କରୋନାକୁ ନେଇ ପୋ-ଲି-ସର କଡ଼ା ଚେକିଂ: ଆଜିଠୁ ଅମାନିଆଙ୍କୁ ଧରିବ ‘ସୋସିଆଲ୍ ଡିଷ୍ଟାନ୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ’, ଧରା ପଡିଲେ ଗଣିବେ ଦୁଇଗୁଣା ଫାଇନ

ରାଜ୍ୟକୁ ପୁଣି ଥରେ କରୋନା ସଂକ୍ରମଣ ଫେରିବାରେ ଲାଗିଛି। ଏହି କାରଣ ପାଇଁ ତପ୍ତର ହୋଇଛି ଭୁବନେଶ୍ୱର କମି-ଶନ-ରେଟ ପୋ-ଲି-ସ। ସୋସିଆଲ ଡିଷ୍ଟାନ୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡକୁ କରୋନା ସଂକ୍ରମଣ ରୋକିବା ପାଇଁ ନିୟୋଜିତ କରିଛି କମି-ଶନ-ରେଟ ପୋ-ଲି-ସ। ଆଜିଠାରୁ ଅମାନିଆ ମାନଙ୍କୁ ଧରିବା ପାଇଁ ନିଷ୍ପତ୍ତି ନେଇଛି କମି-ଶନ-ରେଟ ପୋ-ଲି-ସ। ଗତକାଲି ୫୫୦ ଜଣ ଅମନିଆଙ୍କୁ ଧରି ଓଡି଼ଶା ସହରାଞ୍ଚଳ ଆଇନ(ଓୟୁପି) ଅନୁସାରେ ଦ-ଣ୍ଡ ବିଧାନ କରାଯାଇଛି।

ମେ ମାସରେ ଗତବର୍ଷ ଭୁବନେଶ୍ୱର ୟୁପିଡି ଅଧୀନରେ ଥିବା ସମସ୍ତ ଥା-ନା ମଧ୍ୟରୁ ୩ଟି ଲେଖାଏଁ ସ୍କ୍ୱାର୍ଡ ଗଠନ କରାଯାଇଥିଲା। କୋଭିଡ ୧୯ ସମୟରେ ମୋଟ ୬୦ଟି ସ୍କ୍ୱାର୍ଡ ଜଗୁଥିଲେ। କିନ୍ତୁ, ବର୍ତ୍ତମାନ ପରିସ୍ଥିତି ପାଇଁ ସମସ୍ତ ଥା-ନାର ଗୋଟିଏ ଲେଖାଏଁ ସ୍କ୍ୱାର୍ଡ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି,ଡିସିପି ଉମାଶଙ୍କର ଦାଶ। ସମସ୍ତ ଥା-ନାର ପୋ-ଲି-ସ ଗାଡି ଜନଗହଳି, ହାଟ ଆଦି ସ୍ଥାନରେ ଘୁରି ବୁଲୁଥିଲା। ଟ୍ରାଫିକ ପୁ-ଲି-ସର ୧୨ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ବିଶେଷ ଭାବରେ ସହିଦନଗର,ମାର୍କେଟ ବିଲ୍ଡିଂ,ବାପୁଜୀ ନଗର,ଜନପଥ,ନୟାପଲ୍ଲୀ ଆଇଡି ମାର୍କେଟ,କୋଚିଲାଇ ହାଟ,ବରମୁଣ୍ଡା,ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଆଦି ରାସ୍ତାରେ ପୋ-ଲି-ସର ନଜର ରହିଥିଲା। ଆଉ ମାସ୍କ ନପିନ୍ଧିଥିବା ଲୋକମାନଙ୍କୁ ଅଧିକ ମାତ୍ରାରେ ନଜର ରଖିଥିଲା ପୋ-ଲି-ସ। ଆଉ ସେମାନଙ୍କ ପାଖରୁ ଓଡି଼ଶା ସହରାଞ୍ଚଳ ଆଇନ(ଓୟୁପି) ଅନୁଯାୟୀ, ଜ-ରିମା-ନା ଆଦାୟ କରାଯାଇଥିଲା।

ପୋ-ଲି-ସର ସୂଚନା ଅନୁସାରେ, ଯେଉଁ ଯାଗାରେ ଅଧିକ ଭିଡ ଜମୁଛି ସେଠି ପ୍ରଥମେ ପୋ-ଲି-ସ ବୁଝାଉଛି,ଆଉ ଯଦି କେହି ଅବୁଝା ହେଉଛି ତା’ହେଲେ ସେମାନଙ୍କୁ ଦ-ଣ୍ଡ ହିସାବରେ ଜ-ରିମା-ନା ଆଦାୟ କରୁଛି ପୋଲିସ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *