LPG ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ସିଲିଣ୍ଡର ପାଇବାକୁ ହେଲେ ଆପଣାନ୍ତୁ ଏହି ଟିପସ

ରୋଷେଇ ଗ୍ୟାସ ମାନବ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥାଏ । ଏହାର ଦର କମିବା ଓ ବଢିବା ସାଧାରଣ ଜନତାଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ବର୍ତ୍ତମାନ ସରକାର ଏଲପିଜି ନାଚୁରାଲ ଗ୍ୟାସ ଦର 50 ଟଙ୍କା ବଢ଼ାଇ ଦେଇଛନ୍ତି । ଏହାପରେ ବିନା ସବ୍ସିଡି ଵାଲା 14.2 କିଲୋଗ୍ରାମ ରୋଷେଇ ଗ୍ୟାସ 769 ଟଙ୍କା ହୋଇଯାଇଛି । ଏହି ମାସରେ ଗ୍ୟାସ ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଏଲପିଜି ବଢିବାରୁ ଏହା ଲୋକଙ୍କର ସାଧାରଣ ଜୀବନ ଉପରେ ପ୍ରଭାବ ପକାଇଛି। କିନ୍ତୁ ଯଦି ଆପଣ ଚାହାଁନ୍ତି ମହଙ୍ଗା ସିଲିଣ୍ଡରକୁ ବି 69 ଟଙ୍କାରେ କିଣିପାରନ୍ତି । ଯଦି ଆପଣ ପେଟିଏମ ରେ ଗ୍ୟାସ ସିଲିଣ୍ଡର ବୁକ କରନ୍ତି ତାହେଲେ 700 ଟଙ୍କାର କ୍ୟାଶବ୍ୟାକ ଆପଣଙ୍କୁ ମିଳିବ । ଏହି ଅଫର ଜାନୁଆରୀ 28, 2021 ପର୍ଯ୍ୟନ୍ତ ଲାଗୁ ହେବ ।

କେମିତି ମିଳିବ କ୍ୟାଶବ୍ୟାକ ଲାଭ :-

– ସର୍ବପ୍ରଥମେ ନିଜ ମୋବାଇଲରେ ପେଟିଏମ ଆପ ଖୋଲନ୍ତୁ।

– ଆପ ଖୋଲିବାପରେ recharge and pay bill ରେ କ୍ଲିକ କରନ୍ତୁ ।

– ଏବେ book a cylinder option ରେ କ୍ଲିକ କରନ୍ତୁ ।

– ଏକ ନୂଆ ପେଜ ଖୋଲିବ, ଯେଉଁଥିରେ ନିଜର ଗ୍ୟାସ ପ୍ରୋଭାଇଡ଼ରଙ୍କୁ ବାଛନ୍ତୁ ।

– ଏହାପରେ ନିଜର ଡିଲର ନମ୍ବର, ଏଲପିଜି ଆଇଡି କିମ୍ବା ରେଜିଷ୍ଟ୍ରର୍ଡ଼ ମୋବାଇଲ ନମ୍ବରରେ କୌଣସି ଗୋଟିଏକୁ ବାଛନ୍ତୁ।

– ଏହାପରେ ଆପଣଙ୍କୁ ପେମେଣ୍ଟ ଅପ୍ସନ ଦେଖାଇବ ।

– ପେମେଣ୍ଟ କରିବା ପୂର୍ବରୁ ଅଫରରେ FIRSTLPG ଲେଖିଦିଅନ୍ତୁ ।

– ପୈଠ କରିବାପରେ ପେଟିଏମ ୱାଲେଟରେ 700 ଟଙ୍କାର କ୍ୟାଶବ୍ୟାକ ମିଳିଯିବ ।

ଆମାଜନ ଆପରେ 50 ଟଙ୍କାର କ୍ୟାଶବ୍ୟାକ :-

ଏହାବ୍ୟତୀତ ଇଣ୍ଡିଆନ ଏଲପିଜି ସିଲିଣ୍ଡର ବୁକିଂରେ ଆମାଜନ ଅଫର ଦେଉଛି । ଆମାଜନ ପେ ଜରିଆରେ ପ୍ରଥମ ଥର ରୋଷେଇ ଗ୍ୟାସ ବୁକ କରିବାପରେ ପୈଠ କରିସାରିବା ପରେ 50 ଟଙ୍କା କ୍ୟାଶବ୍ୟାକ ମିଳୁଛି । ଏହି କ୍ୟାଶବ୍ୟାକ କେବଳ ଥରେ ହିଁ ମିଳିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *