ଭାରତ ବନାମ ଇଂଲଣ୍ଡ : ଅମ୍ପାୟାରଙ୍କ ସହିତ ବାଦ ବି-ବା-ଦ-କୁ ନେଇ ଗୋଟିଏ ଟେଷ୍ଟରୁ ସସପେଣ୍ଡ ହୋଇପାରନ୍ତି ବିରାଟ କୋହଲି,ଜାଣନ୍ତୁ ପୁରା ଖବର

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅନଫିଲଡ଼ ଅମ୍ପାୟାର ନିତିନ ମେନନଙ୍କ ସହିତ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା । ଜୋ ରୁଟଙ୍କ ଡିଆରଏସ ପାଇଁ ଥାର୍ଡ ଅମ୍ପାୟାର ଏହାକୁ ଅମ୍ପାୟାର କଲ କରାଇଦେଇଥିଲେ ଯାହାଦ୍ୱାରା ରୁଟ ବର୍ତ୍ତି ଯାଇଥିଲେ । ଏହାପୂର୍ବରୁ ଦ୍ଵିତୀୟ ପାଳିରେ ବିରାଟ ଏହିପରି ଆଉଟ ହୋଇଥିଲେ କିନ୍ତୁ ମେନନ ରୁଟଙ୍କୁ ନଟଆଉଟ କରିଦେଇଥିଲେ। ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ପରେ ବିରାଟ ଅମ୍ପାୟାରଙ୍କ ସହିତ ଯୁକ୍ତି କରୁଥିବାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବିରାଟ ଓ ଅମ୍ପାୟାରଙ୍କ ମଧ୍ୟରେ ଯୁକ୍ତିତର୍କ କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା । ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଖୁସିନହେବା ଓ ଯୁକ୍ତି କରିବା ଏହା ଆଇସିସି କଣ୍ଟ୍ରୋଲ ବୋର୍ଡ ଧାରା 2.8 ଭିତରେ ଆସିଥାଏ । ଏହାଦ୍ୱାରା ଖେଳାଳି ଉପରେ 1 କିମ୍ବା 2 ଲେଭେଲ ଚାର୍ଜ ଲାଗିପାରେ । ଏଥିସହ ଖେଳାଳି ଖାତାରେ 4ଟି ଡିମେରିଟ ପଏଣ୍ଟ ଲାଗିପାରେ । ଏଥିପାଇଁ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ କିମ୍ବା ଦୁଇଟି t-20 ମ୍ୟାଚରୁ ସସପେଣ୍ଡ କରାଯାଇପାରେ ।

ବିରାଟଙ୍କ ଖାତାରେ ପ୍ରଥମରୁ 2 ଟି ଡ଼ିମେରିଟ ପଏଣ୍ଟ ରହିଛି ଓ ବର୍ତ୍ତମାନ ଦୁଇଟି ଡିମେରିଟ ପଏଣ୍ଟ ସହ କୋହଲି ଗୋଟିଏ ଟେଷ୍ଟ ମ୍ୟାଚରୁ ସସପେଣ୍ଡ ହୋଇପାରନ୍ତି । ମ୍ୟାଚରେ ଭାରତୀୟ ଦଳ 317 ରନର ବଡ଼ ବ୍ୟବଧାନରେ ଇଂଲଣ୍ଡକୁ ହରାଇଦେଇଛି । କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ଦଣ୍ଡ ଆଇସିସି ତରଫରୁ ବିରାଟ କୋହଲିଙ୍କୁ ମିଳିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *