ଆଇପିଏଲ : କେଉଁ ଦଳ କାହାକୁ କେତେ ଟଙ୍କାରେ କିଣିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ଚେନ୍ନାଇରେ ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ମିନି ନିଲାମ ଶେଷ ହୋଇଛି। ଏହି ନିଲାମିରେ ୮ଟି ଦଳ ନିଜ ମନ ପସନ୍ଦର ଖେଳାଳି ଚୟନ କରିଛନ୍ତି। ୧୪୫.୩ କୋଟି ଟଙ୍କା ଖର୍ଚ୍ଚ କରି ଫ୍ରାଞ୍ଚାଇଜମାନେ ୫୭ ଜଣ ଖେଳାଳିଙ୍କୁ ନିଜ ନିଜ ଟିମରେ ସାମିଲ କରିଛନ୍ତି।

୨୨ ଜଣ ବିଦେଶୀ ଖେଳାଳିଙ୍କୁ କିଣିବା ସହିତ ଦକ୍ଷିଣ ଆଫ୍ରିକର କ୍ରିସ ମୋରିସ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ଚୟନ ହୋଇଛନ୍ତି। ଆଉ ସେ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ଭାବରେ ଚୟନ ହୋଇଛନ୍ତି। ଏହି ବିଦେଶୀ ଖେଳାଳିଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଛନ୍ତି, ରାଜସ୍ଥାନ ରୟାଲ୍ସ ଦଳ।

ଅନ୍ୟପକ୍ଷରେ ଆରୋନ ଫିଞ୍ଚ, ଆଲେକ୍ସ ହେଲ୍ସ, ଜେସନ ରାୟ ଭଳି ଖେଳାଳିଙ୍କୁ କେହି ବି କିଣିନାହାନ୍ତି। ଓଡ଼ିଶାର ୨ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ନିଲାମିରେ ସାମିଲ ହୋଇପାରିନାହାନ୍ତି। ଆଉ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମୁମ୍ବାଇ ୨୦ ଲକ୍ଷ ଟଙ୍କାରେ ଶେଷ ଖେଳାଳି ଭାବରେ ନିଜ ଟିମରେ ସାମିଲ ହୋଇଛନ୍ତି।

ଆସନ୍ତୁ ଜାଣିବା କେଉଁ ଦଳ କେତେ ଟଙ୍କାରେ କାହାକୁ କିଣିଲେ

Google

ମୁମ୍ବାଇ ଇଣ୍ଡିଆନ୍ସ-

ନେଥନ କୁଲଟର ନାଇଲଙ୍କୁ ୫ କୋଟି ଟଙ୍କାରେ, ଆଡାମ ମିଲନେଙ୍କୁ ୩.୨ କୋଟି ଟଙ୍କାରେ, ପୀୟୂଷ ଚାୱଲାଙ୍କୁ ୨.୪ କୋଟି ଟଙ୍କାରେ, ଜିମ୍ମି ନିଶନଙ୍କୁ ୫୦ ଲକ୍ଷ ଟଙ୍କାରେ, ଯୁଦ୍ଧବୀର ଚରକଙ୍କୁ ୨୦ ଲକ୍ଷ ଟଙ୍କାରେ, ମାରକୋ ଜାନସେନଙ୍କୁ ୨୦ ଲକ୍ଷ ଟଙ୍କାରେ ଏବଂ ଶେଷରେ ଅର୍ଜୁନ ତେନ୍ଦୁଲକରଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛନ୍ତି।

କାହାକୁ ରଖିଥିଲା –

କୃନାଲ ପାଣ୍ଡ୍ୟା,କ୍ରିସ ଲୀନ,ଧୱଲ କୁଲକର୍ଣ୍ଣି,ଅଙ୍କୁଲ ରୟ,ମୋହସିନ ଖାନ,ରୋହିତ ଶର୍ମା, କାଏରନ ପୋଲାର୍ଡ,ଟ୍ରେଣ୍ଟ ବୋଲ୍ଟ,କ୍ୱିଣ୍ଟନ ଡି’କକ,ସୂର୍ଯ୍ୟ କୁମାର ଯାଦବ,ଯଶପ୍ରୀତ ବୁମ୍ରା,ହାର୍ଦ୍ଦିକ ପାଣ୍ଡ୍ୟା,ରାହୁଲ ଚହର, ଇଶାନ କିଶନ,ସୌରଭ ତିୱାରୀ,ଜୟନ୍ତ ଯାଦବ,ଅନମୋଲପ୍ରୀତ ସିଂହ ଓ ଆଦିତ୍ୟ ତାରେ।

ରାଜସ୍ଥାନ ରୟାଲ୍ସ –

କ୍ରିସ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ, ଶିବମ ଦୁବେଙ୍କୁ ୪.୪ କୋଟି ଟଙ୍କାରେ,ଚେତନ ସକରିୟାଙ୍କୁ ୧.୨୦ କୋଟି ଟଙ୍କାରେ,ମୁସ୍ତାଫିଜୁର ରହମାନଙ୍କୁ ୧ କୋଟି ଟଙ୍କାରେ,ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ୭୫ ଲକ୍ଷ ଟଙ୍କାରେ, କେସି କାରିପ୍ପାଙ୍କୁ ୨୦ ଲକ୍ଷ ଟଙ୍କାରେ, କୁଲଦୀପ ଯାଦବଙ୍କୁ ୨୦ ଲକ୍ଷ ଟଙ୍କାରେ ଓ ଆକାଶ ସିଂଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛନ୍ତି।

କାହାକୁ ରଖିଥିଲା –

କାର୍ତ୍ତିକ ତ୍ୟାଗୀ,ଆଣ୍ଡ୍ର୍ୟୁ ଟାଏ,ଜୟଦେବ ଉନାଦକତ, ମୟଙ୍କ ମାର୍କଣ୍ଡେ,ଯଶସ୍ୱୀ ଜୈସୱାଲ,ସଞ୍ଜୁ ସାମସନ୍,ବେନ୍ ଷ୍ଟୋକ୍ସ,ଯୋସ ବଟଲର,ଜୋଫ୍ରା ଆର୍ଚର,ରିୟାନ ପରାଗ,ଶ୍ରେୟସ ଗୋପାଲ,ରାହୁଲ ତେୱାତିଆ,ଅନୁଜ ରାୱତ,ଡାଭିଡ ମିଲର,ରବିନ ଉଥାପା,ମହିପାଲ ଲୋମରୋ ଓ ମନନ୍ ଭୋରା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର –

ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ,ସଚିନ ବେବିଙ୍କୁ ୨୦ ଲକ୍ଷ ଟଙ୍କାରେ,ମହମ୍ମଦ ଆଝାରୁଦ୍ଦିନଙ୍କୁ ୨୦ ଲକ୍ଷ ଟଙ୍କାରେ,ରଜତ ପାତିଦାରଙ୍କୁ ୨୦ ଲକ୍ଷ ଟଙ୍କାରେ, କାଇନ୍ ଜାମିସନଙ୍କୁ ୧୫ କୋଟି ଟଙ୍କାରେ,ଡାନିଏଲ କ୍ରିଷ୍ଟିଆନଙ୍କୁ ୪.୮ କୋଟି ଟଙ୍କାରେ,କେଏସ ଭାରତଙ୍କୁ ୨୦ ଲକ୍ଷ ଟଙ୍କାରେ ଓ ସୁୟଶ ପ୍ରଭୁଦେଶାଇଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛନ୍ତି।

କାହାକୁ ରଖିଥିଲା –

ବିରାଟ କୋହଲି,ଏବି ଡିଭିଲିୟର୍ସ,ୟୁଜବେନ୍ଦର ଚହଲ,ଦେବଦତ୍ତ ପାଡ୍ଡିକଲ,ୱାଶିଂଟନ ସୁନ୍ଦର,ମହମ୍ମଦ ସିରାଜ,ନଭଦୀପ ସାଇନି,ଶାହାବାଜ ଅହମଦ,ଜୋଶ ପିଲ୍ପି,କେନ ରିଚାର୍ଡସନ,ପବନ ଦେଶପାଣ୍ଡେ ଓ ଆଡାମ ଜାମ୍ପା।

ସନରାଇଜର୍ସ ହାଇଦ୍ରାବାଦ –

ଜଗଦୀଶ ସୂଚିତଙ୍କୁ ୩୦ ଲକ୍ଷ ଟଙ୍କାରେ,କେଦାର ଯାଦବଙ୍କୁ ୨ କୋଟି ଟଙ୍କାରେ ଓ ମୁଜୀବ ଉର ରହମାନଙ୍କୁ ୧.୫ କୋଟି ଟଙ୍କାରେ କିଣିଛନ୍ତି।

କାହାକୁ ରଖିଥିଲେ –

ମନୀଷ ପାଣ୍ଡେ,ଜନ୍ନି ବେୟାରଷ୍ଟୋ,ଶ୍ରୀବତ୍ସ ଗୋସ୍ୱାମୀ, ଶାହବାଜ ନଦୀମ,ଭୁବନେଶ୍ୱର କୁମାର,ସିର୍ଦ୍ଧାଥ କୌଲ,ଅବଦୁଲ ସାମଦ,ଡାଭିଡ ୱାର୍ଣ୍ଣର,ମହମ୍ମଦ ନାବି,ମିଚେଲ ମାର୍ଶ,କେନ ୱିଲିୟମସନ,ରିଦ୍ଧିମାନ ସାହ,ପ୍ରିୟମ ଗର୍ଗ,ଅଭିଷେକ ଶର୍ମା,ବିଜୟ ଶଙ୍କର,ବିରାଟ ସିଂହ,ବସିଲ ଥାମ୍ପି,ରସିଦ ଖାନ,ଟି ନଟରାଜନ,ଖଲୀଲ ଅହମ୍ମଦ ଓ ସନ୍ଦୀପ ଶର୍ମା।

ଚେନ୍ନାଇ ସୁପରକିଙ୍ଗସ –

କେ ଗୌତମଙ୍କୁ ୯.୨୫ କୋଟି ଟଙ୍କାରେ,ମୋଇନ ଅଲୀଙ୍କୁ ୭ କୋଟି ଟଙ୍କାରେ,ଚେତେଶ୍ୱର ପୂଜାରାଙ୍କୁ ୫୦ ଲକ୍ଷ ଟଙ୍କାରେ, ହରିଶଙ୍କର ରେଡ୍ଡୀଙ୍କୁ ୨୦ ଲକ୍ଷ ଟଙ୍କାରେ, ଭଗତ ବର୍ମାଙ୍କୁ ୨୦ ଲକ୍ଷ ଟଙ୍କାରେ ଓ ହରି ନିଶାନ୍ତଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛନ୍ତି।

କାହାକୁ ରଖିଥିଲା –

ମହେନ୍ଦ୍ର ସିଂହ ଧୋନି,ରବୀନ୍ଦ୍ର ଜାଡେଜା,ସୁରେଶ ରାଇନା,ଡୁ ପ୍ଲେସିସ୍,ସାମ କରାନ,ଡ୍ୱେନ୍ ବ୍ରାଭୋ,ଜୋଶ ହେଜେଲଉଡ,ଅମ୍ବାତି ରାୟୁଡୁ,ଶାର୍ଦ୍ଦୁଲ ଠାକୁର,ଋତୁରାଜ ଗାଏକ୍ୱାଡ,ଏନ ଜଗଦୀଶନ,ଇମ୍ରାନ ତାହିର,ଦୀପକ ଚହର,କେଏମ ଅସିଫ,ଆର ସାଈ କିଶୋର,ଲୁଙ୍ଗି ଏନଗିଡି,କରନ ଶର୍ମା ଓ ମିଚେଲ ସାଣ୍ଟନର।

ଦିଲ୍ଲୀ କ୍ୟାପିଟାଲ୍ସ –

ଷ୍ଟିଭ ସ୍ମିଥଙ୍କୁ ୨.୨ କୋଟି ଟଙ୍କାରେ,ଉମେଶ ଯାଦବଙ୍କୁ ୧ କୋଟି ଟଙ୍କାରେ,ରିପାଲ ପଟେଲଙ୍କୁ ୨୦ ଲକ୍ଷ ଟଙ୍କାରେ,ବିଷ୍ଣୁ ବିନୋଦଙ୍କୁ ୨୦ ଲକ୍ଷ ଟଙ୍କାରେ,ଲୁକମାନ ମେରିୱାଲଙ୍କୁ ୨୦ ଲକ୍ଷ ଟଙ୍କାରେ,ଏମ ସିର୍ଦ୍ଧାଥଙ୍କୁ ୨୦ ଲକ୍ଷ ଟଙ୍କାରେ,ଟମ କୁରାନଙ୍କୁ ୫.୨୫ କୋଟି ଟଙ୍କାରେ ଓ ସାମ ବିଲିଙ୍ଗସଙ୍କୁ ୨ କୋଟି ଟଙ୍କାରେ କିଣିଛନ୍ତି।

କାହାକୁ ରଖିଥିଲେ –

ଶିଖର ଧୱନ,କାଗିସୋ ରାବଡା,ଅନରିଚ୍‌ ନୋର୍ଜେ,ମାର୍କସ ଷ୍ଟୋଇନିସ,ଶିମରନ ହେଟମେୟର,ଅକ୍ଷର ପଟେଲ,ଅମିତ ମିଶ୍ରା,ଈଶାନ୍ତ ଶର୍ମା,ରବି ଅଶ୍ୱିନ,ଲଳିତ ଯାଦବ,ପୃଥ୍ୱୀ ଶ,ଅଜିଙ୍କ୍ୟ ରାହଣେ,ଋଷଭ ପନ୍ତ,ଶ୍ରେୟସ ଆୟର,ହର୍ଷ ପଟେଲ,କ୍ରିସ ୱକ୍ସ,ଡି ସାମ୍ସ,ଅଭେଶ ଖାନ ଓ ପ୍ରବୀଣ ଦୁବେ।

ପଞ୍ଜାବ କିଙ୍ଗସ –

ଝାଏ ରିଚାର୍ଡସନଙ୍କୁ ୧୪ କୋଟି ଟଙ୍କାରେ,ଶାହରୁଖ ଖାନଙ୍କୁ ୫.୨୫ କୋଟି ଟଙ୍କାରେ,ଡେୱିଡ ମଲାନଙ୍କୁ ୧.୫ କୋଟି ଟଙ୍କାରେ,ରିଲେ ମେରେଡିଥଙ୍କୁ ୮ କୋଟି ଟଙ୍କାରେ,ମୋଜେସ ହେନରିକ୍ସଙ୍କୁ ୪.୨୦ କୋଟି ଟଙ୍କାରେ,ଜଲଜ ସକ୍ସସେନାଙ୍କୁ ୩୦ ଲକ୍ଷ ଟଙ୍କାରେ,ଉର୍ତ୍କଷ ସିଂହଙ୍କୁ ୨୦ ଲକ୍ଷ ଟଙ୍କାରେ,ଫାବିୟାନ ଆଲେନଙ୍କୁ ୭୫ ଲକ୍ଷ ଟଙ୍କାରେ ଓ ସୌରଭ କୁମାରଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛନ୍ତି।

କାହାକୁ ରଖିଥିଲା –

କେଏଲ ରାହୁଲ,କ୍ରିସ ଗେଲ,ନିକୋଲ୍ସ ପୁରାନ,ମହମ୍ମଦ ଶାମି,କ୍ରିସ ଜୋର୍ଡାନ,ଅର୍ଶଦୀପ ସିଂହ,ମୁର ଗାନ ଅଶ୍ୱିନ,ଦର୍ଶନ ନଲକାଣ୍ଡେ,ମନଦୀପ ସିଂହ,ମୟଙ୍କ ଅଗ୍ରୱାଲ,ରବି ବିଷୋୟୀ,ପି ସିଂହ,ଦୀପକ ହୁଡ୍ଡା, ସର୍ଫରାଜ ଖାନ, ଇଶାନ ପରୋଲେ ଓ ହରପ୍ରିତ୍ ବରାରୀ।

କୋଲକତା ନାଇଟ ରାଇଡର୍ସ –

ସାକିବ ଅଲ ହସନଙ୍କୁ ୩.୨୦ କୋଟି ଟଙ୍କା, ଶେଲଡନ ଜ୍ୟାକସନଙ୍କୁ ୨୦ ଲକ୍ଷ ଟଙ୍କାରେ,ବୈଭବ ଅରୋରାଙ୍କୁ ୨୦ ଲକ୍ଷ ଟଙ୍କାରେ,କରୁଣ ନାଏରଙ୍କୁ ୫୦ ଲକ୍ଷ ଟଙ୍କା, ହରଭଜନ ସିଂହଙ୍କୁ ୨ କୋଟି ଟଙ୍କାରେ,ବେନ କଟିଂଙ୍କୁ ୭୫ ଲକ୍ଷ ଟଙ୍କାରେ,ଭେଙ୍କେଟେଶ ଆୟରଙ୍କୁ ୨୦ ଲକ୍ଷ ଟଙ୍କାରେ ଓ ପବନ ନେଗୀଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଛନ୍ତି।

କାହାକୁ ରଖିଥିଲା –

ଇଓନ ମୋର୍ଗାନ,ଆନ୍ଦ୍ରେ ରସେଲ,ଦୀନେଶ କାର୍ତ୍ତିକ,କମଲେଶ ନାଗରକୋଟି,ସନ୍ଦୀପ ୱାରିୟର, ଶିବମ ମାଭି,ଶୁବମନ ଗିଲ,ସୁନୀଲ ନାରିନ,ପ୍ୟାଟ କମିନ୍ସ,ରାହୁଲ ତ୍ରିପାଠୀ,ବରୁଣ ଚକ୍ରବର୍ତ୍ତୀ,ଟିମ ସୈଫର୍ଟ,କୁଲଦୀପ ଯାଦବ,ଲକି ଫର୍ଗୁସନ,ନୀତୀଶ ରାଣା,ପ୍ରସିଦ୍ଧ କ୍ରିଷ୍ଣା ଓ ରିଙ୍କୁ ସିଂହ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *