କେନାଲରେ ଖସି ପଡିଲା ବସ, ପ୍ରା-ଣ ହରାଇଲେ ୪୮ ଜଣ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଢାଇଲେ ସହାୟତାର ହାତ

ଗତକାଲି ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଏକ ଦୁଃଖଦ ଦୁ-ର୍ଘ-ଟ-ଣା ହୋଇଥିଲା। ସକାଳେ ଏକ ଯାତ୍ରୀବାହୀ ବସ କେନାଲ ଭିତରେ ଖସିପଡିଥିଲା। ଯାହା ଫଳରେ, ପ୍ରାୟ ୪୮ ଜଣ ନିଜର ଜୀ-ବ-ନ ହରାଇଛନ୍ତି। କେନାଲରେ ବସ ଖସି ପଡିବାପରେ ୭ଜଣ ଯାତ୍ରୀ ପହଁରି ନିଜର ଜୀ-ବ-ନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ବସଟି ସମ୍ପୂର୍ଣ୍ଣ ରୂପରେ ପାଣି ଭିତରେ ବୁଡିଯିବାର ଯାତ୍ରୀମାନେ ବାହାରିବା ସମ୍ଭବ ହୋଇପାରିନଥିଲା। ଏ ପର୍ଯ୍ୟନ୍ତ ଏହି ଦୁ-ର୍ଘ-ଟ-ଣାର କାରଣ ଜଣାପଡ଼ିନାହିଁ। ରେୱା ଡିଭିଜନାଲ କମିଶନର ରାଜକୁମାର ଜୈନଙ୍କ ସୂଚନା ଅନୁଯାୟୀ, ରାମପୁର ନାଇକିନ ଥାନା ଅନ୍ତର୍ଗତ ପାଟନା ଗ୍ରାମ ନିକଟରେ ସକାଳ ୮ଟା ୨୦ ମିନିଟ ସମୟରେ ଏହି ଯାତ୍ରୀବାହୀ ବସଟି ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଥିଲା। ଏହି ଯାତ୍ରୀବାହୀ ବସ ସିଧି ଅଞ୍ଚଳରୁ ପ୍ରାୟ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ରେୱା ଅଭିମୁଖେ ଯାତ୍ରା କରୁଥିଲା।

ଡ୍ରାଇଭର ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇବାରୁ ବସଟି ବାଣସାଗର ଡ୍ୟାମର ଶାରଦା କେନାଲରେ ଖସିପଡ଼ିଥିଲା। ସେଠାରେ ସ୍ଥାନୀୟ ବାସିନ୍ଦା, ଅ-ଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ପୋ-ଲି-ସ ଉ-ଦ୍ଧା-ର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ, ବସଟି ସମ୍ପୂର୍ଣ ଭାବରେ ବୁଡି ଯାଇଥିବାରୁ ଉ-ଦ୍ଧା-ର କାର୍ଯ୍ୟରେ ବିଳମ୍ବ ଦେଖା ଦେଇଥିଲା। ଡାଇଭର ମାନଙ୍କର ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବସଟିକୁ ଠାବ କରି, କ୍ରେନ୍ ସାହାର୍ଯ୍ୟରେ କେନାଲର କୂଳକୁ ଅଣାଯାଇଥିଲା। ଦୁ-ର୍ଘ-ଟ-ଣାଗ୍ର-ସ୍ତ ବସ ଭିତରୁ ୪୮ ଜଣ ଯାତ୍ରୀଙ୍କ ମୃ-ତ ଶରୀର ଉ-ଦ୍ଧା-ର କରାଯାଇଥିଲା। ସେଥିମଧ୍ୟରୁ, ୨୫ ଜଣ ପୁରୁଷ,୨୧ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ।

Google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁ-ର୍ଘ-ଟ-ଣା ପାଇଁ ଗଭୀର ଦୁଃ-ଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃ-ତ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆ-ହ-ତ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରି ଏହି ଦୁ-ର୍ଘ-ଟ-ଣା ସ୍ଥଳକୁ କ୍ୟାବିନେଟ୍ ମନ୍ତ୍ରୀ ତୁଲସୀ ସିଲାୱତ ଓ ରାମଖିଲୱନ୍ ପଟେଲଙ୍କୁ ପଠାଇଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃ-ତବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଦୁ-ର୍ଘ-ଟ-ଣାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ହେବାକୁ ଥିବା ଗୃହପ୍ରବେଶ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଭର୍ଚୁଆଲ ପ୍ଲାଟ ଫର୍ମରେ ଯୋଗଦାନ କରିଥାନ୍ତେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଥିବା ୧ ଲକ୍ଷରୁ ଅଧିକ ବାସଗୃହକୁ ହିତାଧିକାରୀଙ୍କୁ ଆଜି ପ୍ରଦାନ କରାଯାଇଥାନ୍ତା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *