ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର କଲେ ବଡ ଖୁଲାସା,କହିଲେ କାହିଁକି ମୁମ୍ବାଇ ଇଣ୍ଡିଆନ୍ସ ଭାଇ ଅର୍ଜୁନଙ୍କୁ କିଣିଲା,ପଢନ୍ତୁ ପୁରା ଖବର

ଇଣ୍ଡିଆନ ପ୍ରିମିୟମ ଲିଗ ମାନେ ଆଇପିଏଲ ୨୦୨୧ ପାଇଁ ନିଲାମୀ ପ୍ରକ୍ରିୟା ଗୁରୁବାର ସମ୍ପର୍ଣ୍ଣ ହୋଇଛି|ଏହି ନିଲାମୀରେ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ମହଙ୍ଗା ବିକ୍ରି ହୋଇଥିଲେ|ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣିଥିଲା|ଏହା ପୂର୍ବରୁ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଂଶ ଥିଲେ|ମୋରିସ ଏବେ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ବିକିବା ଖେଳାଳି ହେଲେ|ଏହା ପୂର୍ବରୁ ଏହି ରେକର୍ଡ ଯୁବରାଜ ସିଂହ ନାମରେ ଥିଲା|

ଆଇପିଏଲ ନିଲାମୀରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଙ୍କର ପୁଅ ଅର୍ଜୁନ ତେନ୍ଦୁଲକର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ|ଅର୍ଜୁନଙ୍କ ବେସ ପ୍ରାଇସ୍ ୨୦ଲକ୍ଷ ଟଙ୍କା ଥିଲା ଓ ତାକୁ ମୁମ୍ବାଇ ଏହି ଦରରେ କିଣିଥିଲେ|ସୂଚନାଯୋଗ୍ୟ ଯେ ସଚିନ ତେନ୍ଦୁଲକର ମଧ୍ୟ ବହୁତ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳିଛନ୍ତି ଓ ଏବେ ଦଳର ମେଣ୍ଟର ଅଛନ୍ତି|

କହିରଖେ ଯେ ସଚିନଙ୍କ ପୁଅ ହେବା କାରଣରୁ ଅର୍ଜୁନଙ୍କ ଉପରେ ବହୁବାର ଦଵାଵ ରହିଥାଏ|ମୁମ୍ବାଇ ଇଣ୍ଡିଆନ୍ସ ଯେତେବେଳେ ନିଲାମୀରେ ଅର୍ଜୁନଙ୍କୁ କିଣିଲା ସେତେବେଳେ ସୋସିଆଲ ମିଡିଆରେ ବହୁତ ପ୍ରକାରର କମେଣ୍ଟ ଦେଖିବାକୁ ମିଳିଥିଲା|କୁହାଯାଉଛି ଯେ ସଚିନଙ୍କ କାରଣରୁ ମୁମ୍ବାଇ ଅର୍ଜୁନଙ୍କ କିଣିଥିଲା|

ସୂଚନା ଅନୁସାରେ ଶୁକ୍ରବାର ଦିନ ଆଇପିଏଲ ୧୪ ପାଇଁ ଶେଷ ହୋଇଥିବା ନିଲାମୀ ପ୍ରକ୍ରିୟାରେ ଶେଷ ବୋଲି ଅର୍ଜୁନଙ୍କ ଥିଲା|ଏହା ପରେ ହିଁ ଲଗାତାର ଅର୍ଜୁନ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି|ଏହି ଟ୍ରୋଲର ମୁହଁତୋଡ ଜବାବ ସଚିନଙ୍କ ଝିଅ ସାରା ଦେଇଛନ୍ତି|

ସାରା ନିଜର ଇନଷ୍ଟାଗ୍ରାମ ଷ୍ଟୋରି ଜରିଆରେ ଅର୍ଜୁନଙ୍କୁ ସମର୍ଥନ କରିଛନ୍ତି|ଏହା ସହ ସେ ଭାଇ ପାଇଁ ଖାସ ସନ୍ଦେଶ ମଧ୍ୟ ଲେଖିଛନ୍ତି|ସେ ଲେଖିଛନ୍ତି କେହି ତୁମ୍ଭଠାରୁ ଏହି ଉପଲବ୍ଧି ଛଡାଇପାରିବ ନାହିଁ,ଏହା ତୁମର ଓ ମୋତେ ତୁମ ଉପରେ ଗର୍ଵ ହୋଇଥାଏ|ଅନ୍ୟ ଭାରତୀୟ ଦଳର ଦ୍ରୁତ ବୋଲର ଓ ମୁମ୍ବାଇ ଇଣ୍ଡିଆନ୍ସର ଡାଇରେକ୍ଟର ଅଫ୍ କ୍ରିକେଟ ଜାହିର ଖାଁ କହିଛନ୍ତି ଯେ ଅର୍ଜୁନ ପରିଶ୍ରମୀ ଓ ଏହା ତାଙ୍କୁ ସାବ୍ୟସ୍ତ କରିବାକୁ ହେବ|

ମୁମ୍ବାଇ ଇଣ୍ଡିଆନ୍ସର ୭ ନୂଆଁ ଖେଳାଳି:

ନାଥନ କୁଲ୍ଟର ନାଇଲ୍:୫କୋଟି

ଏଡମ ମିଲେ:୩.୨୦ କୋଟି

ପିୟୁଷ ଚାୱଲା:୨.୪୦କୋଟି

ଜେମ୍ସ ନିଶାମ:୫୦ଲକ୍ଷ

ଯୁଦ୍ଧବୀର ଚରକ:୨୦ଲକ୍ଷ

ମାର୍କା ଜେନସନ:୨୦ଲକ୍ଷ

ଅର୍ଜୁନ ତେନ୍ଦୁଲକର:୨୦ଲକ୍ଷ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *