ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବାକୁ ପହଞ୍ଚିଲେ ସ୍ୱାମୀ-ସ୍ତ୍ରୀ, ୱେଟରଙ୍କୁ ଦେଲେ ଦେଢ଼ ଲକ୍ଷ ଟଙ୍କାର ଟିପ୍ସ,ଜାଣନ୍ତୁ ଏତେ ଟଙ୍କା ଟିପ୍ସ ଦେବାର କାରଣ ?

ଯଦି ଆପଣ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି, ତେବେ ଆପଣ ଦେଖିଥିବେ ଯେ ଅନେକ ଲୋକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ ୱେଟରଙ୍କୁ ଅଧିକ ଟିପ୍ସ ଦିଅନ୍ତି, ଯାହା ଦ୍ୱାରା ସେମାନେ ଚର୍ଚ୍ଚାରେ ଆସିଥାନ୍ତି | କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ୱେଟରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଟିପ୍ସରେ ଦେଇଥିଲେ | ତାହା ଏହି କାରଣ ପାଇଁ ଯେ ସେ ସେ ଅନେକ ବର୍ଷ ଧରି ସେହି ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉଥିଲେ ଏବଂ ସେହି ୱେଟର ତାଙ୍କୁ ଆଟେଣ୍ଡ କରୁଥିଲେ | ଏଥର ମଧ୍ୟ କିଛି ଏପରି ହିଁ ହେଲା | ଚିକାଗୋ ସ୍ଥିତ କ୍ଲବ ଲକି ରେଷ୍ଟୁରାଣ୍ଟରେ ଏକ ଦମ୍ପତି ୱେଟରଙ୍କୁ ୨୦୦୦ ଡଲାର ଟିପ୍ସରେ ଦେଇଥିଲେ | ଏହି କଥାର ସୂଚନା ନିଜେ ରେଷ୍ଟୁରାଣ୍ଟ ଫେସବୁକ ମାଧ୍ୟମରେ ଦେଇଛି |

ଫେସବୁକରେ ରେଷ୍ଟୁରାଣ୍ଟ ସୂଚନା ଦେଇ କହିଥିଲା ଯେ ଦମ୍ପତି ୨୦ ବର୍ଷ ପୂର୍ବେ ଏଠାରେ ପ୍ରଥମଥର ପାଇଁ ଭେଟିଥିଲେ | ସେମାନେ ପ୍ରତିବର୍ଷ ଏହି ଦିନ ଏଠାକୁ ଆସନ୍ତି | ୨୦ ବର୍ଷ ହୋଇଥିବାରୁ ସେମାନେ ସେଲିବ୍ରେଟ କରିଥିଲେ ଏବଂ ୱେଟରଙ୍କ ପାଇଁ ଦୁଇ ହଜାର ଡଲାରର ଟିପ୍ସ ଦେଲେ |

ବିଲର ଫଟୋ ସେୟାର କରି ରେଷ୍ଟୁରାଣ୍ଟ କ୍ୟାପସନରେ ଲେଖିଥିଲା, ‘ଗେଷ୍ଟ ନିଜର ପ୍ରଥମ ଡେଟ ଆମ ରେଷ୍ଟୁରାଣ୍ଟରେ ହିଁ କରିଥିଲେ | ସେମାନେ ୨୦ ବର୍ଷ ଧରି ଫେବୃଆରୀ ୧୨ ରେ ଲଗାତାର କ୍ଲବ ଲକିକୁ ଆସନ୍ତି | ସେମାନେ ପ୍ରତିବର୍ଷ ୭.୩୦ ରେ ହିଁ ଗୋଟିଏ ବୁଥ ୪୬ କୁ ଆସନ୍ତି | ଆମେ ସେମାନଙ୍କୁ ପ୍ରତିବର୍ଷ ଏହି ସିଟରେ ରିଜର୍ଭେସନ ଦେଇଥାଉ | ତାଙ୍କ ଜୀବନରେ ଏହି ତାରିଖ ବହୁତ ସ୍ପେଶାଲ ଅଟେ, ଯାହାକୁ ଆମେ ମଧ୍ୟ ସେଲିବ୍ରେଟ କରିଥାଉ | ଏହି କଷ୍ଟ ସମୟରେ ଦମ୍ପତି ଏପରି କରିବା ଆମକୁ ସାହସ ଦେଇଥାଏ | ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ |’

ବିଲରେ ସେମାନେ ସୁନ୍ଦର ଶବ୍ଦ ଲେଖିଥିଲେ, ଯାହା ରେଷ୍ଟୁରାଣ୍ଟ ଫେସବୁକରେ ସେୟାର କରିଛି |

ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି | ଲୋକମାନେ ଏହି ଦମ୍ପତିଙ୍କ କାମକୁ ବହୁତ ପସନ୍ଦ କରୁଛନ୍ତି | ଜଣେ ୟୁଜର ଲେଖିଛନ୍ତି, ‘ ଆପଣ ଯାହା କଲେ, ତାହା ବଡ଼ ପ୍ରଶଂସାର ଯୋଗ୍ୟ ଅଟେ ‘| ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏହା କରିବା ଦ୍ୱାରା ଆପଣ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇଛନ୍ତି | ବହୁତ ସୁନ୍ଦର ‘ | ତୃତୀୟ ୟୁଜର ଲେଖିଛନ୍ତି, ‘ଆପଣଙ୍କୁ ହାପି ଆନିଭର୍ସରୀ, ଆପଣ ୱେଟରଙ୍କୁ ଯେଉଁ ସୁନ୍ଦର ଗିଫ୍ଟ ଦେଲେ, ସେଥିପାଇଁ ଧନ୍ୟବାଦ ‘ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *