ଏହି ଖେଳାଳିମାନେ ହେଉଛନ୍ତି ଭାରତର ସବୁଠାରୁ ଅଧିକ ପଢିଥିବା ଖେଳାଳି । ଏହି ଖେଳାଳି ତ ହେଉଛନ୍ତି ଜଣେ IAS ଅଫିସର,ଜାଣନ୍ତୁ କଣ ରହିଛି କାହାର ଶିକ୍ଷାଗତ ଯୋଗ୍ୟତା !

ସାରା ଦୁନିଆରେ କ୍ରିକେଟକୁ ଅଧିକ ପସନ୍ଦ ଭାରତରେ କରାଯାଇଥାଏ । କ୍ରିକେଟରଙ୍କ ବିଷୟରେ ଫ୍ୟାନମାନେ ଅଧିକରୁ ଅଧିକ ଜାଣିବା ପାଇଁ ଆଗ୍ରହୀ ଥାଆନ୍ତି । ସୋସିଆଲ ମିଡିଆରେ ନିଜର ଫ୍ୟାନମାନଙ୍କ ସହିତ କ୍ରିକେଟର୍ସ ସମସ୍ତ ସୂଚନା ଦେଇଥାନ୍ତି । କିନ୍ତୁ ଆପଣ ଜାଣିନଥିବେ ଯେ, ଭାରତର ସବୁଠାରୁ ଅଧିକ ଶିକ୍ଷିତ କ୍ରିକେଟର କିଏ ? ଆସନ୍ତୁ ଜାଣିବା ସେହି କ୍ରିକେଟରଙ୍କ ବିଷୟରେ ଯିଏକି ଅଧିକ ପାଠ ପଢ଼ିଛନ୍ତି ।

ଅମୟ ଖୁରାସିୟା :-

ଭାରତୀୟ କ୍ରିକେଟ ଦଳ ପାଇଁ ଅମୟ ଖୁରାସିୟା 12ଟି ଦିନିକିଆ ମ୍ୟାଚ ଖେଳିସାରିଛନ୍ତି । ଅମୟ 1999 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । ସେ ଏହି ମ୍ୟାଚରେ 45 ବଲରୁ 57 ରନ କରି ଧମାକାଦାର ଡେବ୍ୟୁ କରିଥିଲେ । ସେ ଭାରତୀୟ କ୍ରିକେଟ ଖେଳାଳିଙ୍କ ମଧ୍ୟରୁ ସବୁଠାରୁ ଅଧିକ ଶିକ୍ଷିତ ଅଟନ୍ତି । ସେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ରାହୁଲ ଦ୍ରାଭିଡ :-

ରାହୁଲ ଦ୍ରାଭିଡଙ୍କୁ ‘ଦ ୱାଲ’ ରୂପରେ ବିବେଚିତ କରାଯାଏ । ଭାରତୀୟ କ୍ରିକେଟ ଇତିହାସରେ ତାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାପରେ ସେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଉଚ୍ଚ ଶିକ୍ଷିତ ମାନଙ୍କ ଲିଷ୍ଟରେ ମଧ୍ୟ ଆସୁଛନ୍ତି । ଦ୍ରାଭିଡ ‘ସେଣ୍ଟ ଜୋସେଫ କଲେଜ ଅଫ ବିଜନେସ ଆଡ଼ମିନିଷ୍ଟ୍ରେସନ’ ରୁ ନିଜର MBA ଶିକ୍ଷା ହାସଲ କରିଛନ୍ତି ।

ଅନୀଲ କୁମ୍ବଲେ :-

ପ୍ରସିଦ୍ଧ ବୋଲର ଅନୀଲ କୁମ୍ବଲେ ଇତିହାସର ସବୁଠାରୁ ସଫଳ ବୋଲର ମାନଙ୍କ ଲିଷ୍ଟରେ ତୃତୀୟ ନମ୍ବରରେ ଅଛନ୍ତି । ଅନୀଲ ଟେଷ୍ଟ କ୍ରିକେଟରେ ମୋଟ 619 ଉଇକେଟ ନେଇଥିବା ବେଳେ ତାଙ୍କ ଉପରେ ଅଷ୍ଟ୍ରେଲିଆ ବୋଲର ସେନ ୱର୍ଣ 709 ଓ ସର୍ବାଗ୍ରେ ଶ୍ରୀଲଙ୍କା ବୋଲର ମୁରଲୀଧରନ 800 ଉଇକେଟ ନେଇଛନ୍ତି । ଅନୀଲ କୁମ୍ବଲେ ରାଷ୍ଟ୍ରୀୟ ଇଞ୍ଜିନିୟରିଂ କଲେଜରୁ ନିଜର ମେକାନିକାଲ ଇଂଜିନିୟରିଂ ପାଠପଢ଼ା ସମାପ୍ତ କରିଥିଲେ ।

ଜଭଗଲ ଶ୍ରୀନାଥ :-

ଭାରତୀୟ କ୍ରିକେଟ ଇତିହାସରେ ଜଭଗଲ ଶ୍ରୀନାଥଙ୍କ ନାମ ମଧ୍ୟ ବହୁତ ଆଦରଣୀୟ ଭାବରେ ନିଆଯାଇଥାଏ । ସେ ନିଜର ଶିକ୍ଷାଗତ ଯୋଗ୍ୟତା ଜୟଚମାରାଜେନ୍ଦ୍ର କଲେଜ ଅଫ ଇଂଜିନିୟରିଂରେ instrument engineering ପାଠପଢ଼ା ଶେଷ କରିଥିଲେ ।

ରବିଚନ୍ଦ୍ରନଙ୍କ ଅଶ୍ୱିନ :-

ଭାରତୀୟ କ୍ରିକେଟରେ ସଫଳତମ ବୋଲର ମାନଙ୍କ ଭିତରେ ରବିଚନ୍ଦ୍ରନଙ୍କ ଅଶ୍ୱିନଙ୍କ ନାମ ମଧ୍ୟ ଆସିଥାଏ । ଅଶ୍ୱିନ ମଧ୍ୟ ଉଚ୍ଚ ଶିକ୍ଷିତ କ୍ରିକେଟର ମାନଙ୍କ ଲିଷ୍ଟରେ ଆସିଥାନ୍ତି । ସେ ଚେନ୍ନାଇର SSN college of engineeringରେ ବିଟେକ କରିଛନ୍ତି। ଅଶ୍ୱିନ ଟେଷ୍ଟ କ୍ରିକେଟରେ 400 ରୁ ଉର୍ଦ୍ଧ୍ବ ଉଇକେଟ ନିଜ ନାମରେ କରିସାରିଛନ୍ତି । ସେହିପରି ଦିନିକିଆରେ 150 ଉଇକେଟ ତାଙ୍କ ନାମରେ ଥିବାବେଳେ t-20 ରେ 52 ଉଇକେଟ ରହିଛି ।

ଆବିଷ୍କାର ସଲବି :-

ଏହି କ୍ରିକେଟରଙ୍କ ନାମ ବୋଧହୁଏ ଆପଣ କେବେ ଶୁଣିନଥିବେ କିନ୍ତୁ ଏହି କ୍ରିକେଟର ସବୁଠାରୁ ଉଚ୍ଚ ଶିକ୍ଷିତ ଲିଷ୍ଟରେ ଆସିଥାନ୍ତି। ସେ ଆଷ୍ଟ୍ରୋ ଫିଜିକ୍ସରେ ଡକ୍ଟରେଟ କରିଛନ୍ତି । ଭାରତ ପାଇଁ ସେ ମାତ୍ର 4ଟି ଦିନିକିଆ ମ୍ୟାଚ ଖେଳିପାରିଛନ୍ତି।

ମୂରଲୀ ବିଜୟ :-

ମୂରଲୀ ବିଜୟ ଭାରତୀୟ କ୍ରିକେଟର ଏକ ଜଣାଶୁଣା ନାମ ଅଟେ । ସେ ଭାରତୀୟ ଟେଷ୍ଟ କ୍ରିକେଟର ଏକ ମହତ୍ତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି । ବିଜୟଙ୍କ ପାଖରେ ଇକୋନୋମିକ୍ସ ଅଫ ଫିଲୋସଫି ଡିଗ୍ରୀ ରହିଛି ।

ଆଜିଙ୍କ୍ୟ ରାହାଣେ :-

ଆଜିଙ୍କ୍ୟ ରାହାଣେ ଭାରତୀୟ ଟେଷ୍ଟ କ୍ରିକେଟର ଏକ ମହତ୍ୱପୂର୍ଣ୍ଣ ଅଂଶ ଅଟନ୍ତି । ଏହାସହ ସେ ଭାରତୀୟ ଟେଷ୍ଟ କ୍ରିକେଟର ଉପ-ଅଧିନାୟକ ମଧ୍ୟ ଅଟନ୍ତି । ଆଜିଙ୍କ୍ୟ ରାହାଣେ ବିକମ ଡିଗ୍ରୀ ନେଇସାରିଛନ୍ତି । ସେ ଭାରତୀୟ କ୍ରିକେଟରେ ସବୁଠାରୁ ଇଣ୍ଟେଲିଜେଣ୍ଟ କ୍ରିକେଟର ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *