୫ଟି ବଲ ପୁରା ବଦଳାଇଲା ଏହି ଦୁଇ କ୍ରିକେଟରଙ୍କ ଜୀବନ, ଜଣେ ମାଲାମାଲ ତ ଆଉ ଜଣେ କାଙ୍ଗାଳ

ଇଣ୍ଡିଆନ ଆଇପିଏଲ ବିଶ୍ଵର ସବୁଠାରୁ ପ୍ରସିଦ୍ଧ କ୍ରିକେଟ ଖେଳ। ୨୦୦୮ରେ ଆରମ୍ଭ ହୋଇଥିବା ଏହି ଲିଗ ମ୍ୟାଚ ପାଇଁ ବହୁ ଖେଳାଳିଙ୍କର ଭାଗ୍ୟ ମଧ୍ୟ ବଦଳିଯାଇଛି। ଆଇପିଏଲ ପ୍ରଦର୍ଶନରେ ଖେଳାଳୀମାନେ ରାଷ୍ଟ୍ରୀୟ ଦଳରେ ସାମିଲ ହେବା ସହଜ ହୋଇଥିଲା। ଆଇପିଏଲ ଲିଷ୍ଟରେ ନୂଆ ଖେଳାଳି ଭାବରେ ରାଜସ୍ଥାନ ରୟାଲ୍ସର ରାହୁଲ ତେଓ୍ବାତିୟା ସାମିଲ ହୋଇଛନ୍ତି। ଆଇପିଏଲର ଗତ ସିଜିନରେ ଗୋଟିଏ ଓଭରରେ ୫ଟି ଛକା ମାରି ନିଜର କ୍ରିକେଟ କ୍ୟାରିୟର ବଦଳାଇ ପାରିଥିଲେ। ଏହି ମ୍ୟାଚରେ ତାଙ୍କର ସାନଦାର ପ୍ରଦର୍ଶନରେ ଦଳ ବିଜୟ ହାସଲ କରିଥିଲା। ଆଉ ଏବେ ଟିମ ଇଣ୍ଡିଆରେ ସିଲେକ୍ଟ ହେବା ପରେ ଟିମ ଇଣ୍ଡିଆ ପାଇଁ ଖେଳିବା ପାଇଁ ଦେଶବାସୀଙ୍କର ଖୁବ୍ ଆଶା ରହିଛି।

Google

ଆଉ ଅନ୍ୟ ପାର୍ଶ୍ବରେ ଯେଉଁ ବୋଲରଙ୍କ ବଲରେ ତେଓ୍ବାତିୟା ୫ଟି ଛକା ମାରିଥିଲେ ତାଙ୍କର ସ୍ଥିତି ଓଲଟା ଥିଲା। ଆମେ କହୁଛୁ, ସେଲ୍ଡନ କାର୍ଟିଲଙ୍କ ବିଷୟରେ। ସେଲ୍ଡନ କାର୍ଟିଲଙ୍କ ନା ସେତେବେଳେ ଆସିଥିଲା, ଯେତେବେଳେ ଗତ ଆଇପିଏଲ ସିଜିନରେ ୮.୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ଯେଉଁ ଖେଳାଳିଙ୍କୁ ୱେଷ୍ଟ ଇଣ୍ଡିଜ ଛଡା କିଛି ଲୋକ ଜାଣିଥିଲେ,କିନ୍ତୁ ଗତ ଆଇପିଏଲ ସିଜିନରେ ଏତେ ଟଙ୍କାରେ ବିକ୍ରି ପାଇଁ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲେ।

୨୦୨୧ରେ କାର୍ଟିଲଙ୍କ ନାମ କୌଣସି ସ୍କୋର ବୋର୍ଡରେ ରହିବ ନା କୌଣସି ଫ୍ରାଞ୍ଚାଇଜ ଖେଳାଳିଙ୍କ ଲିଷ୍ଟରେ ରହିବ। ଗତ ବର୍ଷ ୮.୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ ମଧ୍ୟ ଏବର୍ଷ କୌଣସି ଫ୍ରାଞ୍ଚାଇଜ ଦଳ ପଚରିନାହାନ୍ତି। ସେଲ୍ଡନ କାର୍ଟିଲଙ୍କୁ କୌଣସି ଫ୍ରାଞ୍ଚାଇଜ କିନିନଥିବାର କାରଣ ହେଉଛି ତାଙ୍କର ପ୍ରଦର୍ଶନ। ଏହି ବୋଲାରଙ୍କର ବୋଲିଂ ଅକ୍ସନରେ ଭାରି ପଡ଼ିଥିଲା, ଯାହାଦ୍ଵାରା ୫ଟି ବଲରେ ୫ଟି ଛକା ଖାଇଥିଲେ।

Google

ଯାହାଦ୍ବାରା ୧୭ ଓଭରରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ସହଜରେ ଜିତି ଯାଇଥିଲା। କିନ୍ତୁ, ୧୮ ଓଭରରେ ରାହୁଲ ତେଓ୍ବାତିୟା ବୋଲର କାର୍ଟିଲଙ୍କ ଓଭରରେ ୫ଟି ବଲରେ ୫ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଆଇପିଏଲ ୨୦୨୦ ପରେ ଏହି ଦୁଇ ଖେଳାଳିଙ୍କର ପ୍ରଦର୍ଶନ ଦେଖିଲେ, ତେଓ୍ବାତିୟା ୮ଟି ମ୍ୟାଚ ଖେଳି ୪ଟି ୱିକେଟ ନେଇଥିଲେ ଓ ୧୫୮ ରନ୍ କରିଥିଲେ। ଆଉ ଅନ୍ୟ ପାର୍ଶ୍ବରେ କାର୍ଟିଲ ୫ଟି ମ୍ୟାଚ ଖେଳି ୫ଟି ୱିକେଟ ଓ ୧୩ ରନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ|

Leave a Reply

Your email address will not be published. Required fields are marked *