ଗ୍ୟାସର ସବସିଡି ଟଙ୍କା ଏକାଉଣ୍ଟକୁ ଆସୁଛି ନା ନାହିଁ ,ଘରେ ବସି ଏମିତି କରନ୍ତୁ ଚେକ୍

ଆପଣଙ୍କ ମଧ୍ୟରେ ଅଧିକାଂଶ ଘରେ ଏଲପିଜି କନେକ୍ସନ ହୋଇଥିବ|ଏଥିରେ ବହୁତ ଲୋକ ସବ୍ସିଡିର ଲାଭ ବି ଉଠାଉଥିବେ|ଏମିତିରେ ଏବେ ସବ୍ସିଡିର ମୂଲ୍ୟ ଏବେ ୩୦-୩୫ଟଙ୍କା ମଧ୍ୟରେ ସିମୀତ ହୋଇଗଲାଣି, ତଥାପି ଏତିକି ଟଙ୍କା ଆପଣଙ୍କ ଖାତାକୁ ଆସୁଛି ନା ନାହିଁ ଏହା ଜାଣିବା ଆପଣଙ୍କ ପାଇଁ ଜରୁରୀ ଅଟେ|ଏମିତିରେ ଗ୍ୟାସ ସବ୍ସିଡିର ଟଙ୍କା ଆପଣଙ୍କ ସହ ସମ୍ବନ୍ଧିତ ବ୍ଯାଙ୍କ ଖାତାକୁ ଚାଲିଯାଇଥାଏ, କିନ୍ତୁ ବହୁତ ଥର ବ୍ୟାଙ୍କର ଭୁଲ ଯୋଗୁଁ ଟଙ୍କା ଏକାଉଣ୍ଟରେ ପହଞ୍ଚି ପାରେ ନାହିଁ|ତେଣୁ ପ୍ରଶ୍ନ ଉଠୁଛି ଯେ କେମିତି ଜାଣିବା ଗ୍ୟାସ ସବ୍ସିଡି ଖାତାକୁ ଆସୁଛି ନା ନାହିଁ?

ସର୍ବପ୍ରଥମେ ନିଜର ସ୍ମାର୍ଟଫୋନ ବ୍ରାଉଜରରେ www.mylpg.in ଟାଇପ୍ କରନ୍ତୁ|ଏଵେ ଆପଣଙ୍କୁ ଦକ୍ଷିଣ ଭାଗରେ ଗ୍ୟାସ କମ୍ପାନୀର ଗ୍ୟାସ ସିଲିଣ୍ଡର ଫଟୋ ଦେଖାଯିବ, ଏଥିରେ ନିଜର ସର୍ଭିସ ପ୍ରୋଭାଇଡରର ଗ୍ୟାସ ସିଲିଣ୍ଡର ଉପରେ କ୍ଲିକ୍ କରନ୍ତୁ|

ଏହା ପରେ ଏକ ନୁଇ ଉଇଣ୍ଡୋ ଖୋଲିବ,ଯାହା ଆପଣଙ୍କ ସର୍ଭିସ ପ୍ରୋଭାଇଡରର ହେଇଥିବ|ଏବେ ସବୁଠୁ ଉପରେ ଦକ୍ଷିଣରେ ସାଇନ୍ ଇନ୍ ଓ ନୂତନ ୟୁଜରର ବିକଳ୍ପ ମିଳିବ|ଆପଣ ଯଦି ନିଜର ପହଲରେ ନିଜର ଆଇଡି ବନାଇଛନ୍ତି ତେବେ ସାଇନ୍ ଇନ୍ କରନ୍ତୁ ଓ ଯଦି ଵନାଇ ନାହାନ୍ତି ତେବେ ନ୍ୟୁ ୟୁଜର ଉପରେ କ୍ଲିକ କରି ବନାନ୍ତୁ|

ଏହା ପରେ ଲଗ୍ ଇନ୍ କରିବା ଫଳରେ ଆପଣଙ୍କୁ ଡାହାଣ ଭାଗରେ ଭ୍ୟୁ ସିଲିଣ୍ଡର ଵୁକିଙ୍ଗ ହିଷ୍ଟ୍ରି ଦେଖିବାକୁ ମିଳିବ|ଏହା ଉପରେ କ୍ଲିକ୍ କରିବା ଫଳରେ ଆପଣଙ୍କୁ କେଉଁ ସିଲିଣ୍ଡରରେ କେତେ ସବ୍ସିଡି ମିଳିଛି ଓ କେବେ ମିଳିଛି ଜଣା ପଡିବ|ଯଦି ଆପଣଙ୍କ ଏକାଉଣ୍ଟରେ ସବ୍ସିଡି ଟଙ୍କା ଆସୁନାହିଁ ତେବେ ଆପଣ ଫିଡବ୍ୟାକ ବଟନ୍ ଉପରେ କ୍ଲିକ କରି ଅଭିଯୋଗ ଦାଖଲ କରିପାରିବେ|

ଯଦି ଆପଣ ଏଲପିଜି ଆଇଡିକୁ ଏକାଉଣ୍ଟରେ ଲିଙ୍କ କରିନାହାନ୍ତି ତେଵେ ଆପଣ ଡିଷ୍ଟ୍ରିବ୍ୟୁଟର ସହ ସାକ୍ଷାତ କରି ସମାଧାନ କରି ପାରିବେ|ଏହା ସହ ଆପଣ ୧୮୦୦୨୩୩୩୫୫୫ ନମ୍ବରରେ ଫୋନ୍ କରି ଅଭିଯୋଗ ଦାଖଲ କରିପାରିବେ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *