IPL 2021 : ଏହି ଖେଳାଳିଙ୍କ ଉପରେ ନଜର ଜମାଇ ରଖିଛି ଧୋନୀ ସେନା, ନିଲାମ ପୂର୍ବରୁ CSK ର ପର୍ସରେ ବଳିଛି କେତେ ଟଙ୍କା ? ଜାଣନ୍ତୁ ପୁରା ଖବର

ତିନିଥର ଆଇପିଏଲ ବିଜେତା ରହିସାରିଥିବା ଚେନ୍ନାଇ ସୁପର କିଙ୍ଗସ ପାଇଁ ଆଇପିଏଲ 13 ତମ ସିଜିନ ନିରାଶଜନକ ରହିଥିଲା । ଏଥିସହ ଦଳ 2020 ଆଇପିଏଲରେ ପଏଣ୍ଟ ଟେବୁଲରେ ମଧ୍ୟ ସପ୍ତମ ସ୍ଥାନରେ ରହିଥିଲା । ଆଇପିଏଲ ଇତିହାସରେ ଏହା ପ୍ରଥମଥର ହୋଇଥିଲା କି, ଚେନ୍ନାଇ ଫାଇନାଲରେ ପହଞ୍ଚି ପାରିନଥିଲା । ଦଳ ନିଲାମ ପୂର୍ବରୁ ନିଜର 6 ଖେଳାଳିଙ୍କୁ ଦଳରୁ ରିଲିଜ କରିଦେଇଛି । ଦେଖିବାକୁ ବାକି ରହିଲା ଫେବୃଆରୀ 18 ତାରିଖରେ ହେବାକୁ ଥିବା ନିଲାମରେ ଦଳ କେଉଁ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରୁଛି ।

ବର୍ତ୍ତମାନର ଦଳ :-

ଟପ ଅର୍ଡର ବ୍ୟାଟ୍ସମ୍ୟାନ : ଫାଫ ଡୁପ୍ଲେସିସ, ଋତୁରାଜ ଗାଇକୱାଦ, ସୁରେଶ ରାଇନା, ଆମ୍ବତି ରାୟୁଡୁ, ଏନ ଜଗଦୀଶନ, ରବିନ ଉଥପା ।

ଫିନିସର୍ସ : ଏମଏସ ଧୋନୀ, ରବୀନ୍ଦ୍ର ଜାଡେଜା

ଅଲରାଉଣ୍ଡର : ସାମ କରନ, ଦ୍ୱେନ ବ୍ରାଭୋ

ସ୍ପିନର୍ସ : କରନ୍ ଶର୍ମା, ଆର ସାଇ କିଶୋର, ମିଚେଲ ସାଣ୍ଟନର, ଇମ୍ରାନ ତାହୀର ।

ଦ୍ରୁତ ବୋଲର :ଦୀପକ ଚହର, ଶାର୍ଦୁଲ ଠାକୁର, ଲୁଙ୍ଗି ଏନଗିଡି, ଜୋଶ ହେଜଲଉଡ଼, କେଏମ କେଫ ।

ନିଲାମ ପୂର୍ବରୁ ରିଟେନ ଓ ରିଲିଜ କରିଥିବା ଖେଳାଳି :-

ରିଟେନ : ଏମଏସ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ ଆସିଫ, ଦୀପକ ଚହର, ଡୱେନ ବ୍ରାଭୋ, ଫାଫ ଡୁ ପ୍ଲେସିସ୍, ଇମ୍ରାନ ତାହିର, ନାରାୟଣ ଜଗଦୀଶନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନଗିଡି, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ରିତୁରାଜ ଗାଇକୱାଦ, ଶାର୍ଦୁଲ ଠାକୁର ହାଜେଲଉଡ୍, ଆର ସାଇ କିଶୋର, ସାମ୍ କରନ୍ ।

ରିଲିଜ :ଶେନ ୱାଟସନ, ମୂରଲୀ ବିଜୟ, କେଦାର ଯାଦବ, ହରଭଜନ ସିଂହ, ପୀୟୂଷ ଚାୱଲା, ମନୁ ସିଂହ ।

ଶେଷ ରାଶି : 19.90 କୋଟି

ଖେଳାଳି ଆବଶ୍ୟକ : 07 (01 ବିଦେଶୀ)

ଏହି ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ଲଗାଇପାରେ ସିଏସକେ :-

ଏହିଥର ଚେନ୍ନାଇ ସୁପର କିଙ୍ଗସ ଏହି ଖେଳାଳି ମାନଙ୍କ ଉପରେ ବଡ଼ ଦାବି ଲଗାଇପାରେ ଯଥା : ଗ୍ଲେନ ମାକ୍ସୱେଲ, ମୋଇନ ଅଲ୍ଲୀ, ଆଲେକ୍ସ ହେଲସ, ଜେଶନ ରାୟ, ଡେଭିଡ଼ ମଲାନ, ଆରୋନ ଫିଞ୍ଚ, କୃଷ୍ଣପା ଗୌତମ, ଶିବମ ଦୁବେ, ସାମ ବିଲିଙ୍ଗସ ।

Leave a Reply

Your email address will not be published. Required fields are marked *