ହାର୍ଦ୍ଦିକ ପାଣ୍ଡ୍ୟା ସେୟାର କଲେ ନିଜର ପୁରୁଣା ଭିଡିଓ, କହିଲେ – ‘ଆଇପିଏଲ ନିଲାମ ସବୁବେଳେ ମନେ ପକାଇ ଦେଇଥାଏ ଯେ …’ଦେଖନ୍ତୁ ଭିଡ଼ିଓ

ଟିମ ଇଣ୍ଡିଆର ଚମତ୍କାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି | ଆଇପିଏଲ ନିଲାମ ୨୦୨୧ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପୁରୁଣା ଭିଡିଓ ସେୟାର କରିଛନ୍ତି, ଯେଉଁଠାରେ ସେ କହିଥିଲେ ଯେ ତାଙ୍କ ସ୍ୱପ୍ନ ହେଉଛି ଟିମ ଇଣ୍ଡିଆ ପାଇଁ ଖେଳିବା | ଆଗକୁ ଥିବା ଭିଡିଓରେ ସେ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି | ଏହି ଭିଡିଓର କିଛି ଘଣ୍ଟା ମଧ୍ୟରେ ୨୦ ଲକ୍ଷ ଭ୍ୟୁ ହୋଇଛି |

ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା ଦେଖାଯାଉଛନ୍ତି | ସେହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଷ୍ଟେଟ ଟିମରେ ସ୍ଥାନ ପାଇବାକୁ ଚେଷ୍ଟା କରୁଥିଲେ | ଭିଡିଓରେ ପାଣ୍ଡ୍ୟା କହୁଛନ୍ତି, ‘ ଏହା ଏକ ସ୍ୱପ୍ନ ଅଟେ ଯେ ଯେପରି ୟୁସୁଫ ପଠାନ ଏବଂ ଇରଫାନ ପଠାନ ଇଣ୍ଡିଆ ଏବଂ ବରୋଦା ପାଇଁ ଖେଳନ୍ତି | ସେହିଭଳି ଆମେ ମଧ୍ୟ ବରୋଦା ଏବଂ ଇଣ୍ଡିଆ ପାଇଁ ଖେଳିବୁ |’ ଏହା ପରେ ଭିଡିଓରେ ହାର୍ଦ୍ଦିକଙ୍କୁ ପ୍ରାକ୍ଟିସ କରୁଥିବାର ଦେଖିବାକୁ ମିଳୁଛି |

ଏହି ଭିଡିଓକୁ ପୋଷ୍ଟ କରି ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଛନ୍ତି, ‘କେବେ ବି ନିଜ ସ୍ୱପ୍ନର ଶକ୍ତିକୁ କମ ଭାବନାହିଁ | ଆମେ ଧନ୍ୟ ଏବଂ କୃତଜ୍ଞ ଅଟନ୍ତି | ଆଇପିଏଲ ନିଲାମ ସବୁବେଳେ ମୋତେ ମନେ ପକାଇଥାଏ ଯେ ଆମେ କେତେ ଦୂର ଅଟୁ |’

ଦେଖନ୍ତୁ ଭିଡିଓ :-

ସେହି ଭିଡିଓକୁ ସେ ଫେବୃଆରୀ ୧୮ ତାରିଖର ସକାଳେ ସେୟାର କରିଥିଲେ | ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଭ୍ୟୁ ରହିଛି | ଏହି ଭିଡିଓ ଉପରେ ଭାଇ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ରିଆକ୍ସନ ଦେଇଛନ୍ତି | ସେ ଲେଖିଛନ୍ତି, ‘ଲଭ ୟୁ ବ୍ରଦର’ |

କୁହାଯାଉଛି ପାଣ୍ଡ୍ୟା ବ୍ରଦର୍ସ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳନ୍ତି | ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *