ଏପ୍ରିଲ ଠାରୁ ବଦଳିପାରେ ଆପଣଙ୍କ ଦରମା ସହିତ ଜଡିତ ଏହି ନିୟମ, ଜାଣନ୍ତୁ ଆପଣଙ୍କର ଲାଭ ହେବ ନା କ୍ଷତି ?

କେନ୍ଦ୍ରୀୟ ଶ୍ରମ ଏବଂ ରୋଜଗାର କଲ୍ୟାଣ ମନ୍ତ୍ରଣାଳୟ ଚାରୋଟି ଶ୍ରମ ସଂହିତା(ଲେବର କାର୍ଡ) ଅଧୀନରେ ନିୟମକୁ ଅନ୍ତିମ ରୂପ ଦେଇଦେଇଛି | କିନ୍ତୁ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ନିୟମକୁ ନୋଟିଫାଇ କରିବା ଜରୁରୀ ଅଟେ | ଏପ୍ରିଲ 2021ରେ ସରକାର ଏଗୁଡ଼ିକୁ ନୋଟିଫାଇ କରିପାରନ୍ତି | ଦେଶର ବ୍ୟାପକ ଶ୍ରମ ସଂସ୍କାରର ପ୍ରଭାବ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଘର ଦରମା ଉଭୟ ଉପରେ ପଡିବ |

ସାଲେରୀ ଷ୍ଟ୍ରକ୍ଚରରେ ହେବ ବଡ଼ ପରିବର୍ତ୍ତନ :-

ନୂତନ ନିୟମ ଲାଗୁ ହେବା ପରଠାରୁ କମ୍ପାନୀମାନେ କର୍ମଚାରୀଙ୍କ କ୍ଷତିପୂରଣ ପ୍ୟାକେଜ ଟୁ କମ୍ପାନୀକୁ ରିଷ୍ଟ୍ରକ୍ଚର କରିବାକୁ ପ୍ରେରିତ ହେବ |କର୍ମଚାରୀମାନଙ୍କୁ CTC ରେ ପରିବର୍ତ୍ତନ କରିବାକୁ ପଡିବ, କାରଣ ନୂତନ ନିୟମ ଅନୁଯାୟୀ, ସବୁ ଭତ୍ତା, ଯେପରି-ଯାତ୍ରା, ଘର ଭଡା ଏବଂ ଓଭରଟାଇମକୁ CTC ର 50 ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ | ଅର୍ଥାତ ଏପ୍ରିଲ 2021ଠାରୁ ମୋଟ ଦରମାରେ ମୌଳିକ ଦରମାର ଅଂଶ 50 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ | ନୂତନ ୱେଜ ରୁଲ ଆସିବାପରେ ସାଲେରୀ ଷ୍ଟ୍ରକ୍ଚରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ |

ବଦଳିବ ମଜୁରୀର ପରିଭାଷା :-

‘କୋଡ ଅନ ୱେଜେସ 2019’ ମଜୁରୀର ପରିଭାଷା ସଂଶୋଧନ କରିଛି | ଏଥିରେ ବର୍ତ୍ତମାନ ମୂଳ ଦରମା, (ମୁଦ୍ରାସ୍ଫୀତି ଭିତ୍ତିକ) ମହଙ୍ଗା ଭତ୍ତା ଏବଂ ରିଣ୍ଟେସନ ପେମେଣ୍ଟ ସାମିଲ ହେବ | ନୂତନ ସଂଜ୍ଞା ଅନୁଯାୟୀ, ଦରମାରେ ପେନ୍ସନ ଏବଂ PF ଅବଦାନ, କନ୍ଭେନ୍ସ ଭତ୍ତା, HRA, ଓଭରଟାଇମ ଏବଂ ଗ୍ରାଚ୍ୟୁଇଟି ସାମିଲ ହେବନାହିଁ | ଯଦି ଏଥିରୁ କୌଣସି ଅଂଶ କର୍ମଚାରୀଙ୍କ ମୋଟ CTC ର 50 ପ୍ରତିଶତରୁ ଅଧିକ ହେବ, ତେବେ ବିଶେଷ ଭତ୍ତାକୁ ଛାଡି ଅତିରିକ୍ତ ରାଶି ସାମାଜିକ ସୁରକ୍ଷା ସୁବିଧା ଗଣନା ପାଇଁ ବେତନରେ ପୁଣିଥରେ ଯୋଡି ଦିଆଯିବ | ମୂଳ ବେତନର ବ୍ୟାପକ ପରିଭାଷା ଦ୍ୱାରା ସାମାଜିକ ସୁରକ୍ଷା ଅବଦାନରେ ବୃଦ୍ଧି ହେବ, କାରଣ କମ୍ପାନୀମାନେ ନିଜର ସାମାଜିକ ସୁରକ୍ଷା ଅବଦାନର ଗଣନା ମଜୁରୀର ପରିଭାଷା ଉପରେ ଆଧାର କରି ସ୍ଥିର କରନ୍ତି |

ସଂସଦ ଚାରୋଟି ଶ୍ରମ କୋଡ଼ କଲା ପାସ :-

ସଂସଦ ମଜୁରୀ, ଶିଳ୍ପ ସମ୍ପର୍କ, ବ୍ୟବସାୟିକ ସୁରକ୍ଷା ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ଏବଂ ସାମାଜିକ ସୁରକ୍ଷା ଉପରେ ଚାରୋଟି ଶ୍ରମ କୋଡ଼ ପାସ କରିଛି | ଏହା ଦ୍ୱାରା ବଡ ସଂଖ୍ୟାରେ ଶ୍ରମ ନିୟମରେ ପରିବର୍ତ୍ତନ ଅଣାଗଲା | ଏଥିମଧ୍ୟରୁ କିଛି ସ୍ୱାଧୀନତା ପୂର୍ବରୁ ଲାଗୁ ହୋଇଛି | ଏହି ପରିବର୍ତ୍ତନ ଦ୍ୱାରା 29 ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ଚାରୋଟି ସଂକେତରେ ବଦଳାଯାଇଛି |

କ’ଣ ହେବ ଗ୍ରାଚ୍ୟୁଇଟିର ନିୟମ ?

ନୂତନ ନିୟମରୁ ଗ୍ରାଚ୍ୟୁଇଟିର ଗଣନା ଉପରେ ସ୍ପଷ୍ଟତା ବର୍ତ୍ତମାନ ବାକି ରହିଛି | ଗ୍ରାଚ୍ୟୁଇଟି କମ୍ପାନୀ ତରଫରୁ କର୍ମଚାରୀମାନଙ୍କୁ ଦିଆଯାଇଥାଏ | ଏହାର ଗଣନା କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ କରାଯାଇଥିବା ଶେଷ ବେତନ ଉପରେ ହୋଇଥାଏ | ଲଗାତାର 5 ବର୍ଷ ପର୍ଯ୍ୟନ୍ତ କାମ କରୁଥିବା କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ମିଳିଥାଏ | ଗତ ପାଞ୍ଚ ବର୍ଷ ଧରି କାମ କରିଥିବା ପ୍ରତ୍ୟେକ ବର୍ଷ ପାଇଁ ସେମାନଙ୍କର ବେତନର 15 ଦିନର ହିସାବ ରଖି ଏହାର ଗଣନା ହୋଇଥାଏ | ତେବେ ନୂତନ ପରିବର୍ତ୍ତନ ଅଧୀନରେ, ସେବା ଏକବର୍ଷ ପୁରା କରୁଥିବା ଲୋକେ ସ୍ଥିର ଅବଧିର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ଗ୍ରାଚ୍ୟୁଇଟି ମିଳିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *