ପେଟ୍ରୋଲ-ଡିଜେଲ ଦାମ୍ : କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ ତେଲର ଦରଦାମର ଅସଲ ଖେଳ

ଦେଶରେ ପେଟ୍ରୋଲ ଡିଜେଲ ଦର ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି|ତାହା ପୁଣି ଯେତେବେଳେ ଅନ୍ତଃରାଷ୍ଟ୍ରୀୟ ବଜାରରେ କଚ୍ଚା ତେଲର ଦାମ ବହୁତ କମ|ଭାରତୀୟ ଲୋକ ଏକ ଲିଟର କଚ୍ଚା ତେଲ ପେଟ୍ରୋଲ ତୁଳନାରେ ୪ଗୁଣ ଦାମ ଦେଉଛନ୍ତି|ଯଦି ଏଥିରେ ଟ୍ୟାକ୍ସ କମ କରାଯାଏ ତେବେ ତ୍ରାହି ମିଳିପାରେ|

ଆଜି କଚ୍ଚା ତେଲ ୬୩.୫୭ଡଲାର ପ୍ରତି ବ୍ୟାରେଲ ପାଖାପାଖି ରହିଥିଲା ବେଳେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୯ଲିଟର ପ୍ରତି ପାର କରିସାରିଛି|ଯଦିଓ ୟୁପିଏର କାର୍ଯକାଳ ୨୦୦୯-୨୦୧୪ ମଧ୍ୟରେ କଚ୍ଚା ତେଲର ଦାମ ୭୦-୧୧୦ ଡଲାର ପ୍ରତି ବ୍ୟାରେଲ ରହିଥିଲା|ତଥାପି ସେତେବେଳେ ପେଟ୍ରୋଲର ଦାମ୍ ୫୫-୮୦ ମଧ୍ୟରେ ଥିଲା|

କହିରଖେ ଯେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଅନ୍ତଃରାଷ୍ଟ୍ରୀୟ ବଜାରର କଚ୍ଚା ତେଲ ମୂଲ୍ୟ ଉପରେ ନିର୍ଭର କରେ|ଯଦି ଏହାର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ହ୍ରାସ ଘଟେ ତେବେ ରିଟେଲ ଦାମ କମ ହେବା କଥା କିନ୍ତୁ ଏହାର ବିପରୀତ ତଥା ବୃଦ୍ଧି ଘଟୁଛି|

୫ ମେ ୨୦୨୦ରେ କଚ୍ଚା ତେଲର ଦାମ ୨୮.୮୪ ଟଙ୍କା ଲିଟର ପିଛା ରୁ ୧୪.୭୫ ଟଙ୍କା ହୋଇଗଲା|କିନ୍ତୁ ସରକାର ପେଟ୍ରୋଲ ଉପରେ ରେକର୍ଡ ୧୦ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୧୩ ଟଙ୍କା ପ୍ରତି ଲିଟର ହିସାବରେ ଏକ୍ସାଇଜ୍ ଡ୍ୟୁଟି ଲଗାଇଥିଲେ|ଏଥିରେ ସରକାରଙ୍କ ୧.୬ ଲକ୍ଷ କୋଟି ରାଜସ୍ବ ଲାଭ ହୋଇଥିଲା|

କରୋନା ମହାମାରୀ ସମୟରେ ତେଲ ବ୍ୟତୀତ ଅନ୍ୟ କ୍ଷେତ୍ରରେ ଟ୍ୟାକ୍ସ କଲେକ୍ସନ କମିଲା|ତେଣୁ ସରକାର ପେଟ୍ରୋଲ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ଭାବେ ୨୦୧୯ ତୁଳନାରେ ୪୮% ଅଧିକ ଟ୍ୟାକ୍ସ ଲଗାଇଲେ|

ଅନ୍ତଃରାଷ୍ଟ୍ରୀୟ ବଜାରରେ ପାଖାପାଖି ୧୬୦ ପ୍ରକାରର କଚ୍ଚା ତେଲର କାରବାର ହୋଇଥାଏ|ଏହାର ମୁଲ୍ୟ ସ୍ଥାନ,କ୍ୱଲିଟି ଓ ଗୁଣବତ୍ତା ଉପରେ ନିର୍ଭର କରିଥାଏ|ଭାରତ ପାଖାପାଖି ୮୦% କଚ୍ଚା ତେଲ ବିଦେଶରୁ ଆମଦାନୀ କରିଥାଏ|

ଯେଉଁ ପେଟ୍ରୋଲର ଦାମ ଲିଟର ପିଛା ୩୦ ଟଙ୍କା ଅଟେ, ଏଥିରେ ଏକ୍ସାଇଜ୍ ଡ୍ୟୁଟି,ଡିଲର କମିଶନ,ଓ ଭାଟ୍ ଫଳରେ ୮୬-୮୭ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଏ|ଯଦି ଟ୍ୟାକ୍ସ କମିଯାଏ ଏହାର ଦାମ କମିଯିବ|

କହିରଖେ ଯେ ରିଫାଇନାରି ମାନେ କଚ୍ଚା ତେଲକୁ ୨୯.୩୪ ଲିଟର ପିଛା ଦରରେ କିଣନ୍ତି|ଓମସି ଡିଲର ଠାରେ ୨୯.୭୧ ଟଙ୍କା ଓ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟିରେ ୩୨.୯୮ ଟଙ୍କା ଲଗାଏ|ଏହା ପରେ ଡିଲର କମିସନ୍ ୩.୬୯ ଟଙ୍କା ଯୋଡ଼ିଥାନ୍ତି|ଏହା ପରେ ରାଜ୍ୟ ଭାଟ୍ ବା ବିକ୍ରିକର ୧୯.୯୨ ଟଙ୍କା ଯୋଡ଼ିଥାନ୍ତି|ଏହିଭଳି ଭାବରେ ଗ୍ରାହକଙ୍କ ପାଖରେ ପେଟ୍ରୋଲ ପମ୍ପରେ ଲିଟର ପିଛା ୮୬ ଟଙ୍କାରେ ବିକ୍ରି ହୋଇଥାଏ|

 

ଅଏଲ ମାର୍କେଟିଙ୍ଗ କମ୍ପାନୀମାନେ ଅନ୍ତଃରାଷ୍ଟ୍ରୀୟ ଦର ଆଧାରରେ ପେଟ୍ରୋଲ ଡିଜେଲର ଦର ସଂଶୋଧନ କରନ୍ତି|ସରକାରଙ୍କ ମୂଲ୍ୟ ନିର୍ଦ୍ଧାରଣର କୈାଣସି ନିୟନ୍ତ୍ରଣ ନାହିଁ|ଏହା ଉପରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦନରେ ବୟାନ ଦେଇଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *