ମନ୍ଦିର ବାହାରେ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ

ୟୁପି ର ସିଏମ ଯୋଗୀ ଆଦିତ୍ୟନାଥ ବହୁତ ଛୋଟ ପରିବାରରୁ ଆସିଛନ୍ତି । ତାଙ୍କର ପରିବାର ଉତ୍ତରାଖଣ୍ଡରେ ରୁହନ୍ତି ଓ ସାଧାରଣ ଜୀବନ ଯାପନ କରନ୍ତି । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି, ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ମନ୍ଦିର ବାହାରେ ଚା’ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ସିଏମଙ୍କ ଭଉଣୀ ହେବାପରେ ମଧ୍ୟ ସେ ଏକ ସାଧାରଣ ଜୀବନ ଯାପନ ଅତିବାହିତ କରୁଛନ୍ତି ।

ଯୋଗୀ ଆଦିତ୍ୟନାଥଙ୍କ ଭଉଣୀଙ୍କ ନାମ ଶଶୀ ଦେବୀ ଅଟେ । ଯିଏକି ନିଜର ପରିବାର ସହିତ କୋଠାର ଗ୍ରାମରେ ରୁହନ୍ତି । ବିବାହ ପରଠାରୁ ଶଶୀ ଦେବୀ ଏଠାରେ ରହୁଛନ୍ତି ଓ ଚା’ ବିକ୍ରିକରି ନିଜ ପରିବାରକୁ ପାଳିଥାନ୍ତି । ଶଶୀ ଦେବୀଙ୍କ ମୁତାବିକ, ତାଙ୍କର ଦୁଇଟି ଦୋକାନ ରହିଛି । ତାଙ୍କର ଗୋଟିଏ ଦୋକାନ ଋଷିକେଶର ନୀଳକଣ୍ଠ ମନ୍ଦିର ପାଖରେ ଥିବାବେଳେ ଅନ୍ୟଟି ଭୁବନେଶ୍ୱରୀ ମନ୍ଦିର ପାଖରେ ରହିଛି ଯେଉଁଠାରେ ସେ ଚା’ ପକଡ଼ି ଓ ପ୍ରସାଦ ଦିଅନ୍ତି ।

ଶଶୀ ଦେବୀଙ୍କ ଅନୁସାରେ, ତାଙ୍କର ଶ୍ବଶୁର ଘର ଋଷିକେଶ ଅଟେ । ତାଙ୍କର ପତି ପୂରଣ ସିଂହ ପୟଲ ପୂର୍ବ ଗ୍ରାମ ପ୍ରଧାନ ମଧ୍ୟ ରହିସାରିଛନ୍ତି । ଏହାସହ ନୀଳକଣ୍ଠ ମନ୍ଦିର ପାଖରେ ତାଙ୍କର ଏକ ଲଜ ମଧ୍ୟ ରହିଛି । ଯେତେବେଳେ ଶଶୀ ଶୁଣିବାକୁ ପାଇଲେ ତାଙ୍କ ଭାଇ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ସେତେବେଳେ ସେ ବହୁତ ଖୁସି ହୋଇଯାଇଥିଲେ ।

ଶଶୀ ଦେବୀ କୁହନ୍ତି, ଯେତେବେଳେ ସେ ଛୋଟ ଥିଲେ ସେ ତାଙ୍କ ଭାଇକୁ ସ୍କୁଲ ନେଇଯାନ୍ତି ଓ ଆଣିଥାନ୍ତି । ରକ୍ଷାବନ୍ଧନ ସମୟରେ ଯେତେବେଳେ ସେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି ସେତେବେଳେ ଯୋଗୀ କହିଥାନ୍ତି ମୁଁ ବଡ଼ ହେଲେ କିଛି କଲେ ଉପହାର ଦେବି ।

ଆପଣଙ୍କୁ ଜଣାଇଦେଉଛୁ କି, ଯୋଗୀ ଆଦିତ୍ୟନାଥଙ୍କ ପରିବାର ଉତ୍ତରାଖଣ୍ଡରେ ରୁହନ୍ତି ଓ ତାଙ୍କ ବାପା ଆନନ୍ଦ ସିଂହ ଜଣେ ଫରେଷ୍ଟ ରେଞ୍ଜର ଅଟନ୍ତି । ଏପ୍ରିଲ 20, 2020 ରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କ ମାତାଙ୍କ ନାମ ସାବିତ୍ରୀ ଦେବୀ ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *