କିଏ ସେହି ପାକିସ୍ତାନୀ ପୱାରୀ ଗାର୍ଲ ? କିପରି ହୋଇଗଲେ ରାତାରାତି ଫେମସ ? ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି

ସୋସିଆଲ ମିଡିଆରେ ସବୁଠାରେ ‘ପୱାରୀ’ ହେଉଛି | ଏହାସହିତ ସବୁଆଡେ କାୟା ବିସ୍ତାର କରିଛନ୍ତି ପାକିସ୍ତାନର ୧୯ ବର୍ଷର ଝିଅ ଦାନାନିର ମୋବିନ ତଥା ଜିନା | ଇନଷ୍ଟାଗ୍ରାମରେ ଫେବୃଆରୀ ୬ ରେ ଦାନାନିର ‘ହମାରି ପୱାରୀ ହୋ ରେହି ହେ’ର ଭିଡିଓ ଅପଲୋଡ କରିଥିଲେ, ତେବେ ସେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଯେ ଏହା ସୋସିଆଲ ମିଡିଆରେ ଏତେ ଜବରଦସ୍ତ କ୍ରେଜ ହୋଇଯିବ | ରାତାରାତି ଦାନାନିର ସେଲିବ୍ରିଟି ହୋଇଗଲେ, ତେବେ ସେ ଭାଲେଣ୍ଟାଇନ୍ସ ଡେ’ରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ନୂଆ ଭିଡିଓ ଦେଇ ଏହାର ପୱାରୀ ମଧ୍ୟ କରିଥିଲେ | ପୱାରୀ କହିଲେ ତ ପାର୍ଟୀ … ଉତ୍ସବ …

ଆସନ୍ତୁ ପୱାରୀର କ୍ରେଜକୁ ଆସିବା ପୂର୍ବରୁ ଜାଣିନେବା ଯେ ଦାନାନିର ମୋବିନ କିଏ ? ଦାନାନିର କଣ୍ଟେଣ୍ଟ କ୍ରିଏଟର ଅଟନ୍ତି ଏବଂ ଟ୍ୱିଟରରେ ସେ ନିଜକୁ ଇସଲାମାବାଦର ଝିଅ ବୋଲି କହିଛନ୍ତି | ଟ୍ୱିଟରରେ ତାଙ୍କର 29.2K ଫୋଲର୍ସ ଅଛନ୍ତି | ମାର୍ଚ୍ଚ ୨୦ ତାରିଖ ୨୦୨୦ ରେ ସେ ଟ୍ୱିଟରରେ ଜଏନ କରିଥିଲେ | କୁହାଯାଉଛି ଯେ ପୱାରୀ ଭିଡିଓ ପରଠାରୁ ହିଁ ତାଙ୍କ ଫୋଲର୍ସଙ୍କ ସଂଖ୍ୟା ବହୁତ ସ୍ପିଡ଼ରେ ବଢିଚାଲିଲା | ନିଜକୁ ଜଣେ ପ୍ରଭାବଶାଳୀ ଭାବରେ ବର୍ଣ୍ଣନା କରି ଦାନାନିର ଲେଖିଛନ୍ତି ଯେ ଲୋକଙ୍କୁ ଭଲ ପାଇବା, ହସାଇବା ଏବଂ ଦୟାଳୁ ହେବା ପାଇଁ ପ୍ରେରଣା ଦେବା ହେଉଛି ତାଙ୍କର ଉଦ୍ଦେଶ୍ୟ |

ଇନଷ୍ଟାଗ୍ରାମରେ ଫେବୃଆରୀ ୬ ତାରିଖ ୨୦୨୧ରେ ଦାନାନିର ପୱାରୀ ଭିଡିଓ ଅପଲୋଡ କରି ରାତାରାତି ଇଣ୍ଟରନେଟରେ କାୟା ବିସ୍ତାର କରିଥିଲେ | ଇନଷ୍ଟାଗ୍ରାମରେ ଦାନାନିରଙ୍କର 565 K ଫୋଲର୍ସ ଅଛନ୍ତି | ଇନଷ୍ଟାଗ୍ରାମରେ ବାୟୋରେ ଲେଖାଯାଇଛି ଯେ ମୋତେ ଜିନା ଡାକନ୍ତୁ କିନ୍ତୁ ପ୍ରଥମେ ମୋର ପ୍ରକୃତ ନାମ ଠିକ ଭାବରେ କହିବାକୁ ଶିଖ | ଇନଷ୍ଟାଗ୍ରାମରେ ଦାନାନିରଙ୍କ ଫେବୃଆରୀ ୬ ରେ ଅପଲୋଡ କରାଯାଇଥିବା ଭିଡିଓକୁ ୩୬ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି |

ଦାନାନିରଙ୍କ ପୱାରୀର ସ୍ୱର ସୀମା ଅତିକ୍ରମ କରି ଭାରତରେ ମଧ୍ୟ ପହଞ୍ଚିଗଲା | ଭାରତୀୟ ସଂଗୀତ ପ୍ରଡ୍ୟୁସର ଯୁବରାଜ ମୁଖାତେ ଏହି ଭିଡିଓକୁ ନୋଟିସ କରିଥିଲେ ଏବଂ ଏହା ଉପରେ ଫନି ମାସଅପ ଭିଡିଓ ପ୍ରସ୍ତୁତ କରିଥିଲେ, ତେବେ ଏଠାରେ ମଧ୍ୟ ଏହାକୁ ଖୁବ ସେୟାର କରାଗଲା |

କାହିଁକି ତିଆରି କରାଯାଇଥିଲା ଭିଡିଓ ?

ବିବିସି ଉର୍ଦ୍ଦୁକୁ ଦେଇଥିବା ଏକ ଇଣ୍ଟରଭିୟୁରେ ଦାନାନିର କହିଛନ୍ତି ଯେ ସେ ଏହି ଭିଡିଓକୁ କେବଳ ଲୋକଙ୍କୁ ହସାଇବା ଉଦ୍ଦେଶ୍ୟରେ ହିଁ ତିଆରି କରିଥିଲେ | ଦାନାନିରଙ୍କ କହିବାନୁସାରେ, ତାଙ୍କୁ ପାକିସ୍ତାନ, ଭାରତ ଏବଂ ଅନ୍ୟାନ୍ୟ ଦେଶରୁ ମଧ୍ୟ ଏହି ପାୱାରୀ ଭିଡିଓ ଉପରେ ମଜାଳିଆ ରିଆକ୍ସନ ମିଳୁଛି | ଏପରି ସମୟରେ ଯେତେବେଳେ ଦୁନିଆ ବାଣ୍ଟି ହୋଇଛି ଏବଂ ଏତେ ଟେନସନ ଅଛି, ମୋତେ ଖୁସି ଲାଗୁଛି ଯେ ମୋର ଫନି ବା ମଜାଳିଆ ଭିଡିଓକୁ ସୀମା ବାହାରେ ମଧ୍ୟ ଏତେ ପସନ୍ଦ କରାଯାଉଛି | ବର୍ତ୍ତମାନ ଲୋକମାନେ ମୋତେ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଚ୍ୟାନେଲ ପାଇଁ ଏଭଳି ଆହୁରି ଅଧିକ ମଜାଳିଆ ଭିଡିଓ ତିଆରି କରିବାପାଇଁ କହୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *