ଶୁଣ୍ଢରେ ପାଣି ଭର୍ତ୍ତକରି ଓଟକୁ ଗାଧୋଇବାକୁ ଲାଗିଲା ହାତୀ, ପୁଣି ହେଲା ଏମିତି କିଛି, ଲୋକ କହିଲେ- ବଦମାସ ହେଉଛନ୍ତି- ଦେଖନ୍ତୁ ମଜାଳିଆ ଭିଡିଓ

ପଶୁମାନଙ୍କର ମଜାଳିଆ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ। ଯାହାକୁ ଦେଖି ଆମେମାନେ ବହୁତ ଖୁସି ଉପଭୋଗ କରିଥାଉ। ଅନେକ ଥର କିଛି ଭିଡିଓ ଏମିତି ଥାଏ, ଯାହାକୁ ଦେଖି ଆମେ ଆମ ଆଖି ଉପରେ ବିଶ୍ୱାସ କରିପାରୁ ନାହୁଁ, ତେବେ କିଛି ଭିଡିଓ ଏପରି ମଧ୍ୟ ଥାଏ, ଯାହା ଆମ ହୃଦୟକୁ ସ୍ପର୍ଶ କରିଥାଏ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣମାନେ ମଧ୍ୟ ବୁଝିପାରିବେଯେ, ପଶୁମାନେ ମଧ୍ୟ ପରସ୍ପରର ଭଲ ବନ୍ଧୁ ଅଟନ୍ତି। ଏହି ଭିଡିଓଟି ଏକ ହାତୀର ଅଟେ, ଯେଉଁଥିରେ ସେ ନିଜ ଶୁଣ୍ଢରେ ପାଣି ଭର୍ତ୍ତି କରି ନିଜ ସାଙ୍ଗ ଓଟକୁ ସ୍ନାନ କରାଉଛି।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତିଯେ, ‘ବନ୍ଧୁଙ୍କୁ ମାଗଣାରେ ମିଳୁଅଛି ଥେରାପି।’ ଏହି ଭିଡିଓକୁ ଲୋକମାନେ ସୋସିଆଲ ମିଡିଆରେ ବହୁତ ପସନ୍ଦ କରୁଛନ୍ତି। ଭିଡିଓରେ ଆପଣମାନେ ଦେଖିପାରିବେଯେ, କିପରି ହାତୀ ପ୍ରଥମେ ତା ଶୁଣ୍ଢରେ ପାଣି ଭରିଥାଏ, ଏହାପରେ ସେ କିଛି ଦୂରକୁ ଯାଏ ଓ ସେଠାରେ ଠିଆ ହୋଇଥିବା ଓଟକୁ ନିଜ ଶୁଣ୍ଢରେ ଭର୍ତ୍ତି ଥିବା ପାଣି ପକାଇ ଗାଧୋଇବାକୁ ଆରମ୍ଭ କରିଲା। ଏହି ଭିଡିଓଟି ଦେଖିବାକୁ ବହୁତ ମଜାଳିଆ ଅଟେ ।

ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଥର ଦେଖାଯାଇଛି। ଭିଡିଓ ଉପରେ ଲୋକମାନେ ଖୁବ୍ ମନ୍ତବ୍ୟ ଦେଉଛନ୍ତି ଏବଂ ହାତୀ ଓ ଓଟର ବନ୍ଧୁତାକୁ ପ୍ରଶଂସା ମଧ୍ୟ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି- ‘ଲାଇଭ ସାୱାର ବାଥ ମେସିନ’, ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି- ‘ହୋଲି ଆସନ୍ତା ମାସରେ ଅଛି ଆଉ ହାତୀ ଏବେଠୁ।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *