ବହୁତ ଆକର୍ଷଣୀୟ ଏହି ଅଲଗା ପ୍ରଜାତିର ଗାଈ, ଏହାର ଆକାର ବିଲେଇ ଓ କୁକର ପରି, ପ୍ରତିଦିନ ଦିଏ ୫ ଲିଟର ଦୁଗ୍ଧ,ଜାଣନ୍ତୁ ଏ ଗାଈ ବିଷୟରେ

ଯେତେବେଳେ କୈାଣସି ଗୃହପାଳିତ ପଶୁ କଥା ଉଠେ, ଲୋକମାନେ ସାଧାରଣତଃ କୁକୁର,ବିଲେଇ ପାଳନ କରିଥାନ୍ତି|ଗାଈ ବହୁତ କମ ଲୋକ ପାଳିଥାନ୍ତି|ଏହାର ଏକ କାରଣ ଗାଈର ଆକାର ବଡ ଅନ୍ୟ ତୁଳନାରେ|ଛୋଟ ଘର ବା ଫ୍ଲାଟରେ ଏହାକୁ ପାଳିବା କଷ୍ଟକର|ଏମିତିରେ ଭାବନ୍ତୁ କେତେ ଭଲ ହୁଅନ୍ତା ଯଦି ଗାଈ ଛୋଟ ପ୍ୟାକେଜରେ ଆସନ୍ତା|ଫଳରେ ବହୁତ ଲୋକ ପାଳନ୍ତେ|

କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଗାଈର ଭିଡିଓ ଭାଇରାଲ ହେଉଛି|ଏହି ଗାଈ ସାଧାରଣ ପ୍ରଜାତି ଠାରୁ ଅଲଗା|ଏହି ଗାଈ ପଙ୍ଗାନୁରୁ ପ୍ରଜାତିର ଅଟେ|ଏହାର ଉଚ୍ଚତା ୩-୪ ଫୁଟରୁ ଅଧିକ ନାହିଁ|ଏହା ପ୍ରତିଦିନ ୫ଲିଟର ଫ୍ୟାଟ ଯୁକ୍ତ କ୍ଷୀର ଦେଇଥାଏ|ଦେଖିବାକୁ ଏହି ଗାଈ ବହୁତ ସୁନ୍ଦର|ଖାସକରି ଏହାର ଛୁଆ ବହୁତ କ୍ୟୁଟ ଦେଖାଯାଏ|

ସୋସିଆଲ ମିଡିଆରେ ଏବେ ପୁଙ୍ଗାନୁରୁ ଗାଈର ଏକ ଛୁଆର ଭିଡିଓ ଭାଇରାଲ ହେଉଛି|ସେ ଘରେ ନିଜ ମାଲିକ ସହ ଖେଳିଖେଳି ଏୟାଡେ ସେୟାଡେ ଦୈଡୁଛି|୫୦ ସେକେଣ୍ଡର ଏହି ଭିଡିଓରେ ଗାଈ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରୁଛି|ଏହି ଭିଡିଓରେ ଦେଖାଯାଉଛି ଯେ ମାଲିକ ଗାଈ ଛୁଆକୁ କେତେ ସ୍ନେହ ଦେଉଛି|

ଗାଈର ବେକରେ ଘଣ୍ଟି ଲାଗିଛି,ଯାହା ଗାଈ ଚାଲିବା ଫଳରେ ବାଜୁଛି|ଏହି ପ୍ରକାରର ଗାଈର ଓଜନ ୧୫୦-୨୦୦କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ|ଏହା ଏକ ଆଛା ଗୃହପାଳିତ ପଶୁ|ଯଦିଓ ଦୁଃଖଦ କଥା ଏହା ଯେ ପୁଙ୍ଗାନୁରୁ ଏକ ଲୁପ୍ତ ହେବାକୁ ଥିବା ଗାଈର ପ୍ରଜାତି|ଏହା ଏତେ ସହଜରେ ମିଳେ ନାହିଁ|

ଟୁଇଟରରେ ଏହି ଗାଈର ଭିଡିଓ ରାଜୀବ କ୍ରିଷ୍ଣା ନାମକ ଏକ ୟୁଜର ସେୟାର କରିଛନ୍ତି|ଏହାକୁ ଏପର୍ଯ୍ୟନ୍ତ ୭ଲକ୍ଷ ୮୭ହଜାରରୁ ଅଧିକ ଥର ଦେଖାଯାଇଛି|ପୋଷ୍ଟ ଲେଖିବା ପର୍ଯ୍ୟନ୍ତ ୩୮ ହଜାର ରିଟୁଇଟ୍ ଓ ୯ ହଜାର ଲାଇକ ମିଳିଛି ଓ ବହୁତ କମେଣ୍ଟ ମଧ୍ୟ ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *