ଫଟୋରେ ଯିଏ ଦେଖାଯାଉଛନ୍ତି ସେ ପ୍ରକୃତରେ ମଣିଷ ନୁହନ୍ତି ? ଆପଣ ବିଶ୍ୱାସ କରିପାରିବେନି ଏହି ଫୋଟୋରେ କଣ ଅଛି ଜାଣିଲେ ?

କଣ ଆପଣଙ୍କୁ ଲାଗୁଛି ଯେ ଏହି ଫଟୋରେ ବେଡ଼ରେ ଯିଏ ସୋଇଛି ସେ ଜଣେ ବ୍ୟକ୍ତି ଅଟନ୍ତି ? ଆଉ ଥରେ ପୁଣି ଦେଖନ୍ତୁ |

ଟ୍ୱିଟରରେ ଭାଇରାଲ ହେଉଥିବା ଫଟୋଗୁଡିକର ଏକ ସିରିଜ ଦେଖିବା ଦ୍ୱାରା ଆପଣଙ୍କୁ ଆଦୌ ବିଶ୍ୱାସ ହେବନାହିଁ, ବରଂ ଏହି ଫଟୋଗୁଡ଼ିକୁ ଦେଖି ଆପଣଙ୍କ ଆଖିରୁ ଲୁହ ଆସିଯିବ | ଏହି ଫଟୋରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ବେଡ଼ରେ ଶୋଇଥିବାର ଦେଖାଯାଉଛନ୍ତି | ତାଙ୍କର ଗୋଟିଏ ପାର୍ଶ୍ୱରେ ଏକ ଟେବୁଲ ଅଛି ଯେଉଁଥିରେ ଏକ ଲ୍ୟାମ୍ପ, ଫାମିଲି ଫଟୋ ଏବଂ ଔଷଧ ରଖାଯାଇଛି | ଅନ୍ୟ ପଟେ କେକ ରଖିଥିବା ଜଣେ ବ୍ୟକ୍ତିଙ୍କ ହାତ ଦେଖାଯାଉଛି |

ପ୍ରଥମ ଦେଖାରେ ଏହି ଫଟୋ ଆପଣଙ୍କୁ ବିଲକୁଲ ସାଧାରଣ ପରି ଲାଗିବ | କିନ୍ତୁ, ଯେପରି ଆପଣ ଏହି ଫଟୋକୁ ପାଖରୁ ଧ୍ୟାନର ସହ ଦେଖିବେ, ସେତେବେଳେ ଆପଣ ଅନୁଭବ କରିପାରିବେ ଯେ ଏହା ଜଣେ ବ୍ୟକ୍ତି ନୁହେଁ, ଯିଏକି ଫଟୋରେ ଦେଖାଯାଉଛନ୍ତି, ବରଂ ଏହା ଏକ ହାଇପର-ବାସ୍ତବବାଦୀ କେକ ଅଟେ ଅର୍ଥାତ ମଣିଷ କେକ ଅଟେ |

ସୋସିଆଲ ମିଡିଆରେ ଯେଉଁ ୟୁଜର ଏହି ଫଟୋ ସେୟାର କରିଛନ୍ତି, ସେ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ‘ଏହା ଏକ କେକ ଅଟେ’ |

ଦେଖନ୍ତୁ ଫଟୋ :-

ଲୋକମାନଙ୍କୁ ଆଶ୍ଚର୍ଯ୍ୟ କଲାପରି ଏହି ଫଟୋ ଉପରେ ଏପର୍ଯ୍ୟନ୍ତ ହଜାର ହଜାର ଲାଇକ ଏବଂ କମେଣ୍ଟ ଆସିଛି | ଲୋକମାନେ ଏହି ଫଟୋକୁ ଦେଖି ବିଶ୍ୱାସ ହିଁ କରିପାରୁ ନାହାନ୍ତି ଯେ କ’ଣ ବାସ୍ତବରେ ଏହା ଏକ କେକ ଅଟେ ?

ଏହି ଅବିଶ୍ୱାସନୀୟ କେକ ବ୍ରିଟିଶ ବେକର ବେନ କୁଲେନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯିଏକି ‘ଦି ବେକ କିଙ୍ଗ’ ନାମରେ ମଧ୍ୟ ଜଣାଶୁଣା ଅଟନ୍ତି ଏବଂ ନିଜର ଖାଦ୍ୟ କଳା ଏବଂ ଜୀବନ୍ତ ସୃଷ୍ଟି ପାଇଁ ମଧ୍ୟ ଲୋକପ୍ରିୟ ଅଟନ୍ତି | ସେ ଗତ ବର୍ଷ ଚକୋଲେଟ ଗାନେକ ସହିତ ମାନବ ଆକୃତିର ଭାନିଲା କେକ ତିଆରି କରିଥିଲେ ଏବଂ ଏହା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ ଭାଇରାଲ ହୋଇଥିଲା |

ଏହି କେକର ବ୍ୟବହାର ବ୍ରିଟିଶ ରାପର ସ୍ଲୋଥାଇଙ୍କ ମ୍ୟୁଜିକ ଭିଡିଓ ‘ଫିଲ ଅଭେ’ ରେ କରାଯାଇଥିଲା, ଯାହାକୁ ଗତ ବର୍ଷ ସେପ୍ଟେମ୍ବରରେ ରିଲିଜ କରାଯାଇଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *