ବହୁତ ସୁନ୍ଦର ଏବଂ ରହସ୍ୟମୟ ହୋଇଥାଏ ଏହି ଭାରତୀୟ ଉପତ୍ୟକା, ଏଠାରେ ପକ୍ଷୀମାନେ କରିଥାନ୍ତି ଆ-ତ୍ମ-ହ-ତ୍ୟା ,ଜାଣନ୍ତୁ ସେ ଉପତ୍ୟକା ବିଷୟରେ

ଦୁନିଆରେ ଅନେକ ବହୁତ ସୁନ୍ଦର ସ୍ଥାନ ଅଛି, ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ | କେତେକ ସ୍ଥାନ ଲଭର୍ସ ପଏଣ୍ଟ ନାମରେ ପ୍ରସିଦ୍ଧ ହୋଇଥାଏ ତ କେତେକ ନିଜ ସନରାଇସ ପଏଣ୍ଟ କିମ୍ବା ସନସେଟ ପଏଣ୍ଟ ପାଇଁ ମଧ୍ୟ ଜଣାଶୁଣା ହୋଇଥାଏ | କେତେକ ସ୍ଥାନ ସୁଇସାଇଡ ପଏଣ୍ଟ ନାମରେ ମଧ୍ୟ ପ୍ରସିଦ୍ଧ ହୋଇଥାଏ | ଏଗୁଡ଼ିକ ସେହି ସ୍ଥାନ ହୋଇଥାଏ, ଯେଉଁଠାରେ ଲୋକମାନେ ଆସି ନିଜ ଜୀବନ ହରାଇଥାନ୍ତି | କାହାର ଆ-କ୍ସି-ଡେ-ଣ୍ଟ ହୋଇଯାଏ ତ ଆଉ କେହି ନିଜେ ହିଁ ନିଜ ଜୀ-ବ-ନ-କୁ ହରାଇଥାନ୍ତି | କିନ୍ତୁ କ’ଣ ଆପଣ କେବେ ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି, ଯେଉଁଠାକୁ ଆସି ପକ୍ଷୀମାନେ ସୁଇ-ସାଇ-ଡ କରିଦେଇଥାନ୍ତି |

ସବୁଠାରୁ ରହସ୍ୟମୟ ହୋଇଥାଏ ଭାରତର ଏହି ଉପତ୍ୟକା :-

ଦକ୍ଷିଣ ଆସାମର ଡିମା ହାସୋ ଜିଲ୍ଲାର ପାହାଡ଼ୀ ଉପତ୍ୟକାରେ ଅବସ୍ଥିତ ଜାତିଙ୍ଗା ଏପରି ଏକ ଗାଁ ଅଟେ, ଯିଏ କି ନିଜର ପ୍ରାକୃତିକ ଅବସ୍ଥା କାରଣରୁ ବର୍ଷକୁ ପ୍ରାୟ ୯ ମାସ ଧରି ବାହାର ଦୁନିଆଁରୁ ଅଲଗା ରହିଥାଏ | କିନ୍ତୁ ସେପ୍ଟେମ୍ବର ମାସର ଆରମ୍ଭରୁ ହିଁ ଏହି ଗାଁ ଖବରରେ ପାଲଟିଯାଏ | ବାସ୍ତବରେ, ଏଠାକୁ ଆସି ପକ୍ଷୀମାନେ ସୁ-ଇ-ସା-ଇ-ଡ ଅର୍ଥାତ ଆ-ତ୍ମ-ହ-ତ୍ୟା କରିଥାନ୍ତି |

ବହୁତ ଭ-ୟା-ନ-କ ହୋଇଥାଏ କୃଷ୍ଣପକ୍ଷର ରାତି :-

ସେପ୍ଟେମ୍ବର ପରେ ଏହି ଉପତ୍ୟକାର ଆଖପାଖର ନିର୍ଦ୍ଧାରିତ ସମୟ ପରେ ନାଇଟ କର୍ଫ୍ୟୁ ପରି ପରିସ୍ଥିତି ହୋଇଯାଇଥାଏ | ବାସ୍ତବରେ ଅକ୍ଟୋବରରୁ ନଭେମ୍ବର ପର୍ଯ୍ୟନ୍ତ କୃଷ୍ଣପକ୍ଷ ରାତିରେ ଏଠାରେ ‘ପକ୍ଷୀ-ହରାକିରୀ’ର ଏକ ଅଦ୍ଭୁତ ଘ-ଟ-ଣା ଘଟିଥାଏ | ସନ୍ଧ୍ୟା ୭ଟାରୁ ନେଇ ରାତି ୧୦.୩୦ ଟା ମଧ୍ୟରେ ଯଦି ଆକାଶରେ କୁହୁଡି ରହିଥାଏ, ପବନ ଦ୍ରୁତ ଗତିରେ ଗତି କରେ ଏବଂ ଯଦି କୌଣସି ସ୍ଥାନରେ ଆଲୋକିତ ହୁଏ, ତେବେ ପକ୍ଷୀମାନଙ୍କର ଅବସ୍ଥା ଖରାପ ହୋଇଯାଏ | ସେମାନଙ୍କର ଡେଣା କୀଟ ପତଂଗ ପରି ନଷ୍ଟ ହୋଇ ଆଲୋକର ସ୍ରୋତ ଉପରେ ପଡ଼ିବା ଆରମ୍ଭ କରିଥାନ୍ତି |

ଏଠାରେ ଆ-ତ୍ମ-ହ-ତ୍ୟା କରୁଥିବା ପକ୍ଷୀମାନଙ୍କ ମଧ୍ୟରେ ସ୍ଥାନୀୟ ଏବଂ ସ୍ଥାନାନ୍ତରିତ ପକ୍ଷୀର ୪୦ ପ୍ରଜାତି ସାମିଲ ରହିଥାନ୍ତି | କୁହାଯାଏ ଯେ ଯଦି ଏହି ଜାଗାରେ ବାହାର ସ୍ଥାନାନ୍ତରିତ ପକ୍ଷୀମାନେ ଆସିଥାନ୍ତି, ତେବେ ସେମାନେ ଆଉ ଫେରି ପାରନ୍ତିନାହିଁ | ଏହି ଉପତ୍ୟକାରେ ରାତିରେ ଏଣ୍ଟ୍ରି ଉପରେ ମଧ୍ୟ ନିଷେଧ କରାଯାଇଛି |

ଏଠାରେ ବାଉଁଶର ଅତି ଘନ ଏବଂ କଣ୍ଟାଳିଆ ଜଙ୍ଗଲ ମଧ୍ୟ ଅଛି, ଯେଉଁ କାରଣରୁ ଗଭୀର କୁହୁଡି ଏବଂ ଅନ୍ଧକାର ରାତି ସମୟରେ ପକ୍ଷୀମାନେ ଏହାଦ୍ୱାରା କାଟିହୋଇ ଦୁ-ର୍ଘ-ଟ-ଣାର ଶିକାର ହୁଅନ୍ତି | ଅଧିକାଂଶ ଦୁ-ର୍ଘ-ଟ-ଣା ବିଳମ୍ବିତ ସନ୍ଧ୍ୟାରେ ଘଟିଥାଏ, କାରଣ ସେହି ସମୟରେ ପକ୍ଷୀମାନେ ନିଜ ଘରକୁ ଫେରିଥାନ୍ତି |

ବହୁତ ସୁନ୍ଦର ଦେଖାଯାଇଥାଏ ଉପତ୍ୟକାର ଦୃଶ୍ୟ :-

ଯଦି ଆପଣ ପର୍ଯ୍ୟଟକ ଭାବରେ ଏହି ଉପତ୍ୟକାର ସୁନ୍ଦର ଦୃଶ୍ୟକୁ ଦେଖିବାକୁ ଚାହାଁନ୍ତି, ତେବେ ଥରେ ନିଶ୍ଚିତ ଭାବରେ ସେଠାକୁ ଯାଆନ୍ତୁ | ଏହି ପର୍ଯ୍ୟଟନ ସ୍ଥଳର ଶାନ୍ତି ଏବଂ ସୁନ୍ଦର ଦୃଶ୍ୟ ଆପଣଙ୍କ ହୃଦୟ ଜିତିବ |

କିପରି ଯିବେ :-

ଗୁଆହାଟିରୁ ଜାତିଙ୍ଗା ପ୍ରାୟ ୩୩୦ କିଲୋମିଟର ଦୂର ଅଟେ | ଗୁଆହାଟିରୁ ହାଫଲଙ୍ଗ ପାଇଁ ବସ ଏବଂ ଟ୍ରେନ ସେବା ଚାଲିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *