|ସେ ୨୦୦୦ମସିହାରେ ନିଜର ପୁସ୍ତୈନି ମହଲ,ମେରିନ ବର୍ଗକୁ ନିଜ ପୁଅ ଅର୍ଣେଷ୍ଟ ଅଗଷ୍ଟ ଜୁନିଅରକୁ ଦେଇଥିଲେ|

ଅର୍ଣେଷ୍ଟ ଅଗଷ୍ଟ ବ୍ରିଟିଶ ମହାରାଣୀ ଏଲିଜାବେଥଙ୍କ ଦୂର ସମ୍ପର୍କୀୟ ଭାଇ ଅଟନ୍ତି|

ଅର୍ଣେଷ୍ଟ ଅଗଷ୍ଟଙ୍କ ପୁଅ ୧୩୫ କୋଠରୀ ବିଶିଷ୍ଟ ଅରୋବୋଙ୍କ ମହଲ କେଵଳ ୧ୟୁରୋ ମାନେ ୮୭ଟଙ୍କାରେ ସରକାରଙ୍କୁ ବିକି ଦେଲେ|ପୁଅର ଏହି କାରଣରୁ ବାପା ଅନ୍ୟ ଦେଶର ଲଜରେ ଭଡ଼ାରେ ରହିବାକୁ ବାଧ୍ୟ ଅଟନ୍ତି|ଅର୍ଣେଷ୍ଟ ଅଗଷ୍ଟ ଭାବିଥିଲେ ଯେ ତାଙ୍କ ପରେ ତାଙ୍କ ପୁତ୍ର ଜହି ମହଲର ଦେଖାଶୁଣା କରିବ, କିନ୍ତୁ ଏହାର ଓଲଟା ହେଲା|ଏହି ଖବର ଅର୍ଣେଷ୍ଟ ଅଗଷ୍ଟଙ୍କୁ ଏକ ଶକ୍ତ ଧକ୍କା ଦେଇଛି ଓ ସେ ନିଜ ପୁଅ ଉପରେ କେଶ୍ କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *