ଆଶ୍ଚର୍ଯ୍ୟଜନକ ଦାବୀ : ହଠାତ ପବନ ଦ୍ଵାରା ଗର୍ଭବତୀ ହେଲେ ମହିଳା,ଆଉ ୧୫ ମିନିଟରେ ପରେ ହେଲା ଏକ ସନ୍ତାନ ଜନ୍ମ,ଜାଣନ୍ତୁ ପୁରା ଘଟଣା !

ଜଣେ ଇଣ୍ଡୋନେସିଆର ମହିଳା ଏମିତି ଏକ ଅଦ୍ଭୁତ ଦାବି କରିଛନ୍ତିଯେ, ଯାହା ବିଷୟରେ ଜାଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣକ ଦାବି କରିଛନ୍ତିଯେ, ସେ ବାୟୁ ଦ୍ୱାରା ଗର୍ଭବତୀ ହୋଇଛନ୍ତି। ମହିଳା ଜଣକ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ସହ କଥାବାର୍ତ୍ତା କରି କହିଛନ୍ତିଯେ, ତାଙ୍କର କୌଣସି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ନାହିଁ, ହଠାତ ପବନ ଦ୍ୱାରା ସେ ଗର୍ଭବତୀ ହୋଇଥିଲେ।

୧୫ମିନିଟରେ ହେଲେ ଗର୍ଭବତୀ!:-

ମହିଳାଙ୍କ ଆଶ୍ଚର୍ଯ୍ୟ କରୁଥିବା ଦାବି ଅନୁଯାୟୀ, ଅପରାହ୍ନ ସମୟରେ ପ୍ରାର୍ଥନା କରିବା ପରେ ସେ ନିଜ ବାସଭବନରେ ବିଶ୍ରାମ କରୁଥିଲେ। ହଠାତ୍ ସେ ଅନୁଭବ କଲେ ଯେ, ପବନ ତାଙ୍କ ଶରୀରରେ ପ୍ରବେଶ କରୁଛି। ଘଟଣାର ୧୫ ମିନିଟ୍ ପରେ ତାଙ୍କ ପେଟରେ ଯନ୍ତ୍ରଣା ହେବାକୁ ଲାଗିଲା ଏବଂ ତାଙ୍କ ପେଟ ବଢିବାକୁ ଲାଗିଲା। ଏହାପରେ ମହିଳା ଜଣକ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚିଥିଲେ ଯେଉଁଠାରେ ସେ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ମହିଳାଙ୍କ ବିଚିତ୍ର କାହାଣୀ କିଛି ସମୟରେ ଭାଇରାଲ ହୋଇଗଲା। ଏହା ପରେ ସ୍ଥାନୀୟ ସାମୁଦାୟିକ କ୍ଲିନିକର ପ୍ରମୁଖ ଏହି ମାମଲାରେ ସୂଚନା ଦେଇଥିବା ମହିଳାଙ୍କ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ଜଣାପଡିଲାକି ମହିଳା ଜଣଙ୍କର ବିବାହ ହୋଇସାରିଛି। ବର୍ତ୍ତମାନ ସେ ନିଜର ସ୍ବାମୀଙ୍କ ଠାରୁ ଅଲଗା ରହୁଛନ୍ତି। ସାମୁଦାୟିକ କ୍ଲିନିକର ପ୍ରମୁଖ ଇମାନ ସୁଲେମାନ କହିଲେକି “ଯାଞ୍ଚ ସମୟରେ ଜଣାପଡିଲାକି ମା ଓ ପିଲା ଉଭୟ ସ୍ଵସ୍ଥ ଅଛନ୍ତି। ନର୍ମାଲ ଡେଲିଭରି ହୋଇଛି। ପିଲାଟିର ଓଜନ ୨.୯ କିଲୋଗ୍ରାମ ଅଟେ।” ସୁଲେମାନ କହିଲେକି ଏହା ଏକ “ଗୁପ୍ତ ଗର୍ଭାବସ୍ଥା”ର ମାମଲା ଅଟେ। ଯେଉଁଥିରେ ମହିଳାଙ୍କୁ ପ୍ରସବ ପୂର୍ବରୁ ଗର୍ଭାବସ୍ଥାର ଅନୁଭବ ହୁଏନାହିଁ। ସ୍ଥାନୀୟ ପୋ-ଲି-ସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ମହିଳାଙ୍କର ପୂର୍ବ ବାହାଘର ସହିତ କିଛି ସମ୍ବନ୍ଧ ବିଷୟରେ ଯାଞ୍ଚ କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *