LPG ଉପରେ ଫେବୃଆରୀ ମାସରେ କେତେ ଟଙ୍କା ମିଳୁଛି ସବସିଡି, ଏମିତି କରନ୍ତୁ ଚେକ୍

ଏଲପିଜି ସିଲିଣ୍ଡରର ଦରବୃଦ୍ଧି ମଧ୍ୟରେ ବଡ ପ୍ରଶ୍ନ ଆସୁଛି ଯେ ଏହି ମାସରେ ଉପଭୋକ୍ତାଙ୍କୁ ସବସିଡି ମିଳିବ ନା ନାହିଁ?ଯଦି ମିଳିବ ତେବେ କେତେ ଟଙ୍କା ମିଳିବ? ଚାଲନ୍ତୁ ଦେଖିବା ସେ ବିଷୟରେ|ସବସିଡି ଚେକ୍ କରିବା ପାଇଁ ଦୁଇ ପ୍ରକାରର ପଦ୍ଧତି ର‌ହିଛି|ପ୍ରଥମ ହେଲା ଭାରତ,ଇଣ୍ଡେନ ଗ୍ୟାସ,ଏଚପି ସହ ରେଜିଷ୍ଟର୍ଡ ମୋବାଇଲ ନମ୍ବର ମାଧ୍ୟମରେ ଓ ଅନ୍ୟଟି ହେଲା ଏଲପିଜି ଆଇଡି ମାଧ୍ୟମରେ ଯାହା ଗ୍ୟାସ ପାସବୁକରେ ଲେଖାଅଛି|

ଇଣ୍ଡେନର ଏପରି ଚେକ୍ କରନ୍ତୁ:

ପ୍ରଥମେ ଆଇଓସିର ଅଫିସିଆଲ୍ ୱେବସାଇଟ indianoil.in ଯାଆନ୍ତୁ|ଏଲପିଜି ସିଲିଣ୍ଡରର ଫଟୋ ଉପରେ କ୍ଲିକ କରନ୍ତୁ,ଏକ କମପ୍ଲେନ୍ଡ ବକ୍ସ ଖୋଲିବ, ସେଠାରେ ‘Subsidy Status’ ଓ ପ୍ରୋସିଡ ବଟନରେ କ୍ଲିକ କରନ୍ତୁ|Subsidy Related (PAHAL)’ର ବିକଳ୍ପରେ କ୍ଲିକ କରନ୍ତୁ|ତଳେ ଲେଖାହେଇଥିବ’Subsidy Not Received’,ଏହା ଉପରେ କ୍ଲିକ କରନ୍ତୁ|ଏକ ନୂଆ ଡାଇଲଗ ବକ୍ସ ଖୋଲିବ, ଏଥିରେ ଦୁଇଟି ଅପସନ ରହିଛି, ରେଜିଷ୍ଟ୍ରର୍ଡ ମୋବାଇଲ ନମ୍ବର ଓ ଏଲପିଜି ଆଇଡି ଯଦି ଆପଣଙ୍କ ମୋବାଇଲ ନମ୍ବର ଗ୍ୟାସ କନେକ୍ସନ ସହ ଜଡ଼ିତ ତେବେ ଚୟନ କରନ୍ତୁ|ଅନ୍ୟଥା ୧୭ ଡିଜିଟର ଏଲପିଜି ଆଈଡି ଚୟନ କରି ଭେରିଫାଏ କରନ୍ତୁ ଓ ବୁକିଙ୍ଗ ତାରିଖ ଭରନ୍ତୁ ଫଳରେ ସବ୍ସିଡି ତଥ୍ୟ ଦେଖେଇବ|

ଯଦି ଆପଣ ଚାହିଁଵେ ତେବେ କଷ୍ଟମର କେୟାର ନମ୍ବର ୧୮୦୦-୨୩୩-୩୫୫୫ ନମ୍ବରରେ ମଧ୍ୟ ସୂଚନା ନେଇପାରିବେ|

ଯଦି ଆପଣ ଏଚପି ବା ଵିପିସିଏଲ ରେ ସିଲିଣ୍ଡର ବୁକ କରିଛନ୍ତି ତେବେ କମନ ୱେବସାଇଟ ମାଧ୍ୟମରେ ଚେକ୍ କରନ୍ତୁ|

ପ୍ରଥମେ http://mylpg.in କୁ ଯାଆନ୍ତୁ|ନିଜର ୧୭ ଅଙ୍କ ବିଶିଷ୍ଟ ଏଲପିଜି ଆଇଡି ,ରେଜିଷ୍ଟର ମୋବାଇଲ ନମ୍ବର,କ୍ୟାପଚା କୋଡ ଭରନ୍ତୁ|ଏକ ଓଟିପି ମୋବାଇଲ ନମ୍ବରକୁ ଆସିବ|ଅନ୍ୟ ପେଜରେ ଇ-ମେଲ୍ ଆଇଡି ଲେଖି ପାସୱର୍ଡ ସୃଷ୍ଟି କରନ୍ତୁ|ଇ-ମେଲକୁ ଗୋଟିଏ ଆକ୍ଟିଭେସନ ଲିଙ୍କ ଆସିବ, ଏଥିରେ କ୍ଲିକ କରନ୍ତୁ|କ୍ଲିକ କରିବା ଫଳରେ ଏକାଉଣ୍ଟ୍ ଆକ୍ଟିଭେଟ ହେବ|ଏହା ପରେ mylpg.in କୁ ଯାଇ ଲଗ୍ଇନ୍ କରନ୍ତୁ ଯଦି ଆପଣଙ୍କ ଆଧାର କାର୍ଡ ଏଲପିଜି ଏକାଉଣ୍ଟରେ ଲିଙ୍କ ଅଛି ତେଵେ କ୍ଲିକ କରନ୍ତୁ|ଏହା ପରେ View Cylinder Booking History/subsidy transferred ର ବିକଳ୍ପ ଦେଖାଯିବ, ଫଳରେ ଆପଣ ଜାଣି ପାରିବେ ସବସିଡି ଆସିଛି ନାହିଁ|

ଘରୋଇ ଗ୍ୟାସର ସବସିଡି ତାକୁ ମିଳେ ଯାହାର ବାର୍ଷିକ ଆୟ ୧୦ଲକ୍ଷରୁ ଅଧିକ ନାହିଁ|

ଜୁଲାଇ ଠାରୁ ନଭେମ୍ବର ପର୍ଯ୍ୟନ୍ତ ବିନା ସବ୍ସିଡି ମୂଲ୍ୟରେ କିଛି ପରିବର୍ତ୍ତନ ହୋଇନାହିଁ|ପୂର୍ବବର୍ଷ ମଇ ଠାରୁ ସବ୍ସିଡି ମିଳିନାହିଁ|ପ୍ରକୃତରେ ମେ ଠାରୁ ନଭେମ୍ବର ପର୍ଯ୍ୟନ୍ତ ସବ୍ସିଡି ଓ ବିନା ସବ୍ସିଡିର ମୂଲ୍ୟ ସମାନ ହୋଇଗଲା|ଏହା ଫଳରେ ଲୋକଙ୍କୁ ସବସିଡି ମିଳି ପାରି ନଥିଲା|କାରଣ କମ୍ପାନୀ ଡିସେମ୍ବର ମାସରେ ରୋଷେଇ ଗ୍ୟାସ ଦୁଇଥର ବଢାଇ ୧୦୦ଟଙ୍କା ବଢାଇଛନ୍ତି|ଏଵେ ଫେବୃଆରୀରେ ଦୁଇଥର ୭୫ ଟଙ୍କା ଲେଖାଏଁ ବଢ଼ିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *