ପେନସନ ଭୋଗୀଙ୍କ ପାଇଁ ଜରୁରୀ ଖବର,ଓପିଏସ୍ ଲାଗୁ କରିବା ଉପରେ ସରକାରଙ୍କ ଏହି ଦୃଢୋକ୍ତି,ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ:ଦେଶର ୬୫ଲକ୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଏହା ଜରୁରୀ ଖବର|ଏହା ଓପିଏସ୍ ମାନେ ଓଲ୍ଡ ପେନସନ ସିଷ୍ଟମ୍ ସହ ଜଡ଼ିତ ସୂଚନା|ସରକାରୀ କର୍ମଚାରୀ ଓ ପେନସନଧାରୀ ପୁରୁଣା ପେନସନ ବ୍ୟବସ୍ଥାକୁ ଶ୍ରେଷ୍ଠ ମାନିଥାନ୍ତି|ଏହାକୁ ନେଇ କର୍ମଚାରୀମାନେ ମାଙ୍ଗ ଓ ଆନ୍ଦୋଳନ ଚଳାଇଥାନ୍ତି|ଏଵେ ଐହା ଉପରେ ସରକାରଙ୍କ ମହତ୍ୱପୂର୍ଣ୍ଣ ଜବାବ ସାମ୍ନାକୁ ଆସିଛି|ରାଷ୍ଟ୍ରୀୟ ପେନସନ ପ୍ରଣାଳୀ ଜରିଆରେ କେନ୍ଦ୍ର ଓ ରାଜ୍ୟର ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାଵି କରିଛନ୍ତି|

ଏମାନଙ୍କ କହିବାନୁଯାୟୀ ରିଟାୟାରମେଣ୍ଟ ପରେ ଆର୍ଥିକ ସୁରକ୍ଷା ପୁରୁଣା ପେନସନ ବ୍ୟବସ୍ଥାରେ ମିଳିଥାଏ|ଏହି ମାମଲାକୁ ନେଇ ଜେସିଏମର ସଚିବ ଶିବ ଗୋପାଳ ମିଶ୍ର କେନ୍ଦ୍ର ସରକାରଙ୍କ ଠାରୁ ଆଗ୍ରହ କରିଛନ୍ତି|ସେ ସମସ୍ତଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ କହିଛନ୍ତି|ବିତ୍ତ ମନ୍ତ୍ରାଳୟ ଶିବ ଗୋପାଳ ମିଶ୍ରଙ୍କ ଜବାବରେ କହିଛନ୍ତି ଯେ ପଶ୍ଚିମ ବଙ୍ଗକୁ ଛାଡିକି ସମସ୍ତ ରାଜ୍ୟରେ ଏନପିଏସ୍ ଲାଗୁ ହୋଇଛି|

ଏହା ସରକାରଙ୍କ ଏକ ନୀତିଗତ ନିର୍ଣ୍ଣୟ ଅଟେ|ପୁରୁଣା ପେନସନ ବ୍ୟବସ୍ଥା କାରଣରୁ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡୁଥିଲା|ପେନସନ ଓ ବିକାଶ ମଧ୍ୟରେ ସାମଞ୍ଜସ୍ୟ ବସିବା ଥିଲା|ଏନପିଏସକୁ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ଵାରା ସଂଚାଳିତ ହୋଇଥାଏ|ମନ୍ତ୍ରାଳୟ ଆଗରୁ କହିଛନ୍ତି ଯେ କେବଳ ଦୋହରା ଯାଉଛି ଯେ ପୁରୁଣା ବ୍ୟବସ୍ଥାକୁ ମହଜ୍ଜୁଦ ସ୍କିମରେ ଲାଗୁ କରାଯାଇପାରିବ ନାହିଁ|ପୁରୁଣା ପେନସନ ସ୍କିମ୍ କେନ୍ଦ୍ର ସରକାରଙ୍କ ଏକ ପରିଭାଷିତ ସ୍କିମ ଅଟେ|ଏଥିରେ ଏନପିଏସ୍ ଏକ ଅଶଦାରୀ ଯୋଜନା ଅଟେ|

ଭାରତୀୟ ଆର୍ମିକୁ ଛାଡି ସମସ୍ତ ମନ୍ତ୍ରାଳୟ ଓ ବିଭାଗ ୧ ଜାନୁଆରୀ ୨୦୦୪ ଠାରୁ ରାଷ୍ଟ୍ରୀୟ ପେନସନ ପ୍ରଣାଳୀ ଲାଗୁ କରିଛି|ଏହା ୨୦୦୯ ଠାରୁ ପ୍ରାଇଭେଟ୍ କର୍ମଚାରୀମାନଙ୍କ ପାଇଁ ଆରମ୍ଭ ହୋଇଛି|ଏନପିଏସରେ ରିଟର୍ଣ ମାର୍କେଟ ବ୍ୟବସ୍ଥା ଉପରେ ନିର୍ଭର କରେ|ଏଥିରେ କେତେ ରିଟର୍ଣ ମିଳିବ,ଏହାର କୈାଣସି ଗ୍ୟାରେଣ୍ଟି ନଥାଏ|ଯଦିଓ ପୁରୁଣା ପେନସନ ବ୍ୟବସ୍ଥାରେ ଲାଭ ପରିଭାଷିତ ହୋଇଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *