Indian Navy Tradesman Recruitment 2021 : ଇଣ୍ଡିଆନ ନେଭିରେ ବମ୍ପର ନିଯୁକ୍ତି, ଦଶମ ପାସ ପିଲା ମଧ୍ୟ ଆବେଦନ କରି ପାରିବେ, ଜାଣନ୍ତୁ କେତେ ମିଳିବ ଦରମା ଓ ଅନ୍ୟ ବିଷୟରେ ସମ୍ପୂର୍ଣ ସୂଚନା

ଇଣ୍ଡିଆନ ନେଭିରେ ଚାକିରୀ ପାଇବାପାଇଁ ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର ରହିଛି | ଭାରତୀୟ ନୌସେନାରେ ଟ୍ରେଡ୍ସମ୍ୟାନ ମେଟ ପଦବୀରେ ନିଯୁକ୍ତି ପାଇଁ ବମ୍ପର ପଦବୀ ବାହାର କରାଯାଇଛି | ଏହି ପଦବୀ ଅଧୀନରେ ଇଷ୍ଟର୍ଣ୍ଣ ନେଭଲ କମାଣ୍ଡ, ୱେଷ୍ଟର୍ଣ୍ଣ ନେଭଲ କମାଣ୍ଡ ଏବଂ ସାଉଥ ନେଭଲ କମାଣ୍ଡରେ ୧୧୫୯ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରାଯାଇଛି |

ଗୁରୁତ୍ୱପୂର୍ଣ୍ଣ ତାରିଖ :-

ଅନଲାଇନ ଆବେଦନ ଆରମ୍ଭ – ଫେବୃଆରୀ ୨୨ ତାରିଖ ୨୦୨୧ରେ ସକାଳ ୧୦.୦୦ ଟାରୁ

ଅନଲାଇନ ଆବେଦନର ଶେଷ ତାରିଖ – ମାର୍ଚ୍ଚ ୦୭ ତାରିଖ ୨୦୨୧, ୫ ଟା ପର୍ଯ୍ୟନ୍ତ

ପଦବୀ ଗୁଡିକର ବିବରଣୀ :-

* ଇଷ୍ଟର୍ଣ୍ଣ ନେଭଲ କମାଣ୍ଡ – ୭୧୦ଟି ପୋଷ୍ଟ

* ୱେଷ୍ଟର୍ଣ୍ଣ ନେଭଲ କମାଣ୍ଡ – ୩୨୪ଟି ପୋଷ୍ଟ

* ସାଉଥ ନେଭଲ କମାଣ୍ଡ – ୧୨୫ଟି ପୋଷ୍ଟ

* ମୋଟ ପୋଷ୍ଟ – ୧୧୫୯ ଟି

ଏହି ପଦବୀ ଅଧୀନରେ ମନୋନୀତ ପ୍ରାର୍ଥୀମାନଙ୍କୁ ମ୍ୟାଟ୍ରିକ୍ସ ଲେଭଲ ୧ ଉପରେ ଆଧାର କରି ଦରମା ମିଳିବ | ଅର୍ଥାତ ଚୟନ ହେବା ପରେ ପ୍ରାର୍ଥୀମାନଙ୍କୁ ୧୮୦୦୦ ରୁ ନେଇ ୫୬୯୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସରେ ଦରମା ପ୍ରାପ୍ତ ହେବ |

ଯୋଗ୍ୟତା ଏବଂ ବୟସ ସୀମା :-

ଟ୍ରେଡ୍ସମ୍ୟାନ ମେଟ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ପାସ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ହାଇସ୍କୁଲ କିମ୍ବା ମାଧ୍ୟମିକ ଅର୍ଥାତ ଦଶମ ପରୀକ୍ଷାରେ ପାସ କରିଥିବା ବାଧ୍ୟତାମୂଳକ ଅଟେ | ଏହାସହିତ ସମ୍ବନ୍ଧିତ ଟ୍ରେଡ଼ରେ ITI ସାର୍ଟିଫିକେଟ ପ୍ରାପ୍ତ କରିଥିବା ମଧ୍ୟ ଜରୁରୀ ଅଟେ | ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ନେଇ ୨୫ ବର୍ଷ ମଧ୍ୟରେ ହେବା ଉଚିତ |

ଆବେଦନ ଶୁଳ୍କ :-

* ସାଧାରଣ/OBC /EWS ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୨୦୫ ଟଙ୍କା

* SC /ST /PWD /Ex -S ଏବଂ ମହିଳା ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇ ନାହିଁ |

ଟ୍ରେଡ୍ସମ୍ୟାନ ମେଟ ପଦବୀରେ ପ୍ରାର୍ଥୀମାନଙ୍କର ଚୟନ କମ୍ପ୍ୟୁଟର ବେସ୍ଡ ପରୀକ୍ଷା ଆଧାରରେ ହେବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *