ଝରକା ଦେଇ ଅଳିଆ ଫିଙ୍ଗୁଥିଲେ ସାବଧାନ :ଦେଖନ୍ତୁ ଏହି ବ୍ୟକ୍ତିର ଅବସ୍ଥା କଣ ହେଲା ? ପୁରା ଭିଡ଼ିଓ ଦେଖନ୍ତୁ

ସରକାର ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ଅନେକ ସୁବିଧା ଦେଇଛନ୍ତି | ବର୍ତ୍ତମାନ ତ ଅଧିକାଂଶ ସ୍ଥାନରେ ଅଳିଆ ଉଠାଇବା ପାଇଁ ସକାଳେ ଓ ସନ୍ଧ୍ୟାରେ ଘରଗୁଡିକ ପାଖକୁ ଗାଡି ଆସିଥାଏ | ଅଧିକ ସାଉଣ୍ଡ କରି ଏହି ଗାଡ଼ିଗୁଡ଼ିକ ଘରୁ ଘରୁ ଅଳିଆ ସଂଗ୍ରହ କରି ଆଗକୁ ବଢି଼ଥାନ୍ତି | କିନ୍ତୁ କିଛି ଲୋକଙ୍କୁ ଅଳିଆ ଗାଡ଼ିରେ ଅଳିଆ ଫିଙ୍ଗିବାକୁ ମଧ୍ୟ ଅଳସୁଆ ଲାଗିଥାଏ ଏବଂ ସେମାନେ ସେଥିରେ ମଧ୍ୟ ସୁବିଧା ଖୋଜି ନେଇଥାନ୍ତି |

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଆବର୍ଜନା ଗାଡ଼ିରେ ଘରର ଅଳିଆ ଫିଙ୍ଗିଥିବାର ଦେଖାଯାଉଛନ୍ତି |

ଅଳିଆ ଫିଙ୍ଗିବା ସମୟରେ ହେଲା ଏହି ଅବସ୍ଥା :-

ବେଳେବେଳେ ଆମର ଛୋଟ ଛୋଟ ଅସାବଧାନତା ମଧ୍ୟ ଆମ ପାଇଁ ବହୁ ବିପଜ୍ଜନକ ପ୍ରମାଣିତ ହୋଇଯାଇଥାଏ | ଏପରି କିଛି ହୋଇଛି ଅଳିଆ ଫିଙ୍ଗିଥିବା ଜଣେ ବ୍ୟକ୍ତିଙ୍କ ସହ | ବାସ୍ତବରେ, ଏହି ବ୍ୟକ୍ତି ଅଳିଆ ଗାଡି ଆସିବାରୁ ଭାବିଲେ ଯେ ତଳକୁ ଯାଇ ଅଳିଆ ଫିଙ୍ଗିବାଠାରୁ ଉପରୁ ଝରକା ଦେଇ ହିଁ ଫିଙ୍ଗିବାଟା ଭଲ | କିନ୍ତୁ ଅଳ୍ପ ସମୟ ବଞ୍ଚାଇବା ଚକ୍କରରେ ବ୍ୟକ୍ତିଙ୍କର ଯେଉଁ ଅବସ୍ଥା ହେଲା, ତାକୁ ଆପଣ ଏହି ଭାଇରଲ ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ଆଇପିଏସ ଅଫିସର ଦିପାଂଶୁ କାବ୍ରା ସୋସିଆଲ ନେଟୱାର୍କିଂ ସାଇଟ ଟ୍ୱିଟରରେ ସେୟାର କରିଛନ୍ତି |

ଦୁ-ର୍ଘ-ଟ-ଣା-ରୁ ବିଳମ୍ବ ଭଲ :-

ଏହି ଭିଡିଓକୁ ଦେଖି ଶିକ୍ଷା ମିଳିଥାଏ ଯେ କିଛି ମିନିଟ ବିଳମ୍ବ କିମ୍ବା ଆରାମ ସ୍ଥାନରୁ ବାହାରକୁ ଆସିବା କୌଣସି ଦୁ-ର୍ଘ-ଟ-ଣାଠାରୁ ବହୁତ ଭଲ | ବାସ୍ତବରେ ଏହି ବ୍ୟକ୍ତି ନିଜ ଘରର ଝରକା ଦେଇ ଅଳିଆ ଫିଙ୍ଗୁଥିଲେ | ଏହି ଅଳିଆ ଏକ ପଲିଥିନରେ ବନ୍ଦ ଥିଲା, ଯାହାର ଓଜନ ଏହି ବ୍ୟକ୍ତି ଧରିପାରି ନଥିଲେ | ଅଳିଆରେ ପରିପୂର୍ଣ୍ଣ ପଲିଥିନ ଫିଙ୍ଗିବା ଚକ୍କରରେ ଏହି ବ୍ୟକ୍ତି ନିଜର ବାଲାନ୍ସ ହରାଇଥିଲେ ଏବଂ ଅଳିଆ ବଦଳରେ ସେ ନିଜେ ହିଁ ଅଳିଆ ଗାଡ଼ିରେ ଖସିପଡିଥିଲେ |

ଅଜବ କଥା ହେଉଛି ଯେ ବ୍ୟକ୍ତି ଜଣକ ଅଳିଆ ଗାଡ଼ିରେ ପଡ଼ିଯାଇଥିଲେ, କିନ୍ତୁ ଅଳିଆ ଭର୍ତ୍ତି ଥିବା ତାଙ୍କ ପଲିଥିନ ରାସ୍ତାରେ ହିଁ ପଡିଯାଇଥିଲା |

ସୁରକ୍ଷା ପାଇଁ ସଠିକ ଉପାୟ ଜରୁରୀ :-

ଜୀବନରେ ସାଧାରଣତଃ ଏହି ପ୍ରକାରର ସର୍ଟକଟ ନେବାରୁ ଦୁରେଇ ରହିବ ଉଚିତ | ଏକ ଛୋଟ ଭୁଲ ପାଇଁ ମଧ୍ୟ ଆମ ଜୀବନ ବିପଦରେ ପଡିଥାଏ | ନିଜ ସୁରକ୍ଷା ପାଇଁ ଉପଯୁକ୍ତ ଉପାୟଗୁଡ଼ିକର ଧ୍ୟାନ ଦେବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *