ରାହୁଲ ତେଓ୍ବାତିୟାଙ୍କ ଦମଦାର ବ୍ୟାଟିଂ : ୩୯ ବଲରେ କଲେ ୭୩ ରନ

ମାର୍ଚ୍ଚ ମାସରେ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳ ହେବାକୁ ଯାଉଛି। ଏହି ମ୍ୟାଚ ପାଇଁ ଇଣ୍ଡିଆ ଦଳରେ ଖେଳିବା ପାଇଁ ସିଲେକ୍ଟ ହୋଇଛନ୍ତି, ରାହୁଲ ତେଓ୍ବାତିୟା। ଇଣ୍ଡିଆ ଦଳରେ ସିଲେକ୍ଟ ହେବାପରେ ରାହୁଲ ତେଓ୍ବାତିୟା ଚଣ୍ଡିଗଡ ବିପକ୍ଷରେ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ୩୯ ବଳରେ ୭୩ ରନ କରିଛନ୍ତି। କୋଲକତାରେ ଚାଲିଥିବା ଏହି ମ୍ୟାଚରେ ରାହୁଲ ତେଓ୍ବାତିୟା ୬ଟି ଛକା ଓ ୪ଟି ଚୌକା କରିଥିଲେ। ଆଉ ତାଙ୍କର ଷ୍ଟ୍ରାଇକ ରନ୍ ରେଟ ୧୮୭ ରନରୁ ଅଧିକ ମଧ୍ୟ ରହିଛି। ରାହୁଲ ତେଓ୍ବାତିୟାଙ୍କର ଦମଦାର ବ୍ୟାଟିଂ ପାଇଁ ହରିୟାଣାର ଦଳୀୟ ସ୍କୋର ୫୦ ଓଭରରେ ୨୯୯ ରନ ହୋଇଛି।

Google

ଏହି ମ୍ୟାଚ ଖେଳିବାର ପୂର୍ବ ଦିନ ଇଣ୍ଡିଆ ଦଳରେ ସିଲେକ୍ଟ ହୋଇଥିଲେ। ରାହୁଲ ତେଓ୍ବାତିୟା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଇଣ୍ଡିଆ ଦଳରେ ସିଲେକ୍ଟ ହେବାରୁ ମୁଁ ବହୁତ୍ ଖୁସି ଅଛି। ଜୟନ୍ତ ଯାଦବ,ଅମିତ ମିଶ୍ର,ଯୁଜଭେନ୍ଦ୍ର ଚହଲଙ୍କ ଭଳି ସ୍ପିନରଙ୍କୁ ନେଇ ହରିୟାଣା ଦଳରେ ସ୍ଥାନ ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ହରିୟାଣାର ଦଳରେ ସ୍ପିନରଙ୍କ ପାଇଁ ପ୍ରତିଯୋଗିତାର ସ୍ତର ମୁଖ୍ୟ ଭୂମିକା ନିର୍ବାହ କରୁଛି। ହରିୟାଣା ଟିମରେ ପ୍ରଦର୍ଶନ କରିବା ଦ୍ୱାରା ନିଜର ଖେଳକୁ ସୁଧାରିବା ସହିତ ନିଜର ଆତ୍ମବିଶ୍ବାସ ମଧ୍ୟ ବଢ଼ାଇବାରେ ସାହାର୍ଯ୍ୟ କରୁଛି। ଆଗକୁ ହେଉଥିବା ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ବକପ ଖେଳିବା ପାଇଁ ତାଙ୍କର ଆଶା ରହିଛି। ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ଭାରତରେ ଟି-୨୦ ବିଶ୍ବକପ କ୍ରିକେଟ ଖେଳ ଆୟୋଜନ ହେବାକୁ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *