ମଶା କାମୁଡିବାରୁ ଚାଲିଗଲା ଯନ୍ତ୍ରୀଙ୍କ ଚାକିରୀ

ମଧ୍ୟ ପ୍ରଦେଶରେ ଏକ ଅଜବ ଘ-ଟ-ଣା ଦେଖିବାକୁ ମିଳିଛି। ସର୍କିଟ ହାଉସରେ ରାତିରେ ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡିବା ପ୍ରସଙ୍ଗକୁ ନେଇ ଜଣେ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ଫେବୃଆରୀ ୧୬ରେ ସିଧି ଅଞ୍ଚଳରେ ହୋଇଥିବା ବସ ଦୁ-ର୍ଘ-ଟ-ଣା ପରେ ୧୭ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସେଠାକାର ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଘ-ଟ-ଣା ସ୍ଥଳରେ ପହଞ୍ଚିଥିଲେ। ଦିନସାରା ମୃ-ତ-କ ଓ ଆ-ହ-ତ ପରିବାର ବର୍ଗଙ୍କୁ ଦେଖା କରିବା ପରେ ରାତି ପ୍ରାୟ ୧୦ଟା ସମୟରେ ଜିଲ୍ଲାପାଳଙ୍କ ଅଫିସରେ ଏକ ବୈଠକ ମଧ୍ୟ କରିଥିଲେ। ୧୧.୩୦ ସମୟରେ ବୈଠକ ସାରି ସର୍କିଟ ହାଉସରେ ପହଞ୍ଚିଥିଲେ।

ଏହାପରେ ରାତି ପ୍ରାୟ ୧୨ଟା ସମୟରେ ଶୋଇବା ପାଇଁ ଯାଇଥିଲେ। କିନ୍ତୁ, ମଶା ତାଙ୍କୁ ଶୋଆଇ ଦେଇ ନଥିଲେ। ସେଠାରେ କୌଣସି ମଶା ଧୂପର ମଧ୍ୟ ବ୍ୟବସ୍ଥା କରାଯାଇନାହିଁ। ରାତି ପ୍ରାୟ ୨.୩୦ ସମୟରେ ମଶା ଔଷଧ ସ୍ପ୍ରେ କରାଯାଇଥିଲା। ସ୍ପ୍ରେ କରିବା ପରେ, ସେ ଟିକେ ଶୋଇ ପଡ଼ିଥିଲେ। କିନ୍ତୁ, ସକାଳ ୪ଟା ସମୟରେ ସେଠାକାର ଅବ୍ୟବସ୍ଥା ପାଇଁ ତାଙ୍କର ନିଦ ଭାଙ୍ଗି ପଡ଼ିଥିଲା। ଆଉ ସେହି ସମୟରେ ସର୍କିଟ ହାଉସରେ ପାଣି ଟାଙ୍କି ଭର୍ତ୍ତି ହୋଇ ପାଣି ବାହାରେ ପଡୁଥିଲା, ଏହି ପାଣି ପଡ଼ିବାର ଶବ୍ଦ ଶୁଣି ତାଙ୍କର ନିଦ ଭାଙ୍ଗିଯିବାରୁ ସେ ନିଜେ ଯାଇ ମୋଟର ବନ୍ଦ ମଧ୍ୟ କରିଥିଲେ। ଏହି ଘଟଣା ପରେ ସର୍କିଟ ହାଉସର ପ୍ରଭାରୀ ଇଞ୍ଜିନିୟର ବାବୁଲାଲ ଗୁପ୍ତାଙ୍କୁ ନିଲମ୍ବିତ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ|

Leave a Reply

Your email address will not be published. Required fields are marked *