ପୂର୍ବତନ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ଏକ ୩୪ ମହଲା ବିଶିଷ୍ଟ କୋଠା ଘରକୁ ୩୦୦୦ ଡ଼ାଇନାମାଇଟ ଲଗାଇ ଉଡାଇ ଦିଆଗଲା,ଦେଖନ୍ତୁ ଭିଡ଼ିଓ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ଏକ କୋଠାକୁ ଡ଼ିନାମାଇଟ ସହାର୍ଯ୍ୟରେ ଉଡ଼ାଇ ଦିଆଯାଇଛି । ଆମେରିକାର ଅଟଲାଣ୍ଟିକ ସହରରେ ଏକ ପ୍ଲାଜା ନିଜର କସିନ ପାଇଁ ଜଣାଯାଇଥାଏ । 3000 ଡ଼ାଇନାମାଇଟ ଲଗାଇ ଏହି 34 ମହଲା କୋଠାକୁ ଉଡ଼ାଇ ଦିଆଯାଇଛି ।

ଏହାକୁ 1984 ରେ ଖୋଲାଯାଇଥିଲା ଓ 2014 ମସିହାରେ ବନ୍ଦ କରିଦିଆଯାଇଥିଲା । କେତେକ ଝଡ଼, ତୋଫାନ ସହିତ ଏହି କୋଠା ଜରାଜୀର୍ଣ୍ଣ ହୋଇଯାଇଥିଲା, ବିଗତବର୍ଷ ଏହି କୋଠାକୁ ଭାଙ୍ଗିବା ପାଇଁ ଅର୍ଡର ଦିଆଯାଇଥିଲା । ଏହି କୋଠାକୁ ଭାଙ୍ଗିବା ସମୟରେ ସେଠାରେ ଶହ ଶହ ଲୋକ ଛିଡାଥିବା ସମୟରେ ଲାଇଭ ଷ୍ଟ୍ରିମିଙ୍ଗ ମଧ୍ୟ ଚାଲିଥିଲା ।

ଏହି କୋଠା ପଡିବା ସମୟରେ ଏହାର ଭିଡ଼ିଓ ଭାଇରାଲ ହେବା ଆରମ୍ଭ ହୋଇଥିଲା । 34 ମହଲା ଏହି କୋଠା ଭାଙ୍ଗିବାକୁ ପ୍ରାୟ 20 ସେକେଣ୍ଡ ସମୟ ଲାଗିଥିଲା । ବୁଧବାର 9 ଘଟିକା ପରେ ଏହାକୁ ବ୍ଲାଷ୍ଟ କରିବା ଆରମ୍ଭ କରାଯାଇଥିଲା। ଅଟଲାଣ୍ଟିକ ସହରର ମେୟରଙ୍କ କହିବା କଥା ହେଲା, ଏହାକୁ ଭାଙ୍ଗିବା ପରେ ଏହାର ଭଙ୍ଗା ଅଂଶକୁ ମିଶାଇ ଏହା 8 ମହଲା ଉଚ୍ଚା ହୋଇଗଲା ଓ ଏହାକୁ ହଟାଇବା ପାଇଁ ଜୁନ ମାସ ପର୍ଯ୍ୟନ୍ତ ସମୟ ଲାଗିବ ।

ଟ୍ରମ୍ପ ଅତୀତରେ ହଲିଉଡ଼ ଫିଲ୍ମରେ ଦେଖାଯାଇଛନ୍ତି ଓ ତାଙ୍କର ଏହି କୋଠା ମଧ୍ୟ ଆସିଛି । ଟ୍ରମ୍ପଙ୍କ ଏହି କୋଠା ଓସନ 11 ଫିଲ୍ମରେ ନଜର ଆସିଥିଲା ।

ଏହି କୋଠାରେ ପପ ସୁପରଷ୍ଟାର ମେଡୋନାଙ୍କ ସମେତ, ରେସଲର ହଲକ ହୋଗାନ, ମ୍ୟୁଜିକ ଲେଜେଣ୍ଡ କିଥ ରିଚାର୍ଡସ ଓ ଆକ୍ଟର ଜ୍ୟାକ ନିକୋଲସନ ଭଳି ଲୋକ ମଧ୍ୟ ସେଠାରେ ରହିଆସିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *