ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା,୩ ଯୁବ ଖେଳାଳୀଙ୍କୁ ସୁଯୋଗ,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି !

ଇଂଲଣ୍ଡ ବିରୁଦ୍ଧରେ ୫ଟି ଟି-୨୦ ପାଇଁ ଭାରତୀୟ ଦଳର ଦଳ ଘୋଷଣା କରାଯାଇଛି। ଟି-୨୦ ସିରିଜ ପାଇଁ ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ତେୱତୀୟାଙ୍କୁ ଭାରତର ୧୯ଜଣିଆ ଦଳରେ ସାମିଲ କରାଯାଇଛି। ସମସ୍ତ ମୁକାବିଲା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ। ସିରିଜର ପ୍ରଥମ ମ୍ଯାଚ ମାର୍ଚ୍ଚ ୧୨ତାରିଖରେ ଖେଳାଯିବ।

ଭାରତୀୟ ଦଳରେ ଦୃତ ବୋଲର ଭୁବନେଶ୍ବର କୁମାରଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ସେହିପରି ସୂର୍ଯ୍ୟକୁମାର ଯାଦବ, ରାହୁଲ ତେୱତୀୟାଙ୍କୁ ମଧ୍ୟ ସୁଯୋଗ ମିଳିଛି। ୱିକେଟକିପର ରୂପରେ ରିଷଭ ପନ୍ତଙ୍କ ସହିତ ଇଶାନ କିଶନଙ୍କୁ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ଶନିବାର ଦିନ ଇଶାନ କିଶନ ଭଲ ପ୍ରଦର୍ଶନ କରିଥିଲେ। ଯାହାପରେ ତାଙ୍କର ଚୟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

୨୨ବର୍ଷୀୟ ଇଶାନ ମଧ୍ୟ ପ୍ରଦେଶ ବିରୁଦ୍ଧରେ ୯୪ଟି ବଲରେ ୧୭୩ରନ କରିଥିଲେ। ଆଇପିଏଲରେ ତାଙ୍କର ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଟୁଇଟର ହ୍ୟାଣ୍ଡେଲରେ ଏହି ଖୁସି ବିଷୟରେ ସୂଚନା ଦେଇଥିଲେ। ଇଶାନ କିଶନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି। ସେ ଆଇପିଏଲରେ ମଧ୍ୟ ଗୁଜୁରାଟ ଲାୟନ୍ସ ପାଇଁ ମଧ୍ୟ ଖେଳିଛନ୍ତି।

ଇଶାନ ଆଇପିଏଲରେ ୫୧ଟି ମ୍ୟାଚରୁ ୧୨୧୧ରନ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୯୯ରନ ଅଟେ। ସେ ୭ଟି ଅର୍ଦ୍ଧଶତକ କରିଛନ୍ତି। ୨୦୧୬ର ଅଣ୍ଡର-୧୯ ବିଶ୍ଵକପରେ ଭାରତୀୟ ଦଳର ଅଧିନାୟକ ଥିଲେ। କିନ୍ତୁ ଭାରତକୁ ଏହି ମ୍ଯାଚରେ ୱେଷ୍ଟଇଣ୍ଡିଜ ପାଖରୁ ହାରିଯାଇଥିଲା।

ଶେଷରେ ସୂର୍ଯ୍ୟକୁମାରଙ୍କୁ ମିଳିଲା ସୁଯୋଗ:-

ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଓ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଲଗାତାର ଭଲ ପ୍ରଦର୍ଶନ କରିବା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ପରିଶେଷରେ ଦଳରେ ଚୟନ କରାଯାଇଛି। ସେହିପରି ହରିୟାଣାର ତେୱାତୀୟାଙ୍କ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ ଦେଖି ଦଳରେ ସାମିଲ କରାଯାଇଛି। ବାମହାତୀ ସ୍ପିଆନର କୁଲଦୀପ ଯାଦବ ଓ ମନୀଷ ପାଣ୍ଡେଙ୍କୁ ଦଳରୁ ବାହାର କରାଯାଇଛି। ଦୃତ ବୋଲର ଜସପ୍ରିତ ବୁମରାହଙ୍କୁ ଆରାମ ଦିଆଯାଇଛି।

ଭାରତୀୟ ଦଳ:

ବିରାଟ କୋହଲୀ(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନୟକ), କେଏଲ ରାହୁଲ, ଶିକ୍ଷାର ଧାୱନ, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ(ୱିକେଟକିପର), ଇଶାନ କିଶନ(ୱିକେଟକିପର), ଯୁଜୁବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରାହୁଲ ତେୱାତୀୟା, ଟି ନଟରାଜନ, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସୈନୀ, ସାର୍ଦ୍ଧୁଳ ଠାକୁର

ଟି-୨୦ ଅନ୍ତଃରାଷ୍ଟ୍ରୀୟ ସିରିଜ:-

ପ୍ରଥମ ଟି-୨୦ ଅନ୍ତଃରାଷ୍ଟ୍ରୀୟ ୧୨ ମାର୍ଚ୍ଚ: ଅହମ୍ମଦାବାଦ

ଦ୍ଵିତୀୟ ଟି-୨୦ ଅନ୍ତଃରାଷ୍ଟ୍ରୀୟ ୧୪ ମାର୍ଚ୍ଚ: ଅହମ୍ମଦାବାଦ

ତୃତୀୟ ଟି-୨୦ ଅନ୍ତଃରାଷ୍ଟ୍ରୀୟ ୧୬ ମାର୍ଚ୍ଚ: ଅହମ୍ମଦାବାଦ

ଚତୁର୍ଥ ଟି-୨୦ ଅନ୍ତଃରାଷ୍ଟ୍ରୀୟ ୧୮ ମାର୍ଚ୍ଚ: ଅହମ୍ମଦାବାଦ

ପଞ୍ଚମ ଟି-୨୦ ଅନ୍ତଃରାଷ୍ଟ୍ରୀୟ ୨୦ ମାର୍ଚ୍ଚ: ଅହମ୍ମଦାବାଦ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *