ଆଜି ରାଜ୍ୟରେ ୧୯ଟି ଜିଲ୍ଲାରେ ଘଡ଼ଘଡି ସହ ବର୍ଷା, ସତର୍କ ରହିବାକୁ ପରାମର୍ଶ,ଜାଣନ୍ତୁ ସେ ସବୁ ଜିଲ୍ଲା ବିଷୟରେ

ଆଜି ରାଜ୍ୟରେ ୧୯ଟି ଜିଲ୍ଲାରେ ଘଡ଼ଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ବିଶ୍ୱାସଙ୍କ କହିବା ଅନୁଯାୟୀ, ନୂଆପଡ଼ା,ବଲାଙ୍ଗିର,ବୌଦ୍ଧ,ସୋନପୁର,କଳାହାଣ୍ଡି,କନ୍ଧମାଳ,ମୟୂରଭଞ୍ଜ,ଭଦ୍ରକ,ବାଲେଶ୍ଵର,ଯାଜପୁର,କେନ୍ଦୁଝର,ଅନୁଗୁଳ,ଢେଙ୍କାନାଳ,କଟକ,ଦେବଗଡ଼,ଝାରସୁଗୁଡ଼ା,ସୁନ୍ଦରଗଡ଼,ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଆଜି ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ଗୁଡ଼ିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରି କରିଛନ୍ତି।

ଏହି ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପାଣିପାଗ ବିଭାଗ ତରଫରୁ ସତର୍କ ରହିବାପାଇଁ ଚିଠି ଦିଆଯାଇଛି। ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କତୃପକ୍ଷ ତରଫରୁ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭାବରେ ଜନସାଧାରଣ ଲୋକମାନଙ୍କୁ ଫସଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

Google

ଅପରପାଶ୍ୱରେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ, ଗୁରୁବାର ଦିନ ରାଜ୍ୟରେ ମେଘୁଆ ପାଗ ରହିବ ଏବଂ ଅନ୍ୟ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ଦିନ ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହିବ। ୧୯ ତାରିଖ ମଧ୍ୟ ତାପମାତ୍ରା କମ ରହିବ। ୨୧ ତାରିଖରୁ ତାପମାତ୍ରା ଧୀରେ ଧୀରେ ବଢ଼ି ୨୪ ତାରିଖ ଦିନ ସର୍ବୋଚ୍ଚ ତାପମାତ୍ରା ୩୪ ଡ଼ିଗ୍ରୀରୁ ୩୫ ଡିଗ୍ରୀ ସେଲସିୟସ ରହିବ। ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ବଙ୍ଗୋପସାଗରର ପୂର୍ବ ଦିଗରୁ ବହୁଥିବା ପବନ ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ବୁଧବାର ସକାଳ ୮ଟା ୩୦ ମିନିଟ ସୁଦ୍ଧା ସୁନ୍ଦରଗଡ଼ରେ ୧୦ ମିଲିମିଟର ବର୍ଷା ହୋଇଥିବା ସମୟରେ ହୀରାକୁଦରେ ୫ ମିଲିମିଟର,ଝାରସୁଗୁଡାରେ ୪ ମିଲିମିଟର,କେନ୍ଦୁଝରରେ ୪ ମିଲିମିଟର ଓ ବାରିପଦାରେ ୧ ମିଲିମିଟର ବର୍ଷା ହୋଇଛି। ସେହିପରି ଭାବରେ ସକାଳ ୮ଟା ୩୦ ମିନିଟ ସମୟରୁ ଅପରାହ୍ନ ୫ଟା ୩୦ ସମୟ ସୁଦ୍ଧା ସୁନ୍ଦରଗଡ଼ରେ ୫ ମିଲିମିଟର ବର୍ଷା ହୋଇଥିବା ସମୟରେ ଝାରସୁଗୁଡାରେ ହାଲୁକା ବର୍ଷା ହୋଇଥିବା କଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *