ଭାରତ ବନାମ ଇଂଲଣ୍ଡ : ବାଦଲ ନେଲା ଭାରତ,୩୧୭ ରନରେ ହାରିଲା ଇଂଲଣ୍ଡ

ଆଜି ଚେନ୍ନାଇରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ସିରିଜ ମ୍ୟାଚରେ ଟିମ୍ ଇଣ୍ଡିଆ ଦଳ ବିଜୟ ଲାଭ କରିଛି। ଅଶ୍ଵିନୀଙ୍କ ଦମଦାର ବ୍ୟାଟିଂ ସହ ଅକ୍ସରଙ୍କ ୫ ୱିକେଟ ସଫଳତା ଦ୍ଵାରା ଟିମ ଭାରତ ବାଜିମାତ କରିଛି। ପ୍ରଥମ ଟେଷ୍ଟ ସିରିଜ୍ ମ୍ୟାଚରେ ଇଂଲଣ୍ଡ ଦଳ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ସିରିଜ୍ ମ୍ୟାଚରେ ଭାରତ ଦଳ ବିଜୟ ହାସଲ କରି ସିରିଜ୍ ବରାବର କରିଛି। ୪ ଟିକିଆ ଟେଷ୍ଟ ସିରିଜ୍ ମ୍ୟାଚ ଉଭୟ ଦଳ ଗୋଟାଏ ଲେଖାଏଁ ମ୍ୟାଚ ଜିତିଛନ୍ତି ଏବଂ ଆଉ ବାକିଥିବା ୨ଟି ଟେଷ୍ଟ ସିରିଜ୍ ମ୍ୟାଚ୍ ମୋଟୋରା ଷ୍ଟାଡିୟମରେ ଖେଳାଯିବ।

୪ର୍ଥ ଦିନ ଖେଳ ଆରମ୍ଭରୁ ଇଂଲଣ୍ଡ ଦଳକୁ ବଡ ଝଟକା ଲାଗିଥିଲା। ଦଳୀୟ ସ୍କୋର ୬୬ ଥିବା ସମୟରେ ଦଳକୁ ୪ର୍ଥ ଝଟକା ଲାଗିଥିଲେ। ଆଉ ପରେ ଗୋଟିଏ ପରେ ଗୋଟିଏ ୱିକେଟ ଖସିବାରେ ଲାଗିଥିଲା। ଫଳରେ, ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୪୮୨ ରନର ଟାର୍ଗେଟରୁ ମାତ୍ର ୧୬୪ ରନ୍ କରି ଅଲଆଉଟ୍ ହୋଇଥିଲେ। ଯାହାଦ୍ବାରା, ୩୧୭ ରନରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛନ୍ତି। ୭ ଦିନ ପୂର୍ବରୁ ଚେନ୍ନାଇ ଷ୍ଟାଡିୟମରେ ଇଂଲଣ୍ଡ ଠାରୁ ହାରିଥିବା କୋହଲି ଦଳ ପ୍ରତିଶୋଧ ନେଇଛି।

Google

ଟିମ ଇଣ୍ଡିଆ ଦଳରୁ ଅକ୍ସର୍ ପଟେଲ ୫ ୱିକେଟ, ରବିଚନ୍ଦ୍ରନ ଅଶ୍ୱିନ ୩ ୱିକେଟ ଏବଂ କୁଲଦୀପ ଯାଦବ ୨ଟି ୱିକେଟ ହାସଲ କରିଛନ୍ତି। ଏହି ସିରିଜରେ ଦମଦାର ପ୍ରଦର୍ଶନ କରି ରବିଚନ୍ଦ୍ରନ ଅଶ୍ୱିନ “ମ୍ୟାନ ଅଫ ଦି ମ୍ୟାଚ” ଘୋଷିତ ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *