ପେଟ୍ରୋଲ ଓ ଡିଜେଲର ଦର ବଢ଼ୁଥିବାକୁ ନେଇ ଶେଷରେ ପାଟି ଖୋଲିଲେ ମୋଦି,ଜାଣନ୍ତୁ କଣ କହିଲେ

ପେଟ୍ରୋଲ ଓ ଡିଜେଲ ଲଗାତାର ଚତୁର୍ଥ ଦିନରେ ରେଟ ବଢୁଛି ଓ ପେଟ୍ରୋଲ ଦର ପ୍ରଥମଥର ପାଇଁ 100 ରୁ ଉର୍ଦ୍ଧ୍ବକୁ ଛୁଇଁଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ହେଉଛି, ଆଜି ମଧ୍ୟମବର୍ଗର ଲୋକମାନଙ୍କୁ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନଥାନ୍ତା ଯଦି ପୂର୍ବବର୍ତ୍ତୀ ସରକାର ଉର୍ଜା ଆୟତ୍ତ ଉପରେ ଧ୍ୟାନ ଦେଇଥାନ୍ତେ ।

ତେଲ ବୃଦ୍ଧି କଥା ନକହି ସେ ଏହିକଥା କହିଥିଲେ କି, 2019-20 ରେ ଭାରତ ନିଜର ଘରୋଇ ଦାବିକୁ ପୁରା କରିବାପାଇଁ 85 ପ୍ରତିଶତ ତେଲ ଓ 53 ପ୍ରତିଶତ ଗ୍ୟାସକୁ ଆୟତ୍ତ କରିଛି ।

ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ରାମନାଥପୁରମ୍-ଥୋଥୁକୁଡି ପାଇପ ଲାଇନ ଉଦଘାଟନ କରିଛନ୍ତି । ଏହାପରେ ମୋଦି କହିଥିଲେ, କଣ ଆମକୁ ଆୟତ ଉପରେ ନିର୍ଭର ହେବା ଆବଶ୍ୟକ ? ମୁଁ କାହା କଥା ଆଲୋଚନା କରିବାକୁ ଚାହୁଁନାହିଁ। ମୁଁ କେବଳ ଏତିକି କହୁଛି କି, ଯଦି ଆମେ ଏହି ବିଷୟ ଉପରେ ଧ୍ୟାନ ଦେଇଥାନ୍ତେ ତାହେଲେ ମଧ୍ୟମବର୍ଗକୁ ଏତେ ଅସୁବିଧା ସମ୍ମୁଖୀନ ହେବାକୁ ପଡିନଥାନ୍ତା ।

100 ପରେ ପହଞ୍ଚିଲା ପେଟ୍ରୋଲ :-

ଦେଶରେ ପ୍ରଥମଥର ପାଇଁ ତେଲ ଦର 100 ଟଙ୍କା ଛୁଇଁଯାଇଛି। ରାଜସ୍ଥାନରେ ଆଜି ଶତକ ଛୁଇଁଥିବା ବେଳେ ମଧ୍ୟପ୍ରଦେଶରେ ଏହାର ଦର ଶତକ ଛୁଇଁବା ପାଖାପାଖି ରହିଛି। ଦେଶରେ ଇନ୍ଧନ ମୁଲ୍ୟ ଅନ୍ତରାଷ୍ଟ୍ରୀୟ ସ୍ତର ଉପରେ ନିର୍ଭର କରିଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ମଧ୍ୟମବର୍ଗ ଲୋକମାନଙ୍କ ପ୍ରତି ସମ୍ବେଦନଶୀଳ ଅଟନ୍ତି ଓ ଭାରତ ବର୍ତ୍ତମାନ କୃଷକ ଓ ଉପଭୋକ୍ତାଙ୍କ ସାହାର୍ଯ୍ୟ ପାଇଁ ଇଥାନଲ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ସେ ଏହାପରେ କହିଥିଲେ, କୃଷକ ମାନଙ୍କ ପାଇଁ ସେ ଆୟର ଏକ ବିକଳ୍ପ ବାହାର କରିବେ ।

ସରକାର ଏହାପରେ କହିଥିଲେ, ଏବେ ସରକାର ଉର୍ଜାର ଅକ୍ଷୟ ସ୍ରୋତ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଓ 2030 ସୁଦ୍ଧା ଦେଶ 40 ପ୍ରତିଶତ ଉର୍ଜା ଉତ୍ପାଦନ କରିବ । ସେ କହିଥିଲେ, ପାଖାପାଖି 6.52 କୋଟି ଟନ ଉତ୍ପାଦର ନିର୍ଯାତ କରାଯାଇଛି। ଏହି ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି ।

ସେ କହିଛନ୍ତି, ସରକାର ପଞ୍ଚବର୍ଷରେ ତେଲ ଓ ଗ୍ୟାସ ଇନ୍ଫ୍ରାଷ୍ଟ୍ରକଚର ନିର୍ମାଣରେ 7.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି ଓ 470 ଜିଲ୍ଲାକୁ କଭର କରି ସହରର ଗ୍ୟାସ ବିତରଣ ନେଟୱର୍କକୁ ବିସ୍ତାର ଉପରେ ଜୋର ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କହିବା ହେଲା, ସେ ଏବେ ପ୍ରାକୃତିକ ଗ୍ୟାସ ଭାଗିଦାରୀଙ୍କୁ 6.3 ପ୍ରତିଶତରୁ ବଢ଼ାଇ 15 ପ୍ରତିଶତ କରାଇବା ଲାଗି କାମ କରୁଛି ।

ପରିଯୋଜନା ବିଷୟରେ ଜାଣନ୍ତୁ :-

ଭିଡ଼ିଓ କନ୍ଫରେସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନାଲି ସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ର ସଲଫର ରହିତ ଗ୍ୟାସୋଲିନ ଇକାଇ ବି ରାଷ୍ଟ୍ରକୁ ସମର୍ପିତ କରିଥିଲେ ।

ରାମନାଥପୁରମ- ଥୁଥୁକୁଡି ଖଣ୍ଡ 143 କିଲୋମିଟର ଲମ୍ବା ହେବ । ଏଥିରେ 700 କୋଟି ଟଙ୍କାର ଖର୍ଚ୍ଚ ହୋଇଛି । ଏହି ପରିଯୋଜନାରେ ତେଲ ଓ ପ୍ରାକୃତିକ ଗ୍ୟାସ ଆୟୋଗର ଗ୍ୟାସ କ୍ଷେତ୍ରରୁ ଗ୍ୟାସର ଉପଯୋଗ କରିବା ତଥା ପ୍ରାକୃତିକ ଗ୍ୟାସର ଉଦ୍ୟୋଗ ଓ ଅନ୍ୟ ବ୍ୟାପାରିକ ଉପଭୋକ୍ତାଙ୍କୁ ଉପଲବ୍ଧ କରାଇବାରେ ସାହାର୍ଯ୍ୟ କରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *