୬୨ ବର୍ଷିୟା ଡ୍ୟାନ୍ସିଂ ଜେଜେମା ଇଣ୍ଟରନେଟରେ ହାସଲ କଲେ ଲୋକପ୍ରିୟତା, ନିଜ ଡ୍ୟାନ୍ସ ଏବଂ ଟାଲେଣ୍ଟ ଦ୍ୱାରା ଜିତିଲେ ଲୋକଙ୍କ ହୃଦୟ,ଦେଖନ୍ତୁ ଭିଡିଓ

୬୨ ବର୍ଷ ବୟସରେ ବ୍ୟକ୍ତି ଅଧିକ ଆକ୍ଟିଭ ରହିନଥାଏ | ଏହି ବୟସରେ ତାଙ୍କର ସବୁ ଇଚ୍ଛା ଏବଂ ସ୍ୱପ୍ନ ଯେପରି ମରିଯାଇଥାଏ | ସେ କେବଳ ଘରେ ବସି ବସି ଭଗବାନଙ୍କ ନାମ ନେଇଥାନ୍ତି କିମ୍ବା ନାତି ନାତୁଣୀକୁ ସମ୍ଭାଳିଥାନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ୬୨ ବର୍ଷ ବୟସ୍କା ଏପରି ଜେଜେମା’ଙ୍କ ସହ ପରିଚିତ କରିବାକୁ ଯାଉଛୁ, ଯିଏକି ଏ ବୟସରେ କେବଳ ନିଜ ସ୍ୱପ୍ନକୁ ପୂରଣ କରୁନାହାଁନ୍ତି ବରଂ ସେ ବହୁତ ଲୋକପ୍ରିୟ ହେବାରେ ମଧ୍ୟ ଲାଗିଛନ୍ତି |

ସେ ହେଉଛନ୍ତି ୬୨ ବର୍ଷୀୟ ରବି ବାଲା | ତାଙ୍କୁ ଲୋକମାନେ ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଜେଜେମା ନାମରେ ଜାଣିଥାନ୍ତି | ରବି ବାଲା ପିଲାଦିନରୁ ହିଁ ନାଚିବାକୁ ଭଲ ପାଉଥିଲେ | ସେ ସ୍କୁଲ ଏବଂ କଲେଜ ସମୟରେ ନିଜକୁ ଏକ କୋଠରୀରେ ନିଜକୁ ବନ୍ଦୀ କରି ଘଣ୍ଟା ଘଣ୍ଟା ଧରି ଡ୍ୟାନ୍ସ କରୁଥିଲେ | ତା’ପରେ ତାଙ୍କର ବିବାହ ହୋଇଗଲା ଏବଂ ଶାଶୁଘର ଲୋକମାନଙ୍କ କାରଣରୁ ତାଙ୍କ ଡ୍ୟାନ୍ସ କରିବା ଧୀରେ ଧୀରେ ବନ୍ଦ ହୋଇଗଲା |

ବିବାହ ପରେ ରବି ବାଲାଙ୍କ ଡ୍ୟାନ୍ସିଂର ସ୍ୱପ୍ନ ମଧ୍ୟ କେଉଁଠି ପୋତି ହୋଇଯାଇଥିଲା। ତା’ପରେ ବିବାହର 27 ବର୍ଷ ପରେ ତାଙ୍କ ସ୍ୱାମୀ କ୍ୟାନସର ରୋଗରେ ମୃତ୍ୟୁ ବରଣ କଲେ। ସେ କଷ୍ଟରେ ରହିବାକୁ ଲାଗିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ପୁଣି ଥରେ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ଉତ୍ସାହିତ କରିଥିଲେ। ତା ପରେ ଆଉ କଣ, ରବି ବାଲା ପୁଣି ଡ୍ୟାନ୍ସ କରିବା ଆରମ୍ଭ କରିଦେଲେ। 

 

ଏଥର ସେ ନିଜ ଡ୍ୟାନ୍ସର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କଲେ | ସେ ଅନେକ ଡ୍ୟାନ୍ସ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛନ୍ତି। ସେ ତାଙ୍କର ଅଡିସନ ଭିଡିଓଗୁଡ଼ିକୁ ଅନଲାଇନରେ ମଧ୍ୟ ପୋଷ୍ଟ କରିଥିଲେ। ଖୁବଶୀଘ୍ର ସେ ଲୋକମାନଙ୍କ ମଧ୍ୟରେ ଜଣେ ଡ୍ୟାନ୍ସିଂ ଜେଜେମା ରୂପରେ ଫେମସ ହୋଇଗଲେ | ତାଙ୍କର ଡ୍ୟାନ୍ସ ଏବଂ ଟାଲେଣ୍ଟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ |

ରବି ବାଲା ଡ୍ୟାନ୍ସିଂ ଜେଜେମାଙ୍କର ସୋସିଆଲ ମିଡିଆରେ ମଧ୍ୟ ଅନୁସରଣକାରୀମାନେ ଧୀରେ ଧୀରେ ବଢୁଛନ୍ତି। ସେ ମହିଳାମାନଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି | ଯେଉଁମାନେ ଭାବୁଛନ୍ତି ଯେ ସେମାନେ ବୃଦ୍ଧ କିମ୍ବା ବିବାହ ପରେ ନିଜ ସ୍ୱପ୍ନକୁ ପୂରଣ କରିପାରିବେ ନାହିଁ, ସେମାନେ ଏହି ଜେଜେମା’ଙ୍କଠାରୁ ପ୍ରେରଣା ପାଇପାରିବେ |

ଗୋଟିଏ କଥା ସବୁବେଳେ ମନେରଖିବ ଯେ ସ୍ୱପ୍ନ ପୂରଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ରହିନଥାଏ | ଯଦି ଆପଣଙ୍କ ପାଖରେ ଟାଲେଣ୍ଟ ଅଛି ଏବଂ ଆପଣ କେବେ ହାର ମାନନ୍ତି ନାହିଁ, ତେବେ ଆପଣଙ୍କୁ ଆପଣଙ୍କର ସ୍ୱପ୍ନକୁ ସାକାର କରିବାରେ କେହି ବି ଅଟକାଇ ପାରିବେ ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *