ଭାରତ ବନାମ ଇଂଲଣ୍ଡ : ପୁଣି ବଦଳିଲା ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଗଣିତ, ଭାରତର ବିଜୟ ପରେ ଏମିତି ହେଲା ନୂଆ ସମୀକରଣ

ଭାରତୀୟ ଟିମ ଚେନ୍ନାଇରେ ଦ୍ଵିତୀୟ ଟେଷ୍ଟ ଇଂଲଣ୍ଡକୁ 317 ରନର ବଡ଼ ବ୍ୟବଧାନରେ ହରାଇ ଦେଇଛି ଯାହାଦ୍ୱାରା ସିରିଜ 1-1 ରେ ବରାବର ଅବସ୍ଥାରେ ରହିଛି । ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ତାଲିକାରେ ଦ୍ଵିତୀୟ ନମ୍ବର୍ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ସେହିପରି ଇଂଲଣ୍ଡ ଦଳ ଚତୁର୍ଥ ସ୍ଥାନରେ ରହିଛି । ଆଇସିସି ନିଜର ଫାଇନାଲିଷ୍ଟ ଖୋଜୁଥିବାରୁ ଇଂଲଣ୍ଡ ଓ ଭାରତ ବିପକ୍ଷରେ ଏହି ସିରିଜ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

69.7 ପ୍ରତିଶତ ଅଙ୍କ ସହିତ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି :-

ବର୍ତ୍ତମାନ ସମୟରେ ଭାରତ 69.7 ପଏଣ୍ଟ ସହିତ ଦ୍ଵିତୀୟ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ 70.0 ପ୍ରତିଶତ ସହ ପ୍ରଥମ, ଅଷ୍ଟ୍ରେଲିଆ 69.2 ପ୍ରତିଶତ ସହିତ ତୃତୀୟ ଓ ଇଂଲଣ୍ଡ 67 ପ୍ରତିଶତ ପଏଣ୍ଟ ସହିତ ଚତୁର୍ଥରେ ରହିଛି ।

ଏମିତି ପହଞ୍ଚିବ ଭାରତ ଫାଇନାଲରେ :-

ବିରାଟ ବାହିନୀକୁ ଯଦି ନ୍ୟୁଜିଲାଣ୍ଡ ସହିତ ଟେଷ୍ଟ ଚମ୍ପିୟାନସିପ ଖେଳିବାକୁ ହୁଏ ତାହେଲେ ଇଂଲଣ୍ଡକୁ ଯେକୌଣସି ବ୍ୟବଧାନ ମଧ୍ୟରେ ହରାଇବାକୁ ପଡିବ ।

ଏମିତି ପହଞ୍ଚିବ ଇଂଲଣ୍ଡ :-

ଇଂଲଣ୍ଡକୁ ଫାଇନାଲ୍ ଟିକଟ ବୁକ କରିବାକୁ ହେଲେ ପ୍ରଥମେ ଭାରତକୁ ଏହି ସିରିଜ 3-1 ରେ ହରାଇବାକୁ ପଡିବ । ଏମିତି ମୁସ୍କିଲ ଅଟେ କାରଣ ବିଗତ 37 ବର୍ଷରେ କୌଣସି ବି ଦଳ ଭାରତକୁ ଆସି ସିରିଜରେ ତିନୋଟି ମ୍ୟାଚ ଜିତିପାରିନାହିଁ । ଶେଷଥର ପାଇଁ ୱେଷ୍ଟଇଣ୍ଡିଜ 1983-84 ମସିହାରେ ଭାରତକୁ 3-0 ରେ ସିରିଜ ହରାଇଥିଲା ।

ସମ୍ପୂର୍ଣ୍ଣ ଗଣିତ :-

ଯଦି ଉଭୟ ଟିମ ମଧ୍ୟରେ ଏହି ସିରିଜ ଡ୍ର ହୁଏ ତାହେଲେ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଯିବ । ଯଦି ଇଂଲଣ୍ଡ ଟିମ ବି 2-1 ରେ ଜିତି ଯାଉଛି ତାହେଲେ କାଙ୍ଗାରୁ ଦଳ ଫାଇନାଲରେ ପହଞ୍ଚିଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *