ଆଇପିଏଲ ଇତିହାସରେ ଏହି ୧୪ଜଣ ସବୁଠୁ ଅଧିକ ମହଙ୍ଗା ଖେଳାଳି,କିନ୍ତୁ ଏଥର ସମସ୍ତଙ୍କ ରେକର୍ଡ ଭାଙ୍ଗିଲେ ମୋରିସ,ଜାଣନ୍ତୁ ପ୍ରତ୍ୟେକ ସିଜିନରେ କିଏ କିଏ ମହଙ୍ଗା ଖେଳାଳୀ ଥିଲେ !

ଆଇପିଏଲର ୧୪ତମ ସିଜିନ ପାଇଁ ଚେନ୍ନାଇରେ ଖେଳାଳିଙ୍କର ନିଲାମୀ ହେଉଛି। ପ୍ରତ୍ଯେକଥର ଭଳି ଏଥର ମଧ୍ୟ ପ୍ରଶଂସକଙ୍କ ନଜର ସବୁଠୁ ମହଙ୍ଗା ଖେଳାଳିଙ୍କ ଉପରେ ଅଛି। ଏହି ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ସବୁଠାରୁ ମହଙ୍ଗା ଖେଳାଳି ଅଟନ୍ତି। ଏହି ମାମଲାରେ ସେ ପୂର୍ବ କ୍ରିକେଟର ଯୁବରାଜ ସିଂଙ୍କର ଛଅ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଆସନ୍ତୁ ଜାଣିବା ଗତ ସିଜିନରେ ସବୁଠାରୁ ମହଙ୍ଗା ଖେଳାଳିଙ୍କ ବିଷୟରେ:

ମହେନ୍ଦ୍ର ସିଂ ଧୋନୀ:-

୨୦୦୮ରେ ହୋଇଥିବା ଆଇପିଏଲର ପ୍ରଥମ ସିଜିନରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସବୁଠୁ ମହଙ୍ଗା ଖେଳାଳି ଥିଲେ। ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧.୫ ମିଲିୟନ ଆମେରିକୀୟ ଡଲାର(୧୧.୩୩ କୋଟି)ଟଙ୍କାରେ କିଣିଥିଲା। ଏହି ସିଜିନରେ ଚେନ୍ନାଇ ସୁପର କିଙ୍ଗସ ଫାଇନାଲରେ ପହଞ୍ଚିଥିଲା, ଯାହାକୁ ରାଜସ୍ଥାନ ରୟାଲ୍ସ ହରାଇଥିଲା।

କେଭିନ ପିଟରସନ ଓ ଏଣ୍ଡ୍ର୍ଯୁ ଫ୍ଲିଟଫ:-

୨୦୦୯ରେ ଇଙ୍ଗ୍ଲିଶ ଦଳର ବ୍ୟାଟ୍ସମ୍ୟାନ କେବିନ ପିଟରସନ ଓ ଅଲରାଉଣ୍ଡର ଏଣ୍ଡ୍ର୍ଯୁ ଫ୍ଳିଟଫ ଦୁଇଜଣ ୧.୫-୧.୫ ମିଲିୟନ ଆମେରିକୀୟ ଡଲାର(୭.୫୫-୭.୫୫ କୋଟି)ରେ ବିକ୍ରି ହୋଇଥିଲେ। ଫ୍ଳିଟଫଙ୍କୁ ଚେନ୍ନାଇ ସୁପର କିଙ୍ଗସ ଓ ପିଟରସନଙ୍କୁ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର କିଣିଥିଲା।

ଶେନ ବୋଣ୍ଡ ଓ କିରୋନ ପଲାର୍ଡ:-

୨୦୧୦ରେ ନ୍ୟୁଜଲାଣ୍ଡର ଦୃତ ବୋଲର ଶେନ ବୋଣ୍ଡ ଓ କିରୋନ ପୋଲାର୍ଡ ନିଲାମୀରେ ସବୁଠୁ ମହଙ୍ଗା ଖେଳାଳି ଥିଲେ। ବୋଣ୍ଡଙ୍କୁ କେକେଆର ଓ ପୋଲାର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୭୫୦୦୦୦ ଆମେରିକୀୟ ଡଲାର(୪.୮କୋଟି) ଟଙ୍କାରେ କିଣିଥିଲା।

ଗୌତମ ଗମ୍ଭୀର:-

୨୦୧୧ ଆଇପିଏଲ ଅକ୍ସନରେ ଗୌତମ ଗମ୍ଭୀର ସବୁଠୁ ମହଙ୍ଗା ଖେଳାଳି ଥିଲେ। ତାଙ୍କୁ କେକେଆର ୨.୪ ମିଲିୟନ ଆମେରିକୀୟ ଡଲାର(୧୧.୪ କୋଟି) ରେ କିଣିଥିଲେ।

ରବୀନ୍ଦ୍ର ଜଡେଜା:-

ଏହା ପରେ ୨୦୧୨ରେ ଚେନ୍ନାଇ ସୁପରକିଙ୍ଗସ ଟୁର୍ଣ୍ଣାମେଣ୍ଟର ସବୁଠୁ ମହଙ୍ଗା ଖେଳାଳି ରବୀନ୍ଦ୍ର ଜଡେଜାଙ୍କୁ ୨ମିଲିୟନ ଆମେରିକୀୟ ଡଲାର(ପାଖାପାଖି ୯.୭୨ କୋଟି) ରେ କିଣିଥିଲା।

ଯୁବରାଜ ସିଂ:-

୨୦୧୪ରେ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ଯୁବରାଜ ସିଂଙ୍କୁ ୧୪କୋଟି ଟଙ୍କାରେ କିଣିଥିଲା। ଯୁବରାଜ ଏହି ସିଜିନରେ ସବୁଠୁ ମହଙ୍ଗା ଖେଳାଳି ଥିଲେ।

ଯୁବରାଜ ସିଂ:-

୨୦୧୫ରେ ଯୁବରାଜ ସିଂ ଲଗାତାର ଦ୍ଵିତୀୟ ଥର ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ଏହି ସିଜିନରେ ତାଙ୍କୁ ଦିଲ୍ଲୀ ଡେୟରଡେଭିଲ୍ସ ୧୬କୋଟି ଟଙ୍କାରେ କିଣିଥିଲା।

ମହେନ୍ଦ୍ର ସିଂ ଧୋନୀ:-

ପ୍ରଥମ ସିଜିନ ପରେ ୨୦୧୬ରେ ଧୋନୀ ପୁଣିଥରେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ଏହି ସିଜିନରେ ସେ ପୁନେ ସୁପରଜିଆଣ୍ଟ୍ସର ଅଧିନାୟକ ଭାବରେ କିଣା ହୋଇଥିଲେ।

ବେନ ଷ୍ଟୋକ୍ସ:-

ଆଇପିଏଲ ୨୦୧୭ରେ ଇଙ୍ଗ୍ଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସ ସବୁଠୁ ମହଙ୍ଗା ଖେଳାଳି ଥିଲେ। ଏହି ସିଜିନରେ ସେ ସୁପରଜିଆଣ୍ଟ୍ସ ପାଇଁ ଖେଳିଥିଲେ। ପୁନେ ତାଙ୍କୁ ୧୪.୫ କୋଟି ଟଙ୍କାରେ କିଣିଥିଲା।

ବେନ ଷ୍ଟୋକ୍ସ:-

ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୨୦୧୮ରେ ଆଇପିଏଲରେ ପୁଣିଥରେ ସବୁଠୁ ଅଧିକ ମହଙ୍ଗା ଖେଳାଳି ଥିଲେ। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୫.୫କୋଟି ଟଙ୍କାରେ କିଣିଥିଲା।

ଜୟଦେବ ଉନାଦକଟ ଓ ବରୁଣ ଚକ୍ରବର୍ତ୍ତୀ:-

ଆଇପିଏଲ ୨୦୧୯ରେ ଜୟଦେବ ଉନାଦକଟ ଓ ବରୁଣ ଚକ୍ରବର୍ତ୍ତୀ ଦୁଇଜଣ ମହଙ୍ଗା ଖେଳାଳି ଥିଲେ। ରାଜସ୍ଥାନ ଉନାଦକଟଙ୍କୁ ୮.୪କୋଟି ଓ ପଞ୍ଜାବ ଚକ୍ରବର୍ତ୍ତୀଙ୍କୁ ୮.୪ କୋଟି ଟଙ୍କାରେ କିଣିଥିଲା।

ପେଟ କମିନ୍ସ:-

ଗତ ବର୍ଷ ଆଇପିଏଲରେ ଅଷ୍ଟ୍ରେଲିଆର ଦୃତ ବୋଲର ପେଟ କମିନ୍ସ ସବୁଠୁ ମହଙ୍ଗା ଖେଳାଳି ଥିଲେ। କଲିକତା ତାଙ୍କୁ ୧୫.୫କୋଟି ଟଙ୍କାରେ ନିଜର ଦଳରେ ସାମିଲ କରିଥିଲା।

କ୍ରିସ ମୋରିସ:-

ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସଙ୍କ ଉପରେ ମିନି ଅକ୍ସନରେ ବୋଲି ବହୁତ ଲାଗିଥିଲା। ୩୩ ବର୍ଷୀୟ ଅଲରାଉଣ୍ଡରଙ୍କୁ ରାଜସ୍ଥାନ ରୟାଲ୍ସ ଦଳ ୧୬.୨୫କୋଟି ଟଙ୍କାରେ କିଣିଥିଲା। ମୋରିସ ବର୍ତ୍ତମାନ ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ଅଟନ୍ତି। ସେ ଏହି ମାମଲାରେ ପୂର୍ବ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କର ଛଅ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଦେଲେ। ୨୦୧୫ ମସିହାରେ ଦିଲ୍ଲୀ ଡେୟାରଡେଭିଲ୍ସ ତାଙ୍କୁ ୧୬କୋଟି ଟଙ୍କାରେ କିଣିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *