ଝିଅ ସହିତ ହସ ଝୁସିର ସହ କାଟିଲେ କେକ, ହଠାତ ୩ ଘଣ୍ଟା ପରେ ବାପାଙ୍କ ମୃ-ତ୍ୟୁ,ଜାଣନ୍ତୁ ପୁରା ଖବର

ଝିଅର ଜନ୍ମଦିନ ଥିଲା | ବାପା ନିଜର ପ୍ରିୟ ଝିଅ ସହ କେକ କାଟିଲେ, ତାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ | ଘରେ ଏକ ପ୍ରକାର ଖୁସିର ବାତାବରଣ ଥିଲା | ତା’ପରେ ୩ ଘଣ୍ଟା ପରେ ବାପା ଦୁନିଆ ଛାଡି ଚାଲିଗଲେ | ଅଚାନକ ଘରର ଖୁସି ଶୋ-କ-ରେ ପରିଣତ ହେଲା | ଯେଉଁ ଘରେ ପିଲାମାନଙ୍କର ଖୁସିର ସ୍ୱର ପ୍ରତିଧ୍ୱନିତ ହେଉଥିଲା, ବର୍ତ୍ତମାନ ସେହି ଘରେ କାନ୍ଦିବାର ସ୍ୱର ଶୁଭିବା ଆରମ୍ଭ ହୋଇଗଲା |

ଏହି ଦୁଃଖଦ ଘ-ଟ-ଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଅଟେ | ଏଠାରେ ନିଶାପୁରର ପାର୍ଶ୍ୱଧାମ କଲୋନୀରେ ରହୁଥିବା ଡେପୁଟି ସିଟିଆଇ ସଞ୍ଜୟ ମିଶ୍ରଙ୍କ ଗତ ରବିବାର ଦିନ ବିଳମ୍ବିତ ରାତିରେ ମୃ-ତ୍ୟୁ ହୋଇଛି | ମୃ-ତ୍ୟୁ-ର କିଛି ଘଣ୍ଟା ପୂର୍ବରୁ ସେ ନିଜ ଝିଅ ସହିତ ତାର ଜନ୍ମଦିନର କେକ କାଟିଥିଲେ | ନିରୀହ ଝିଅଟିକୁ ତ ଏପର୍ଯ୍ୟନ୍ତ ଜଣା ନାହିଁ ଯେ ତାଙ୍କ ବାପା ଆଉ ଏହି ଦୁନିଆରେ ନାହାଁନ୍ତି | ସେମାନଙ୍କୁ କୁହାଯାଇଛି ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଛି |

ପ୍ରକୃତରେ ସଞ୍ଜୟ ମିଶ୍ରଙ୍କ ଝିଅ ଜନ୍ମଦିନ ଉପଲକ୍ଷେ କେକ କାଟିବା ପରେ ନିଜ ଶଳାକୁ ଛାଡିବାକୁ ଷ୍ଟେସନକୁ ଯାଇଥିଲେ | ରାସ୍ତାରେ ଫେରିବା ସମୟରେ ତାଙ୍କୁ ଏକ ଏସୟୁଭି କାର ଜୋରରେ ଧ-କ୍କା ଦେଇଥିଲା | ଏହି ଦୁ-ର୍ଘ-ଟ-ଣା ଏତେ ଭୟଙ୍କର ଥିଲା ଯେ କାରଟି ସଞ୍ଜୟ ମିଶ୍ରଙ୍କୁ ୨୦ ଫୁଟ ପର୍ଯ୍ୟନ୍ତ ଟାଣି ନେଇଥିଲା | ଏହି ଦୁର୍ଘଟଣାରେ ତାଙ୍କର ସେଇ ଘଟଣାସ୍ଥଳରେ ହିଁ ମୃ-ତ୍ୟୁ ହୋଇଗଲା |

କାରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିଲା | ଏହି ଚକ୍କରରେ ସେ ତରତରରେ ଏକ ଭ୍ୟାନ ଏବଂ ବାଇକ ଆରୋହୀଙ୍କୁ ମଧ୍ୟ ଧ-କ୍କା ଦେଇଥିଲା | ଭ୍ୟାନ ଓଲଟି ପଡିଲା ଏବଂ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି |

ଏହି ଦୁ-ର୍ଘ-ଟ-ଣା ପରେ କାର ଡ୍ରାଇଭର ନିଜ ଗାଡି ଛାଡି ପଳାଇ ଯାଇଥିଲେ | ବର୍ତ୍ତମାନ ପୋଲିସ ତାର କାରକୁ ଜବତ କରିଛି | ପୋ-ଲି-ସ ଅ-ଭି-ଯୁ-କ୍ତକୁ ଖୋଜିବାରେ ଲାଗିପଡ଼ିଛି |

ଏହି ଘ-ଟ-ଣା ଅତ୍ୟନ୍ତ ଦୁଃଖଦାୟକ ଅଟେ | ଗାଡି ଡ୍ରାଇଭରମାନଙ୍କୁ ଅନୁରୋଧ ଯେ ଆପଣ ଗାଡି ସାବଧାନରେ ଚଳାନ୍ତୁ | ଆପଣଙ୍କର ଗୋଟିଏ ଭୁଲ କାହାର ଘରକୁ ବର୍ବାଦ କରିଦେଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *