ଏମଏସ ଧୋନୀ ମହଙ୍ଗା ଜୋତା ପିନ୍ଧି ଆସିଲେ ନଜରରେ,ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ କ୍ରିକେଟ ଦୁନିଆରେ ଷ୍ଟାଇଲ ଆଇକନ ବିଷୟରେ କଥାବାର୍ତ୍ତା ହୁଏ ସେତେବେଳେ ଏମ ଏସ ଧୋନୀଙ୍କ ନାମ ନିଶ୍ଚୟ ନିଆଯାଇଥାଏ। ଦାମୀ ବାଇକ ରୁ ନେଇ ଲମ୍ବା ଚୁଟି, ଏହି ସମସ୍ତ ତାଙ୍କର ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଥାଏ। ବୁଧୁବାର ଦିନ ମାହି ମୁମ୍ବାଇ ଅନ୍ତଃର୍ଜାତୀୟ ଏୟାରପୋର୍ଟରେ ନିଜର ସ୍ତ୍ରୀ ସାକ୍ଷୀ ରାୱତଙ୍କ ସହିତ ନଜର ଆସିଥିଲେ ଓ ସମସ୍ତଙ୍କର ନଜର ତାଙ୍କର ଜୋତା ଉପରେ ଥିଲା।

ମାହିଙ୍କ ଦାମୀ ଜୋତା:-

ମହେନ୍ଦ୍ର ସିଂ ଧୋନୀ ଓ ସାକ୍ଷୀ ରାୱତ ଫ୍ଲାଇଟରେ ବୋର୍ଡ କରିବା ପାଇଁ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ମହେନ୍ଦ୍ର ସିଂ ଧୋନୀ ସାଧାରଣ ଆଉଟ ଫିଟରେ ନଜର ଆସିଥିଲେ। କିନ୍ତୁ ତାଙ୍କର ଜୋତା ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ସେ ବାଲମେନ କମ୍ପାନୀର ଜୋତା ପିନ୍ଧିଥିଲେ। ଯାହାର ବାସ୍ତବ ମୂଲ୍ୟ ୬୦ହଜାର ଟଙ୍କା। କିନ୍ତୁ ଭାରତରେ ଆୟ ଶୁଳ୍କ ଓ ସୀମା ଶୁଳ୍କ ମିଶାଇ ପାଖାପାଖି ୯୦ହଜାର ଟଙ୍କା ନେଇଥାଏ।

ଷ୍ଟାଇଲରେ ମାହିଙ୍କୁ ଟକ୍କର ଦେଉଛନ୍ତି ସାକ୍ଷୀ:-

ମାହିଙ୍କ ଷ୍ଟାଇଲକୁ ଟକ୍କର ଦେବା ପାଇଁ ସାକ୍ଷୀ ବ୍ଲାକ ଫ୍ଲୋଇଙ୍ଗ ଡ୍ରେସ ପିନ୍ଧିଥିଲେ। ଭ୍ରମଣ ଦୃଷ୍ଟିରୁ ସେ ବହୁତ ଆରାମଦାୟକ ପୋଷାକ ପିନ୍ଧିଛନ୍ତି। ସାକ୍ଷୀ ତାଙ୍କ ପୋଷାକ ସହିତ ଏକ କଳା ଜ୍ୟାକେଟ ସହ ନଜର ଆସିଥିଲେ। ତାଙ୍କ ହାତରେ ଖ୍ରୀଷ୍ଟିଆନ ଡୋରର ଏକ ବଡ଼ ଆକାରର ଟୋଟ ବ୍ୟାଗ ଅଛି। ନିଜର ଲୁକକୁ ମିନିମାଲ ରଖି ସେ କେବଳ ଆଖ ମେକଅପ ଉପରେ ଧ୍ୟାନ ଦେଇଛନ୍ତି ଏବଂ ତାଙ୍କ ହାତରେ ନୀଳ ରଙ୍ଗର ନେଲ ରଙ୍ଗ ଅଛି। ଏକ୍ସୋସୋରିଜ ନାମରେ ମଧ୍ୟ ସାକ୍ଷୀ କେବଳ ହାତରେ ଏକ ଘଣ୍ଟା ପିନ୍ଧିଛନ୍ତି। ଏହି ଟ୍ରାଭେଲ ଲୁକ ସହିତ ସେ ଏକ ଆରାମଦାୟକ ବେଜି ଫୁଟ୍ୱେର୍ରେ ନଜର ଆସନ୍ତି।

ଆଇପିଏଲ ୨୦୨୧ରେ ନଜର ଆସିବେ ଧୋନୀ:-

ଏମଏସ ଧୋନୀ ୨୦୨୦ରେ ଅନ୍ତଃର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ କିନ୍ତୁ ୟୁଏଇରେ ଖେଳାଯାଇଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମାହି ପରିଷ୍କାର ଭାବରେ କହିଥିଲେକି ୨୦୨୧ର ଆଇପିଏଲରେ ସେ ହଳଦିଆ ଜର୍ସିରେ ନଜର ଆସିବେ। ଗତବର୍ଷ ଆଇପିଏଲରେ ସେ କିଛି କରି ପାରିନଥିଲେ କିନ୍ତୁ ଏ ବର୍ଷ ଆଇପିଏଲରେ ତାଙ୍କ ନିକଟରୁ ଦର୍ଶକଙ୍କୁ ହେଲିକପ୍ଟର ସଟର ଆଶା ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *