କୋଟି କୋଟି ଟଙ୍କା ଥିବା ସତ୍ତ୍ୱେ ମଧ୍ୟ ମିଥୁନ ଚକ୍ରବର୍ତ୍ତୀ କେତେ ଦିନ ପର୍ଯ୍ୟନ୍ତ ପିନ୍ଧିଥିଲେ ଏହି ଖ-ରା-ପ କପଡ଼ା,ଜାଣନ୍ତୁ କାରଣ

ଏକ ସଚୋଟ ଅଭିନେତା ସେହି ହୋଇଥାଏ ଯିଏକି ଅଭିନୟରେ ନିଜର ଜୀବନ ଲଗାଇଦେଇଥାଏ । ଯଦି ସେ ନିଜର ଅଭିନୟକୁ ସଠିକ ଭାବରେ ପ୍ରତିପାଦନ କରିପାରିନଥାଏ ତାହେଲେ ଅଭିନେତା ଭାବରେ ଏହା ତା’ପାଇଁ ବହୁତ କଷ୍ଟକର ହୋଇଥାଏ । କେବଳ ଏକ ଭଲ ଫେସ କଟ, ସିକ୍ସ ପ୍ୟାକ ଓ ଭଲ ଡ୍ୟାନ୍ସ କଳା ଆପଣଙ୍କୁ ଭଲ ଅଭିନେତା କରାଇନଥାଏ । ନିଜର ଅଭିନୟକୁ ଜୀବନ୍ତ କରିବାପାଇଁ ଆପଣଙ୍କୁ କଡା ପରିଶ୍ରମ କରିବାକୁ ପଡିବ ।

ଏବେ ବର୍ତ୍ତମାନର ନୂଆ ବଲିଉଡ ଜେନେରେଶନରେ ଆପଣଙ୍କୁ ଏମିତି କିଛି ଅଭିନେତା ମିଳିଯିବେ ଯିଏକି ଅଭିନୟ ପାଇଁ ସମସ୍ତ ସୀମା ପାର କରିଦେବେ । ଯେମିତିକି ସରବଜୀତଙ୍କ ଭୂମିକା ପ୍ଲେ କରିବାକୁ ରନଦୀପ ହୁଡ଼ା ବହୁତ ଦିନ ପର୍ଯ୍ୟନ୍ତ ଉପାସ ରହିଯାଇଥିଲେ । ସେହିପରି ରାଜ କୁମାର ରାଓ ଟ୍ରାପଡ଼ ଫିଲ୍ମ ପାଇଁ ନିଜକୁ କେତେଦିନ ପର୍ଯ୍ୟନ୍ତ ଏକ ରୁମରେ ବନ୍ଦ କରିଦେଇଥିଲେ । ଦଙ୍ଗଲ ଫିଲ୍ମ ପାଇଁ ଆମୀର ଖାଁ ନିଜର ଓଜନ ବଢାଇବା ସହ କମାଇ ମଧ୍ୟ ଥିଲେ ।

ଏବେକାର ଅଭିନେତାଙ୍କୁ ଛାଡିଦେଲେ ଅତୀତରେ ମଧ୍ୟ ଏହିପରି କିଛି ତାରକା ଥିଲେ ଯିଏକି ନିଜର ଅଭିନୟକୁ ଜୀବନ୍ତ କରିବାପାଇଁ କେତେ ପାଦ ଆଗକୁ ବଢିଯାଇଥିଲେ । ଉଦାହରଣ ସ୍ୱରୂପ ବଲିଉଡ ଅଭିନେତା ଡ଼ିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀଙ୍କୁ ହିଁ ନିଅନ୍ତୁ ।

ମିଥୁନ ଗୋଟିଏ ଫିଲ୍ମ କରିଥିଲେ, “ଯାହାର ନାମ ଜୋର ଲଗାକେ ହେୟା” । ତାଙ୍କ ସହିତ ଏହି ଫିଲ୍ମରେ ରିୟା ସେନ, ସୀମା ବିଶ୍ୱାସ, ଗୁଲସନ ଗ୍ରୋଭର, ମହେଶ ମଞ୍ଜରେକରଙ୍କ ଭଳି ତାରକା ମାନେ ଥିଲେ । ଫିଲ୍ମରେ ସେ ଏକ ଭିକାରୀ ରୋଲ କରିଥିଲେ । ସେହି ଫିଲ୍ମରେ ସେ ଗୋଟିଏ ଡ୍ରେସକୁ ବାରମ୍ବାର ପିନ୍ଧିବାର ଦେଖାଯାଇଥିଲା । ଏହାର କାରଣ ଏହା ଥିଲା କି, ଭିକାରୀ ପାଇଁ ବାରମ୍ବାର ନୂଆ ଡ୍ରେସ କିଣିବାକୁ ପଇସା ନଥିଲା ।

ରୋମାଞ୍ଚକର କଥା ଏହା ହେଉଛି କି, ସେ ଏହି ଡ୍ରେସକୁ ମାସ ମାସ ଧରି ପିନ୍ଧିଥିଲେ । ସେ ଚାହୁଁଥିଲେ ଏହି ଡ୍ରେସ ଯେତେ ପୁରୁଣା ହେବ ତାଙ୍କର ଅଭିନୟରେ ସେତେ ସ୍ପଷ୍ଟତା ଆସିବ ।

ଫିଲ୍ମ ନିର୍ମାତା କାର୍ତ୍ତିକେୟ ତଲରେଜାଙ୍କ ମୁତାବିକ, ମିଥୁନ ସେହି ଡ୍ରେସ ବାରମ୍ବାର ପିନ୍ଧୁଥିଲେ ଓ ସେ ଏପରି ବ୍ୟକ୍ତି ବିଶେଷ ଯେ, ତାଙ୍କୁ ଏମିତି କରିବାକୁ ଖରାପ ଲାଗିନଥିଲା ।

ମିଥୁନଙ୍କ ଏହିପରି ଅଭିନୟର କଳା ପାଇଁ ସ ଆଜି ବହୁଜତ ଫେମସ ହୋଇପାରିଛନ୍ତି । ସାଧାରଣ ଅଭିନେତାଙ୍କ ତୁଳନାରେ ମିଥୁନ ବଲିଉଡରେ ଦୀର୍ଘ ସମୟ ଧରି ମଧ୍ୟ ରାଜ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *