ଜାଣନ୍ତୁ ଏହି ନେତାଙ୍କ ବିଷୟରେ ଯିଏକି ଗାଧୋଇବା ଓ ବ୍ରଶ କରିବାକୁ ଘୃଣା କରନ୍ତି !

ଜଙ୍ଗଲରେ ରହୁଥିବା ଲୋକଙ୍କୁ ଛାଡିଦେଲେ ଆଜିର ଦୁନିଆରେ ପ୍ରାୟ ବ୍ୟକ୍ତି ବ୍ରଶ କରିଥାନ୍ତି । କିନ୍ତୁ ଆଜି ଏଭଳି ଏକ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯିଏକି ଏକ ବଡ଼ ନେତା ଅଟନ୍ତି ଓ ସେ ତାଙ୍କ ଜୀବନରେ ବ୍ରଶ କରିବାକୁ ଘୃଣା କରିଥାନ୍ତି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଏହି ବ୍ୟକ୍ତିର ନାମ ମାଓସେ ତୁଙ୍ଗ । ମାଓ ଙ୍କ ଡ଼କ୍ଟର ରହିସାରିଥିବା ‘ଜି ସି ଲି’ ମାଓଙ୍କ ଉପରେ ଏକ ବହି ଲେଖିଥିଲେ । ଯାହାର ନାମ ‘ଦ ପ୍ରାଇଭେଟ ଲାଇଫ ଅଫ ଚେୟାରମ୍ୟାନ ମାଓ’ ଅଟେ । ଏହି ବହି ରେ ସେ ଚୀନର ଏହି ନେତାଙ୍କ ବିଷୟରେ ବହୁତ କିଛି ଲେଖିଛନ୍ତି ।

ଏହି ବହିର ଲେଖା ମୁତାବିକ, ମାଓ ଯେତେବେଳେ ସକାଳୁ ନିଦ୍ରାରୁ ଉଠିଥାନ୍ତି ସେତେବେଳେ ସେ ଦାନ୍ତ ଘଷିବା ବଦଳରେ ଦାନ୍ତ ସଫା କରିବାପାଇଁ ଚା’ ପିଇଥାନ୍ତି । ଏହା ସେ ପ୍ରତିଦିନ ଏହିପରି କରିଥାନ୍ତି । ତାଙ୍କର ଦାନ୍ତ ଦେଖି ଏମିତି ଲାଗିଥାଏ ଯେମିତି କି, କେହି ଜଣେ ତାଙ୍କ ଦାନ୍ତକୁ ସବୁଜ ରଙ୍ଗରେ ରଙ୍ଗେଇ ଦେଇଛି । ଏତିକି ମଧ୍ୟ ନୁହେଁ, ମାଓ ବହୁତ କମ ଗାଧୋଇ ଥାଆନ୍ତି ଓ ଗାଧୋଇବାକୁ ସେ ଘୃଣା କରିଥାନ୍ତି ।

ମାଓସେ ତୁଙ୍ଗଙ୍କ ଜୀବନ ଶୈଳୀ ମଧ୍ୟ ଅଲଗା ପ୍ରକାର ଅଟେ । ବହିରେ ଲେଖାଯାଇଛି କି, ଯେତେବେଳେ ସବୁ ଦୁନିଆ ଶୋଇରହିଥାଏ ସେତେବେଳେ ମାଓ କାମ କରିଥାନ୍ତି ଓ ଯେତେବେଳେ ସମସ୍ତେ ଉଠିଥାନ୍ତି ସେତେବେଳେ ମାଓ ଶୋଇଥାନ୍ତି । ମାଓ ସର୍ବଦା ନିଜ ପଲଙ୍କରେ ଶୋଇ ରହିଥାନ୍ତି। ତାଙ୍କୁ ନିଜ ପଲଙ୍କ ଛଡା ଅନ୍ୟମାନଙ୍କ ପଲଙ୍କରେ ଶୋଇବାକୁ ପସନ୍ଦ ନୁହେଁ ସେଥିପାଇଁ ବିଦେଶ ଯାତ୍ରାରେ ମଧ୍ୟ ସେ ନିଜ ସହିତ ନିଜର ପଲଙ୍କ ମଧ୍ୟ ନେଇଯାନ୍ତି ।

26 ଡିସେମ୍ବର 1893 ହୁନାମ ପ୍ରାନ୍ତଃର ଶାଓଶାନ ଠାରେ ଜନ୍ମ ନେଇଥିବା ମାଓଙ୍କୁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଏକ ମାନାଯାଇଥାଏ । ସେ ବିଂଶ ଶତାବ୍ଦୀରେ 100 ଜଣ ପ୍ରମୁଖ ବ୍ୟକ୍ତିଙ୍କ ଲିଷ୍ଟରେ ମଧ୍ୟ ରହିସାରିଛନ୍ତି । ଲୋକମାନଙ୍କର ମାନିବା ହେଉଛି ମାଓ, ଯିଏକି ଏଭଳି ଏକ ବ୍ୟକ୍ତି ଯାହାଙ୍କ ଦ୍ୱାରା ଚୀନର ଆର୍ଥିକ, ବ୍ୟବସାୟିକ, ସାଂସ୍କୃତିକ ବିକାଶ ଏବଂ ଟେକ୍ନିକକୁ ବିକାଶ କରିଥିଲେ ଓ ଯାହାଙ୍କ ପାଇଁ ଚୀନ ଆଜି ଶକ୍ତିଶାଳୀ ଭାବରେ ଛିଡା ହୋଇପାରିଛି ।

ଏତଦବ୍ୟତୀତ ମାଓଙ୍କ ଏକ ଛୋଟ ଭୁଲ ପାଇଁ କୋଟି କୋଟି ଲୋକ ପ୍ରାଣତ୍ୟାଗ କରିଥିଲେ । 1958 ମସିହାରେ ମାଓ ଏକ ଅଭିଯାନ ଆରମ୍ଭ କରିଥିଲେ ଯାହାକୁ ଫୋର ପେଷ୍ଟ କ୍ୟାମ୍ପେନ ନାମରେ ଜଣାଯାଏ । ଏହାଦ୍ୱାରା ସେ ଚାରି ଜୀବଙ୍କୁ ମାରିବାକୁ ଆଦେଶ ଦେଇଥିଲେ ( ମଶା, ମାଛି, ମୂଷା, ଗୁଣ୍ଡୁଚି ) । ତାଙ୍କର ଏହି ନିଷ୍ପତ୍ତି ପାଇଁ ଚୀନରେ ମରୁଡି ପଡିଗଲା ଓ ସମସ୍ତେ ଭୋକିଲା ରହିଲେ । କୁହାଯାଏ, ସେହିସମୟରେ ଭୋକିଲା ଥିବା 15 ମିଲିୟନ ଅର୍ଥାତ ଦେଢକୋଟି ଲୋକଙ୍କର ମୃତ୍ୟୁ ହୋଇଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *