ଆଜି ପୁଣି ଶସ୍ତା ହେଲା ସୁନା,ଜାଣନ୍ତୁ ଆଜିର ଦରଦାମ ବିଷୟରେ

ପୂର୍ବ ଦାମ ଅପେକ୍ଷା ଆଜି ସୁନା ଦର ହ୍ରାସ ପାଇଛି। ଗ୍ରାମ ପ୍ରତି ସୁନା ଦର ୩୪୦ ଟଙ୍କା ହ୍ରାସ ପାଇଛି। ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ଥିବା ସମୟରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୦୦୦ ଟଙ୍କା ରହିଛି। ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୪୪,୨୫୦ ଟଙ୍କା ଥିବା ସମୟରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୨୯୦ ଟଙ୍କା ରହିଛି।

Google

ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ସୁନାର ମୂଲ୍ୟରେ କିଛିଟା ପରିବର୍ତ୍ତନ ଦେଖାଦେଇଛି। ମୁମ୍ବାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୬,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୭,୦୦୦ ଟଙ୍କା ରହିଛି, ଆଉ ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୬,୪୦୦ ଟଙ୍କା ଥିଲା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୦,୬୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ଚେନ୍ନାଇ ସହରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୪,୫୭୦ ଟଙ୍କା ଥିବା ସମୟରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୮,୬୩୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର କୋଲକାତା ସହରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୬,୭୨୦ ଟଙ୍କା ଥିବା ସମୟରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୯,୪୨୦ ଟଙ୍କା ରହିଛି। ଆଉ ଅନ୍ୟ ପାର୍ଶ୍ବରେ ରୂପାର ମୂଲ୍ୟ ମଧ୍ୟ କମିଛି। ଆଜି ରୂପାର ଦାମ କିଲୋଗ୍ରାମ ପ୍ରତି ୬୦୦ ଟଙ୍କାକୁ ହ୍ରାସ ପାଇ ୬୯,୬୦୦ ଟଙ୍କାକୁ ଛୁଇଁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *