ଗାର୍ଲଫ୍ରେଣ୍ଡ ଜନ୍ମ ଦେଲା ଏକ ସନ୍ତାନ,ଏହା ପରେ ବୟଫ୍ରେଣ୍ଡ ଓ ତା,ର ମା ଘର ଛାଡି ଫେରାର,ଜାଣନ୍ତୁ ପୁରା ଘଟଣା

ପ୍ରେମରେ ଯେତେବେଳେ ଧୋକା ଦିଆଯାଏ, ସେତେବେଳେ ବହୁତ ଖରାପ ଲାଗିଥାଏ | ଜେସ ଆଲଡ୍ରିଜଙ୍କ ବୟସ ୨୪ ବର୍ଷ ଅଟେ | ୨୯ ବର୍ଷିୟ ରିଆନ ଶେଲଟନ ତାଙ୍କର ବୟଫ୍ରେଣ୍ଡ ଥିଲେ | ସେମାନଙ୍କର ଏହା ଦ୍ୱିତୀୟ ସନ୍ତାନ ହୋଇଥିଲା | କିନ୍ତୁ ଏହା ମଧ୍ୟରେ ରିଆନ ଜେସଙ୍କ ମା ସହିତ ରିଲେସନକୁ ଆସି ଯାଇଥିଲେ ଏବଂ ଜେସଙ୍କୁ ଛାଡି ଚାଲିଗଲେ |

ଘରକୁ ଆସିବାପରେ ଦେଖିଲେ ସେମାନେ ଦୁହେଁ ନାହାନ୍ତି :-

ମେଟ୍ରୋରେ ପ୍ରକାଶିତ ଖବର ଅନୁଯାୟୀ, ଏହି ମାମଲା ଇଂଲଣ୍ଡର ଅଟେ | ହସ୍ପିଟାଲରୁ ଜାନୁଆରୀ ୨୮ ରେ ଜେସ ଘରକୁ ଆସିଲେ | ସେ ରିଆନଙ୍କ ପୁତ୍ରକୁ ଜନ୍ମ ଦେଇଥିଲେ | କିନ୍ତୁ ସେ ଘରେ ପହଞ୍ଚିବା ମାତ୍ରେ ଜାଣିବାକୁ ପାଇଲେ ଯେ ରିଆନ ଏବଂ ଜେସଙ୍କ ୪୪ ବର୍ଷ ବୟସ୍କା ମା ଜର୍ଜିନା ସେଠାରୁ ୪୮ କିଲୋମିଟର ଦୂରରେ ଏକ ନୂତନ ଘରକୁ ସିଫ୍ଟ ହୋଇଛନ୍ତି | ଜେସ କହିଛନ୍ତି, ” ଏହା ଏକ ଧୋକା ଅଟେ | ଜଣେ ଜେଜେମା ନିଜ ନାତିକୁ ଭଲ ପାଇବା ଉଚିତ, ତା’ ବାପା ସହ ନୁହେଁ |’

ମା କରୁଥିଲେ ଫ୍ଲର୍ଟ :-

ଜେସ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ମା ରିଆନଙ୍କ ସହ ଫ୍ଲର୍ଟ କରୁଥିଲେ | ସେ କୁହନ୍ତି, ‘ମା ମୋ ସହିତ ରହିବା ଉଚିତ ଥିଲା | ମୋତେ ସାହାଯ୍ୟ କରିବାର ଥିଲା କିନ୍ତୁ ସେ ତ ମୋ ବୟଫ୍ରେଣ୍ଡଙ୍କ ସହିତ ଅଛନ୍ତି |’ ତେବେ ଜେସ ଏହି ବିଷୟରେ ଉଭୟଙ୍କ ସହ ପୂର୍ବରୁ କଥା ହୋଇଥିଲେ, କିନ୍ତୁ ଦୁହେଁ ଏହାକୁ ଅସ୍ୱୀକାର କରି ଚାଲିଥିଲେ |

ମେସେଜ କରି କଲା ସମ୍ପର୍କ ଶେଷ :-

ଯେମିତି ଜେସ ହସ୍ପିଟାଲରେ ରିଆନଙ୍କ ପୁଅକୁ ଜନ୍ମ ଦେଲେ, ତା’ର କିଛି ସମୟ ପରେ ରିଆନଙ୍କ ମେସେଜ ଆସିଲା | ସେ ସମ୍ପର୍କ ଶେଷ କରିବାକୁ କହିଥିଲେ | ଯେତେବେଳେ ସେ ଘରକୁ ଆସିଲେ, ସେତେବେଳେ ସେ ଦେଖିଲେ ଯେ ରିଆନ ଏବଂ ତାଙ୍କ ମା ଦୁହେଁ ମିଶି ଏକ ନୂତନ ଘରକୁ ସିଫ୍ଟ ହୋଇଯାଇଛନ୍ତି | ସେହିପରି ତାଙ୍କ ମା କହିଛନ୍ତି ଯେ ଆମେ ଏହା ସ୍ଥିର କରିପାରିବା ନାହିଁ ଯେ ଆମେ କାହାକୁ ଭଲ ପାଇବା | ବର୍ତ୍ତମାନ ଦୁହେଁ ନୂଆ ଘରକୁ ସିଫ୍ଟ ହୋଇ ଯାଇଛନ୍ତି | ଦୁହେଁ ଫେସବୁକରେ ନିଜ ସମ୍ପର୍କକୁ ମଧ୍ୟ ପ୍ରକାଶ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *