୪ ଅନାଥ ଝିଅଙ୍କୁ ପୋଷ୍ୟା ଭାବରେ ଗ୍ରହଣ କଲେ ସୋନୁ ସୁଦ୍

କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ସମାଜରେ ନିଜର ନା’ ପ୍ରତିଷ୍ଠା କରିଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍। ଆଉ ଏବେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଆଉ ଏକ ମହତ୍ କାମ କରି ଚର୍ଚ୍ଚାରେ ରହିଛନ୍ତି। ଉତ୍ତରାଖଣ୍ଡର ଚମୋଲି ବିପର୍ଯ୍ୟୟରେ ପ୍ରା-ଣ ହରାଇଥିବା ଇଲେକ୍ଟ୍ରିସିଆନ ଆଲମ୍ ସିଂହ ପ୍ରା-ଣ ହରାଇବା ପରେ ତାଙ୍କ ପରିବାର ବେସାହାରା ହୋଇପଡ଼ିଥିଲା। ବଲିଉଡ୍ ଅଭିନେତା ସୋନୁ ସୁଦ୍ ଏବେ ତାଙ୍କ ପରିବାରକୁ ଅପଣାଇଛନ୍ତି।

ଆଲମ୍ ସିଂହଙ୍କ ପରିବାର ବିଷୟରେ ଜାଣିବା ପରେ ସୋନୁ ସୁଦ୍ ପରିବାର ପାଇଁ ଆଶାର ବାଡି ସାଜିଛନ୍ତି। ଆଲମଙ୍କର ୪ ଜଣ ଝିଅଙ୍କୁ ପୋଷ୍ୟା ଭାବରେ ଗ୍ରହଣ କରିନେଇଛନ୍ତି। ଏହି ୪ ଝିଅଙ୍କର ପାଠପଢ଼ାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ୍। ସୋସିଆଲ ମିଡିଆରେ ସୋନୁ ସୁଦ୍ ଏହାର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଆଲମଙ୍କର ୪ ଝିଅଙ୍କୁ ଦେଖିବାକୁ ମିଳୁଛି, ଏବଂ କ୍ୟାପସନରେ ଲେଖିଛନ୍ତି, ‘ଏହି ପରିବାର ଏବେ ଆମ ପରିବାର’।

ଏହି ବିଷୟରେ ସୋନୁ ସୁଦ୍ କହିଛନ୍ତି ଯେ, ଦେଶର ସମସ୍ତ ନାଗରିକଙ୍କର ଦାୟିତ୍ଵ ହେଉଛି, ସେ କଷ୍ଟ ସମୟରେ ଅନ୍ୟକୁ ସାହାର୍ଯ୍ୟ କରିବା। ଚମୋଲି ବିପର୍ଯ୍ୟୟରେ ଯାହା ବ-ର୍ବା-ଦ ହୋଇଛି, ଯଥା ସମ୍ଭବ ସହାୟତା କରାଯିବା ଦରକାର। ସୋନୁ ସୁଦଙ୍କର ଏଭଳି ପଦକ୍ଷେପ ପାଇଁ ସମସ୍ତ କ୍ଷେତ୍ରରୁ ପ୍ରଶଂସାର ସୁଅ ଛୁଟିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *