ଜିଓ ପରେ ଏୟାରଟେଲର ଧମାକା, ମାଗଣା ମିଳୁଛି ଏହି ସବୁ ସୁବିଧା,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଟେଲିକମ କମ୍ପାନୀଗୁଡିକ ଗ୍ରାହକଙ୍କୁ ଖୁସି ରଖି ସେଲ ବଢାଇବା ପାଇଁ ନୁଆଁ ନୁଆଁ ପ୍ଲାନ ଲଞ୍ଚ କରୁଛନ୍ତି, ଯାହାକୁ ଲୋକଙ୍କଠାରୁ ମଧ୍ୟ ଭଲ ପ୍ରତିକ୍ରିୟା ମିଳୁଛି | କମ୍ପାନୀଗୁଡିକର ଉଦ୍ଦେଶ୍ୟ ଯେକୌଣସି ପ୍ରକାରେ ବିକ୍ରୟକୁ ବଢ଼ାଇ ଆର୍ଥିକ ଚକ୍ରର ଗତିକୁ ବଢାଇବା ଅଟେ |

ରିଲାଏନ୍ସ ଜିଓ ପରେ ବର୍ତ୍ତମାନ ଏୟାରଟେଲ ୟୁଜର୍ସଙ୍କୁ ନୁଆଁ ନୁଆଁ ସୁବିଧା ଦେଉଛି | ଏୟାରଟେଲ ଏବଂ ଭୋଡାଫୋନ କିଛି ପୋଷ୍ଟପେଡ ପ୍ଲାନ ସହିତ ଅନେକ OTT ସର୍ଭିସ ଦେଉଛନ୍ତି |

ଆମେ ଆପଣଙ୍କୁ ଏଠାରେ ଏୟାରଟେଲର ପୋଷ୍ଟପେଡ ପ୍ଲାନର ସୂଚନା ଦେଉଛୁ, ଯାହା ଫେମସ ଭିଡିଓ ଷ୍ଟ୍ରିମିଂ ଆପ ଭଳି ପ୍ରାଇମ ଭିଡିଓ ଏବଂ ଡ଼ିଜନୀ+ହୋଷ୍ଟରର ଫ୍ରି ଏକସେସ ଦେଉଛି | ବିଶେଷ କଥା ହେଉଛି ଯେ ଏହି ପ୍ରିମିୟମ ସର୍ଭିସଗୁଡିକ ଗ୍ରାହକଙ୍କୁ ଅତି ସୁଲଭ ମୂଲ୍ୟରେ ବର୍ତ୍ତମାନ ଏୟାରଟେଲ ୪୯୯ ଟଙ୍କାର ପୋଷ୍ଟପେଡ ପ୍ଲାନ ଦେଉଛି, ଯାହା ରୋଲଓଭର ସୁବିଧା ସହିତ ମୋଟ FUP 75GB ଡାଟା ସହିତ ଆସିଥାଏ |

ଏୟାରଟେଲର ଗ୍ରାହକମାନଙ୍କୁ ଅନଲିମିଟେଡ଼ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିଥାଏ | ଏୟାରଟେଲର ଏହି ପୋଷ୍ଟପେଡ ପ୍ଲାନରେ ଏକ ବର୍ଷ ପାଇଁ ଏୟାରଟେଲ ଥ୍ୟାଙ୍କସ ପୁରସ୍କାର, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି+ହଟଷ୍ଟାର VIP ର ସବସ୍କ୍ରିପସନ ମଧ୍ୟ ସାମିଲ ରହିଛି | କୁହାଯାଉଛି ଯେ ଏୟାରଟେଲର ଏହି ପୋଷ୍ଟପେଡ ପ୍ଲାନ୍ ସହିତ ନେଟଫ୍ଲିକ୍ସ ସବସ୍କ୍ରିପସନ ଦିଆଯାଇ ନଥାଏ |

ଜାଣନ୍ତୁ କିପରି କରିବେ ଆକ୍ଟିଭେଟ :-

ପ୍ରାଇମ ଭିଡିଓକୁ ଆକ୍ଟିଭେଟ କରିବା ପାଇଁ ଏୟାରଟେଲ ଥ୍ୟାଙ୍କ ଆପ ଡାଉନଲୋଡ କରିବାକୁ ପଡିବ ଏବଂ ‘ଡିସକଭର ଏୟାରଟେଲ ଥ୍ୟାଙ୍କ’ ବ୍ୟାନରରେ ଟ୍ୟାପ କରନ୍ତୁ, ଯାହା ଆପଣଙ୍କ ସ୍କ୍ରିନର ଉପରି ଭାଗରେ ମିଳିବ | ପୋଷ୍ଟପେଡ ପ୍ଲାନ ୟୁଜର ସେତେବେଳେ ଯାଇ ଥ୍ୟାଙ୍କ ପେଜରେ ଏକ ଆମାଜନ ପ୍ରାଇମ କାର୍ଡ ଦେଖିବେ | ଏହା ପରେ ୟୁଜରଙ୍କୁ ଆମାଜନ ପ୍ରାଇମ କାର୍ଡରେ ଥିବା ‘କେମ୍ ନାଓ’ ବଟନ ଟ୍ୟାପ କରିବାକୁ ପଡିବ ଏବଂ ପରବର୍ତ୍ତୀ ସ୍କ୍ରିନରେ ‘ Proceed ‘ ଉପରେ ଟ୍ୟାପ କରିବାକୁ ପଡିବ, ଯେମିତି ଆପଣଙ୍କ ଆମାଜନ ପ୍ରାଇମ ସବସ୍କ୍ରିପସନକୁ ଆକ୍ଟିଭ କରାଯାଇପାରିବ |

ଏୟାରଟେଲ କହିଛି ଯେ ଯଦି ଆପଣ ଜଣେ ପୁରୁଣା ଆମାଜନ ଗ୍ରାହକ ଅଟନ୍ତି , ତେବେ ଆମାଜନ ପ୍ରାଇମ ସବସ୍କ୍ରିପସନ ଆରମ୍ଭ କରିବା ପାଇଁ ସିଧାସଳଖ ସାଇନ ଇନ କରନ୍ତୁ, ଆପଣଙ୍କର ଆମାଜନ ପରିଚୟପତ୍ର ବ୍ୟବହାର କରନ୍ତୁ କିମ୍ବା ଯଦି ଆପଣ ପୁରୁଣା ୟୁଜର ନୁହଁନ୍ତି, ତେବେ ଏକ ନୂଆଁ ଆକାଉଣ୍ଟ କ୍ରିଏଟ କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *