ମାତ୍ର ଗୋଟିଏ ମିସ କଲରେ ମିଳିବ ୨୦ ଲକ୍ଷ ଟଙ୍କାର ଋଣ, SBI ଆରମ୍ଭ କଲା ଏହି ଯୋଜନା ଯୋଜନା

ଆପଣ ଯଦି କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଋଣ ନେବାପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଇଁ ଏହା ଲାଭଦାୟକ ହେବ। ଦେଶର ବୃହତ୍ତମ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର(SBI) ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛି। SBI ବ୍ୟାଙ୍କକୁ ଗୋଟିଏ ମିସ କଲ କଲେ ଗ୍ରାହକଙ୍କୁ ପର୍ସିନାଲ ଲୋନ୍ ଦେବା ଆରମ୍ଭ ହୋଇଯିବ। ବ୍ୟାଙ୍କ ଏହି ବିଷୟରେ ନିଜର ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ ଟୁଇଟ କରି ଏହି ବିଷୟରେ ସମସ୍ତ ସୂଚନା ଦେଇଛି।

ଟୁଇଟ ଅନୁସାରେ, ଏସବିଆଇର ଏକ୍ସପ୍ରେସ କ୍ରେଡିଟ ପର୍ସିନାଲ ଲୋନ୍ ସର୍ଭିସ୍ ଦ୍ୱାରା ପର୍ସିନାଲ ଲୋନ୍ ସେବା ଉପଲବ୍ଧ କରିଛି। ଗ୍ରାହକଙ୍କୁ ଗୋଟିଏ ମିସ କଲ କରିବାକୁ ପଡ଼ିବ ଏବଂ ତୁରନ୍ତ ବ୍ୟାଙ୍କ୍ ଋଣ ଦେବା ପାଇଁ ଅନୁମୋଦନ କରିବ। ଏହି ଋଣର ସର୍ବନିମ୍ନ ସୁଧ ୯.୬ ପ୍ରତିଶତ ରହିବ।

ଏହି ଯୋଜନାରେ ଏସବିଆଇ ୨୫ ହଜାରରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବ। ଏହା ସହିତ ମଧ୍ୟ ଏସବିଆଇ ୫ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସେବା ମଧ୍ୟ ପ୍ରଦାନ କରିବ। ଏହି ଯୋଜନାରେ କୌଣସି ପ୍ରକାରର ଗ୍ୟାରେଣ୍ଟର କିମ୍ବା ସିକ୍ୟୁରିଟିର ଆବଶ୍ୟକତା ନାହିଁ।

Google

-SBI ରେ ଆପଣଙ୍କର ଦରମା ଖାତା ରହିବା ଜରୁରୀ

-ଆପଣଙ୍କର ମାସିକ ଦରମା ୧୫,୦୦୦ ଟଙ୍କା କିମ୍ବା ଉର୍ଦ୍ଧ୍ୱ ହୋଇଥିବା ଜରୁରୀ

-EMI/NMI ଅନୁପାତ ୫୦ ପ୍ରତିଶତରୁ କମ୍

-SBI ଦରମା ଗ୍ରାହକଙ୍କୁ କେନ୍ଦ୍ରୀୟ,ରାଜ୍ୟ, ଅର୍ଧ ସରକାରୀ,କେନ୍ଦ୍ରୀୟ PSU, ରାଜ୍ୟ PSU କିମ୍ବା ମନୋନୀତ କର୍ପୋରେଟର ଶିକ୍ଷାନୁଷ୍ଠାନରେ ନିୟୋଜିତ ହୋଇଥିବା ଦରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ|

Leave a Reply

Your email address will not be published. Required fields are marked *