କାହା ଘରେ ଟିଭି ଖଣ୍ଡେ ନଥିଲା ତ କିଏ ଗରିବୀ ସହିତ ଲଢୁଥିଲେ,ଆଜି ଆଇପିଏଲ ସେମାନଙ୍କୁ କରିଛି କୋଟିପତି,ଜାଣନ୍ତୁ ସେ ସବୁ ଯୁବକମାନଙ୍କର ସଂଘର୍ଷର କାହାଣୀ ?

କରୋନା କାଳ ସତ୍ତ୍ୱେ ଆଇପିଏଲ-୧୪ ପାଇଁ କ୍ରିକେଟରମାନଙ୍କ ଉପରେ ଟଙ୍କାର ବର୍ଷା ହୋଇଛି। ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ୍ ଟି-୨୦ ଲିଗର ଇତିହାସରେ ସବୁଠାରୁ ମହଙ୍ଗା ଭାବରେ ବିକ୍ରୟ ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣିଛି। ସେ ୬ ବର୍ଷ ପୁରୁଣା ଯୁବରାଜ ସିଂଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯାହାଙ୍କୁ ୨୦୧୫ମସିହାରେ ଦିଲ୍ଲୀ କ୍ୟାପିଟାଲ ୧୬ କୋଟି ଟଙ୍କାରେ କିଣିଥିଲେ। ତେବେ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ କ୍ରିକେଟର ଏବେ ଯାଏ ବିରାଟ କୋହଲି ହିଁ ଅଟନ୍ତି ଯାହାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭କୋଟି ଟଙ୍କାରେ ଦଳରେ ରଖିଛନ୍ତି।

ଅନକ୍ୟାପଡ ଶାହାରୁଖଙ୍କୁ ମିଳିଲା ପାଞ୍ଚ କୋଟି ଟଙ୍କା:-

ଅନକ୍ୟାପଡ ଖେଳାଳିଙ୍କ ମଧ୍ୟରେ କୃଷ୍ଣପ୍ପା ଗୌତମଙ୍କ ବ୍ୟତୀତ ସ୍ପିନର ଅଲରାଉଣ୍ଡର ଶାହରୁଖ ଖାନଙ୍କୁ ପଞ୍ଜାବ କିଙ୍ଗସ ୫.୨୫ କୋଟି ଟଙ୍କାରେ କିଣିଛି। ତାଙ୍କର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ଥିଲା। ତାମିଲନାଡୁର କ୍ରିକେଟର ନିମ୍ନ କ୍ରମରେ ବଡ ସଟ ଲଗେଇବାରେ ମଧ୍ୟ ମାହିର ଅଛନ୍ତି। ଏହି ବର୍ଷ ସେ ତାଙ୍କ ଦଳକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତିବାରେ ସାହାଯ୍ୟ କରିଥିଲେ। ଗତଥର ସେ ବୋଲିରେ ବିକ୍ରି ହୋଇ ରହି ଯାଇଥିଲେ। ପାଞ୍ଚଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ତାଙ୍କର ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ରହିଛି ଏବଂ ଯେଉଁଥିରେ ସର୍ବାଧିକ ସ୍କୋର ୯୨ ରନ୍ ଅଟେ।

ଗତବର୍ଷ ପର୍ଯ୍ୟନ୍ତ ଚେତନଙ୍କ ଘରେ ଟିଭି ନଥିଲା:-

ରାଜସ୍ଥାନ ରୟାଲ୍ସ ୨୨ ବର୍ଷର ବାମହାତି ଦୃତ ବୋଲର ଚେତନ ସକାରିୟାଙ୍କୁ ୧.୦୨କୋଟି ଟଙ୍କାରେ କିଣିଛି। ତାଙ୍କର ବେସ ପ୍ରାଇସ ୨୦ଲକ୍ଷ ଟଙ୍କା ଅଟେ। ଭାବନଗର ଜିଲ୍ଲାରେ ଚେତନଙ୍କ ପରିବାରର ଆର୍ଥିକ ସମସ୍ଯା ରହିଛି। ଗତ ବର୍ଷ ପର୍ଯ୍ୟନ୍ତ ତାଙ୍କ ଘରେ ଟିଭି ନଥିଲା। ଘର ଲୋକେ ତାଙ୍କର ମ୍ଯାଚ ଦେଖିବା ପାଇଁ ପୋଡଶୀଙ୍କ ଘରକୁ ଯାଉଥିଲେ। ସେ କୁଚ ବିହାର ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ। ସେ ଏମଆରଏଫ ପେସ ଏକାଡେମୀରେ ଅଷ୍ଟ୍ରେଲିଆ ଦିଗ୍ଗଜ ଗ୍ଲେନ ମ୍ୟାକଗ୍ରୋଙ୍କ ଠାରୁ ଟ୍ରେନିଂ ନେଇସାରିଛନ୍ତି।

୩୭ଟି ବଲରେ ଶତକ କରିଥିବା ଅଜହରଙ୍କୁ ୨୦ଲକ୍ଷ:-

କେରଳର ବ୍ୟାଟ୍ସମ୍ୟାନ ମହମ୍ମଦ ଅଜହରୁଦ୍ଧିନଙ୍କୁ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ବେସ ପ୍ରାଇସ ମୂଲ୍ୟ ୨୦ଲକ୍ଷ ଟଙ୍କାରେ କିଣିଛି। ସେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ବିରୁଦ୍ଧରେ ୩୭ଟି ବଲରେ ଶତକ କରିଥିଲେ। ତାଙ୍କର ୨୨ଟି ପ୍ରଥମ ଶ୍ରେଣୀ ମ୍ଯାଚରେ ୨୫.୯୧ର ଓଉସତ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *