ଭାରତ ବନାମ ଇଂଲଣ୍ଡ: ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା, ୮ଟି ୱିକେଟ ନେଇଥିବା ଧୁରନ୍ଧର ଖେଳାଳି ଦଳରୁ ବାହାର,ଜାଣନ୍ତୁ କିଏ କିଏ ତୃତୀୟ ଟେଷ୍ଟରେ ଖେଳିବେ ?

ଇଂଲଣ୍ଡ ଫେବୃୟାରୀ ୨୪ରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଚାରୋଟି ଟେଷ୍ଟ ମ୍ଯାଚ ସିରିଜର ତୃତୀୟ ମୁକାବିଲା ପାଇଁ ଦଳରେ ୧୭ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି। ଦ୍ଵିତୀୟ ଟେଷ୍ଟରେ ୮ ୱିକେଟ ବିନିମୟରେ ୪୩ରନ କରିଥିବା ମୋଇନ ଅଲ୍ଲୀ ଏଥର ଦଳର ସଦସ୍ୟ ରହିବେ ନାହିଁ। ଏହା ବ୍ଯତୀତ ଦଳରେ ଅନୁଭବୀ ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋନି ବେୟରଷ୍ଟୋ ଦଳକୁ ଫେରିଛନ୍ତି।

ଇଂଲଣ୍ଡର ଅଧିନାୟକ ଜୋ ରୁଟ ମୋଇନ ଅଲ୍ଲୀ ବାକି ଦୁଇଟି ମ୍ଯାଚରେ ଖେଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଜୋ ରୁଟଙ୍କ କହିବା କଥାକି ମୋଇନ ଅଲ୍ଲୀ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ରୁଟ କହିଲେକି ମୋଇନ ଅଲ୍ଲୀ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ଓ ଦଳ ତାଙ୍କର ନିଷ୍ପତ୍ତିକୁ ସମ୍ମାନ କରୁଛି।

ବେୟରଷ୍ଟୋଙ୍କର ପ୍ରତ୍ୟାବର୍ତ୍ତନ:-

ଦଳରେ ତୃତୀୟ ଟେଷ୍ଟ ପାଇଁ ସ୍ଯାମ କୁରନ, ମାର୍କ ବୁଡ ଓ ଜ୍ୟାକ କ୍ରାଉଲିଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। କୁରନ ଓ ମାର୍କ ବୁଡଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମ୍ଯାଚ ପାଇଁ ଆରାମ ଦିଆଯାଇଥିଲା। କ୍ରାଉଲି ସିରିଜର ଆରମ୍ଭରେ ଆଘାତ ହୋଇଥିଲେ କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ ରୂପରେ ଫିଟ ଅଛନ୍ତି ଓ ତୃତୀୟ ଟେଷ୍ଟ ଖେଳିବାର ସମ୍ଭାବନା ଅଛି।

ପ୍ରଥମ ଦୁଇଟି ଟେଷ୍ଟରେ ଦଳରୁ ବାହାରେ ଥିବା ବେୟରଷ୍ଟୋ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବେୟରଷ୍ଟୋଙ୍କ ଶ୍ରୀଲଙ୍କା ସିରିଜ ପରେ ଇଂଲଣ୍ଡ ଚାଲିଯାଇଥିଲେ। ବେୟରଷ୍ଟୋ ତୃତୀୟ ଟେଷ୍ଟରେ ଲୋରିସଙ୍କ ସ୍ଥାନରେ ତିନି ନମ୍ବର ସ୍ଥାନରେ ଖେଳିପାରିବେ। ଇଂଲଣ୍ଡ କହିସାରିଛିକି ୱିକେଟକିପରର ଦାୟିତ୍ଵ ବେନ ଫୋକ୍ସ ସମ୍ଭାଳିବେ।

ଦଳ ଏହି ପ୍ରକାର:-

ଇଂଲଣ୍ଡ: ଜୋ ରୁଟ(ଅଧିନାୟକ), ଜେମ୍ସ ଏଣ୍ଡରସନ, ଜୋଫ୍ରା ଆର୍ଚର, ଜୋନି ବେୟରଷ୍ଟୋ, ଡୋମ ବେସ, ଷ୍ଟୂଆର୍ଟ ବ୍ରୋଡ, ରୋରୀ ବଂର୍ସ, ଜ୍ୟାକ କ୍ରାଉଲି, ବେନ ଫୋକ୍ସ(ୱିକେଟକିପର), ଲୋରେନ୍ସ, ଜ୍ୟାକ ଲିଚ, ଅଲି ଓପି, ଡୋମ ସିଲବେ, ବେନ ଷ୍ଟୋକ୍ସ(ଉପ-ଅଧିନାୟକ), ଅଲି ଷ୍ଟୋନ, କୃଶ ବୋକ୍ସ, ମାର୍କ ବୁଡ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *