ଟେଷ୍ଟ କ୍ରିକେଟ ଜଗତରୁ ବିଦାୟ ନେଲେ ଫାଫ ଡୁ ପ୍ଲେସିସ

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ଫାଫ ଡୁ ପ୍ଲେସିସ। ୩୬ ବର୍ଷୀୟ ଏହି ଖେଳାଳି ବୁଧବାର ଦିନ ଏହି ବିଷୟରେ ସୂଚନା ଦେଇଥିଲେ। ନିକଟରେ ଦକ୍ଷିଣ ଆଫ୍ରିକା ଦଳ ସହିତ ପାକିସ୍ତାନ ଦଳ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳି ପରାଜିତ ହୋଇଛନ୍ତି।

Google

କିଛି ଦିନ ଧରି ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ଫାଫ ଡୁ ପ୍ଲେସିସ ଭଲ ପ୍ରଦର୍ଶନ ଦେଖାଇ ପାରୁନଥିଲେ ଏବଂ କିଛି ମ୍ୟାଚରେ ସେ ଲଗାତାର ବିଫଳ ମଧ୍ୟ ହୋଇଛନ୍ତି। ନିକଟରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଫାଫ ଡୁ ପ୍ଲେସିସ ଶାନଦାର ପ୍ରଦର୍ଶନ କରିଥିଲେ। ଏହି ସିରିଜରେ ଶତକିୟ ଇନିଂଶ ଖେଳି ସମାଲୋଚକଙ୍କର ପାଟି ଚୁପ୍ କରିଦେଇଛନ୍ତି।

ଫାଫ ଡୁ ପ୍ଲେସିସ ନିଜର ଅବସର ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟରେ କହିଛନ୍ତି ଯେ, ମୁଁ ମୋର ହୃଦୟରୁ ଏହି ନିଷ୍ପତ୍ତି ନେଇଛି। ମୋ ଜୀବନ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଦେଶ ପାଇଁ ୩ଟି ଫର୍ମାଟରେ ଖେଳିବା ମୋ ପାଇଁ ଗର୍ବର ବିଷୟ, କିନ୍ତୁ ମୁଁ ଏବେ ଟେଷ୍ଟ କ୍ରିକେଟ ଖେଳିବା ସମ୍ଭବ ନୁହେଁ, ଏଥିପାଇଁ ମୁଁ ଏହି ପ୍ଲାଟଫର୍ମରୁ ଅବସର ନେଉଛି।

ଫାଫ ଡୁ ପ୍ଲେସିସ ଦକ୍ଷିଣ ଆଫ୍ରିକା ପାଇଁ ୬୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚ୍ ମଧ୍ୟରେ ୧୦ଟି ଶତକ ଓ ୨୧ଟି ଅର୍ଦ୍ଧଶତକିୟ ଇନିଂଶ ଖେଳି ୪୧୬୩ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟ ଜଗତରେ ତାଙ୍କର ସର୍ବାଧିକ ଟେଷ୍ଟ ସ୍କୋର ୧୯୯ ରନ୍। ଫାଫ ଡୁ ପ୍ଲେସିସ ୧୪୩ଟି ଦିନିକିଆ ଟେଷ୍ଟ ଖେଳି ୫୫୦୭ ରନ୍ କରିବା ସହିତ ୫୦ଟି ଟି-୨୦ ଖେଳି ୨୫୮ ରନ୍ କରିଛନ୍ତି।

Leave a Reply

Your email address will not be published. Required fields are marked *