ବାହାଘରରେ ବର-କନ୍ୟାଙ୍କୁ ପୁରସ୍କାରରେ ମିଳିଲା ପେଟ୍ରୋଲ, ପିଆଜ ଓ ଗ୍ୟାସ ସିଲିଣ୍ଡର, ଦେଖନ୍ତୁ ଭିଡିଓ

ଇନ୍ଧନର ମୂଲ୍ୟରେ ଲଗାତାର ୧୧ଦିନ ବୃଦ୍ଧି ହୋଇଛି। ଏମିତିରେ ତାମିଲନାଡୁରେ ଏକ ଯୋଡିଙ୍କୁ ତାଙ୍କର ସାଙ୍ଗମାନେ ଏକ ଆଶ୍ଚର୍ଯ୍ୟକର ଗିଫ୍ଟ ଦେଇଛନ୍ତି। କେହି ତାଙ୍କୁ ପେଟ୍ରୋଲର କ୍ୟାନ, ତୋ ଆଉ କେହି ତାଙ୍କୁ ଗ୍ଯାସ ସିଲିଣ୍ଡର ଓ ଆଉ କେହି ତାଙ୍କୁ ପିଆଜ ମଧ୍ୟ ଦେଇଛନ୍ତି। ବିବାହ ଅବସରରେ ଏମିତି ଆଶ୍ଚର୍ଯ୍ୟକର ଗିଫ୍ଟ ପାଇଥିବା ଏହି ଯୋଡିଙ୍କର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ଭିଡିଓରେ ଆପଣ ଏହି ଯୋଡିଙ୍କୁ ଷ୍ଟେଜରେ ଛିଡା ହୋଇଥିବାର ଦେଖିବେ। ଅତିଥିମାନଙ୍କ ହାତରେ ପେଟ୍ରୋଲ, ଗ୍ଯାସ ସିଲିଣ୍ଡର ଓ ପିଆଜର ମାଳ ଦେଖିବାକୁ ମିଳିଥିଲା। ସମସ୍ତେ ଷ୍ଟେଜରେ ଛିଡା ହୋଇ ପୋଜ ଦେଉଥିଲେ। ଭିଡିଓରେ ସମସ୍ତେ ଖୁସି ଦେଖାଯାଉଛନ୍ତି। ଭିଡିଓରେ ଆପଣ ଦେଖିପାରିବେକି କନ୍ୟାଙ୍କୁ ହସ ଲାଗୁଛି ଓ ସେ ନିଜର ହସକୁ ରୋକିବାକୁ ଚେଷ୍ଟା କରୁଛନ୍ତି।

ଭିଡିଓକୁ ସେୟାର କରି ଜଣେ ୟୁଜର କ୍ୟାପସନରେ ଲେଖିଛନ୍ତି,”ତାମିଲନାଡୁରେ ଯୋଡିଙ୍କୁ ବିବାହରେ ମିଳିଲା ପେଟ୍ରୋଲ, ଗ୍ଯାସ ସିଲିଣ୍ଡର ଓ ପିଆଜ।” ୪୫ ସେକେଣ୍ଡର ଏହି ଭିଡିଓ କ୍ଲିପ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ଏହା ସହିତ ଲୋକମାନେ ଏଥିରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *