ଆଇପିଏଲ ୨୦୨୧ ଅକ୍ସନ : କିଏ ଏହି ଶାହାରୁଖ ଖାନ୍,ଯାହାକୁ ପାଇ ପ୍ରିତୀ ଜିଣ୍ଟା ଖୁସିରେ ହେଉଛନ୍ତି ଆତ୍ମହରା,ଜାଣନ୍ତୁ ସେ ଶାହାରୁଖ ଖାନଙ୍କ ବିଷୟରେ

ଆଇପିଏଲ ୨୦୨୧ ମହାନିଲାମୀ:ଆଇପିଏଲର ୧୪ତମ ସିଜନ ପାଇଁ ନିଲାମି ପ୍ରକ୍ରିୟା ଗୁରୁବାର ଦିନ ସମାପ୍ତ ହୋଇଛି|ଏଥିରେ କ୍ରିସ ମୋରିସଙ୍କୁ ସର୍ବାଧିକ ୧୬.୨୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଛି|କିନ୍ତୁ ସବୁଠାରୁ ଚର୍ଚ୍ଚା ସେହି ଶାହାରୁଖ ଖାନଙ୍କ ହେଉଛି ଯାହାକୁ ପାଇ କିଙ୍ଗସ୍ ଇଲେଭେନର ମାଲିକାଣୀ ପ୍ରିତୀ ଜିଣ୍ଟା ଖୁସିରେ ଆତ୍ମବିଭୋର ହେଉଛନ୍ତି|

ନିଲାମୀ ସମୟରେ ଶାହାରୁଖ ଖାନଙ୍କ ମୂଳ ଦର ୨୦ଲକ୍ଷ ଟଙ୍କା ଥିଲା|ତାଙ୍କୁ ପଞ୍ଝାବ କିଙ୍ଗସ୍ ୫.୨୫ କୋଟି ଟଙ୍କା ବିନିମୟରେ କିଣିଥିଲେ|ଶାହାରୁଖ ଖାନଙ୍କୁ ପାଇ ପ୍ରିତୀ ଜିଣ୍ଟା ଏତେ ଖୁସି ହୋଇଗଲେ ଯେ ସେ ବିରୋଧୀ ଦଳକୁ ଈସାରା କରି କହିଲେ ଯେ ଆମେ ଶାହାରୁଖ ଖାନଙ୍କୁ ହାସଲ କରିନେଲୁ|

୨୫ ବର୍ଷୀୟ ଶାହାରୁଖ ଖାନ ତାମିଲନାଡୁ ରାଜ୍ୟର ଅଟନ୍ତି|ସେ ବଡ ହିଟ୍ ଲଗାଇବାରେ ପରିଚିତ|ଟି-୨୦ଫର୍ମାଟର ତଳ କ୍ରମରେ ସେ ୨୦୦ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଥାନ୍ତି|ଶାହାରୁଖ ଖାନ ଆସିବା ଫଳରେ କିଙ୍ଗସ ଇଲେଭେନ ପଞ୍ଜାବର ମଧ୍ୟମ କ୍ରମର ଅଭାବ ପୂରଣ ହେବ ଯାହା ପୂର୍ବ ସିଜନରେ ପରିଲକ୍ଷିତ ହୋଇଥିଲା|

ଶାହାରୁଖ ଖାନ ପୂର୍ବ ମାସରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନିଜର ପ୍ରତିଭା ସାବ୍ୟସ୍ତ କରିଥିଲେ|ସେ ଏହି ଟୁର୍ଣ୍ଣାମେଣ୍ଟରେ ୧୯ ବଲରେ ୪୦ରନର ପାରି ଖେଳି ତାମିଲନାଡୁ ଦଳକୁ ଜିତାଇଥିଲେ|

୨୦୧୮ ରେ ମଧ୍ୟ ଶାହାରୁଖ ଖାନ ତାମିଲନାଡୁ ତରଫରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳି ମାତ୍ର ୮ ବଲରେ ୨୧ରନ୍ କରିଥିଲେ|ସେ ସେତେବେଳେ ଚର୍ଚ୍ଚିତ ହୋଇଥିଲେ ଯେତେବେଳେ ଟ୍ୟାଲେଣ୍ଟ ହଣ୍ଟ ଜରିଆରେ ଚେନ୍ନାଇ ତରଫରୁ ଜୁନିଅର ଲେବଲ ଖେଳିବାର ସୁଯୋଗ ମିଳିଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *